ମାଠିଆ ପାଣି

ମାଠିଆ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ତଥାପି ଏଥିରେ ଆହୁରି ଅନେକ ପ୍ରକାର ଭଲ ଗୁଣ ରହିଛି। ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁନାଶକ। ପ୍ରାକୃତିକ ଉପାୟରେ ଏହି ପାଣିରୁ ଦୂଷିତ ପଦାର୍ଥ ବାହାରିଯାଇଥାଏ। ନିୟମିତ ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ। ଏହା ମଧ୍ୟ କ୍ଳାନ୍ତିରୁ ଉପଶମ ପ୍ରଦାନ କରେ। ଯଦି ଶରୀରର କୌଣସି ବାହ୍ୟ ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେହି ସ୍ଥାନରେ ମାଠିଆ ପାଣି ଢାଳିଲେ ରକ୍ତ ବୋହିବା କେତେକାଂଶରେ ବନ୍ଦ ହୋଇଯାଏ। ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତିି ପ୍ରଖର ହେବା ସହ ହାର୍ଟ ସୁସ୍ଥ ରହିଥାଏ। ପେଟଜନିତ ସମସ୍ୟା ଏବଂ ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍‌ ଉପକାରୀ। କିନ୍ତୁ ଯଦି ଆପଣଙ୍କର ଆଜ୍‌ମା ସମସ୍ୟା ରହିଛି, ତେବେ ଏହି ପାଣିଠାରୁ ନିଜକୁ ଦୂରେଇ ରଖନ୍ତୁ। ଆଉ ଏକ କଥା, ପ୍ରତିଦିନ ଏହି ପାଣିକୁ ବଦଳାନ୍ତୁ ଏବଂ ମାଠିଆ ଭିତରଭାଗକୁ ଭଲ ଭାବରେ ପରିଷ୍କାର କରି ପାଣି ଭର୍ତ୍ତିି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଟମାଟୋ ପୁଦିନା ଚଟଣି

ଆବଶ୍ୟକ ସାମଗ୍ରୀ: ପିଆଜ- ୧ଟି (କଟା), ହେଙ୍ଗୁ- ଅଳ୍ପ, ଭୁର୍ସୁଙ୍ଗପତ୍ର- ଅଳ୍ପ, ଶୁଖିଲା ଲଙ୍କା- ୪ଟି, ରସୁଣ- ୬ ପାଖୁଡ଼ା, ଛୋଟ ଛୋଟ କଟା ଅଦା-...

ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର...

ହୃଦ୍‌ରୋଗ

”ଶରୀରରେ ଚର୍ବି ଜମିଲେ ଓଜନ ବଢ଼େ । ଓଜନ ବଢ଼ିଲେ ଜାତ ହୁଏ ପୃଥୁଳତା ବା ମେଦବହୁଳତା। ଚର୍ବି ଉପାଦାନ ରକ୍ତନଳୀ ଭିତରେ ଜମିଯାଇ ରକ୍ତନଳୀର...

ବିବର୍ତ୍ତିତ ବିଶ୍ବରେ ଗୁରୁଙ୍କ ସ୍ବରୂପ

ଜନାର୍ଦ୍ଦନ ମିଶ୍ର   ଆଜିର ଇଣ୍ଟରନେଟ ଓ ଡିଜିଟାଲ ଦୁନିଆରେ ବିଶଗୁରୁ ସାଜିଛି ଗୁଗୁଲ। ଆଖି ପଲକରେ ମିଳୁଛି ଯେକୌଣସି ସୂଚନା କିମ୍ବା ପ୍ରଶ୍ନର ସହଜ...

କ୍ୟାନ୍‌ସର ଆଶଙ୍କା ଓ ଅବସାଦ

ଆଜିକାଲି ଅନେକେ ଅବସାଦର ସମ୍ମୁଖୀନ ହେଉଛନ୍ତି। ଯଦି ଏଭଳି ସମସ୍ୟା ସହ ଜଡ଼ିତ ତେବେ ନିଜକୁ ଯେତେ ସମ୍ଭବ ଏହାଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।...

ଫୁସ୍‌ଫୁସ୍‌ କ୍ୟାନ୍‌ସର ଚିହ୍ନଟ କରିବ ସଫ୍ଟଓ୍ବେର

ଆଜିକାଲି କ୍ୟାନ୍‌ସରକୁ କିପରି ସହଜରେ ଚିହ୍ନଟ କରାଯାଇପାରିବ ସେ ନେଇ କ୍ୟାନ୍‌ସର ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି। ଏକ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛନ୍ତି ଲଣ୍ଡନ...

ବର୍ଷାଦିନ ଖାଦ୍ୟପେୟ: ଯାହା ଶରୀରକୁ ରଖେ ସୁସ୍ଥ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଦବହୁଳ ରୋଗୀଙ୍କ ପାଇଁ...

Advertisement
Archives

Model This Week