ଲଗାଣ ବର୍ଷାରେ ଭାଙ୍ଗିଲା ମାଟିଘର

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଜିଲାରେ ଜନ ଜୀବନ ପ୍ରଭାବିତ ହୋଇଛି। ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ଅନେକ ଗଳିକନ୍ଦିରେ ବର୍ଷାପାଣି ନିଷ୍କାସିତ ନ ହୋଇ ଜମି ରହିଛି। ଫଳରେ ଯାତାୟାତ ସମସ୍ୟା ଉପୁଜିଛି। ସେହିପରି କେତେକ ସ୍ଥାନରେ ମାଟିଘର ଭାଙ୍ଗିଥିବା ସୂଚନା ମିଳିଥିବାବେଳେ ଉଭୟ ଗାଁ ଏବଂ ସହରର ତଳି ଅଞ୍ଚଳରେ ରହିଥିବା ଘର ଗୁଡ଼ିକ ବର୍ଷାପାଣି ଘେରରେ ରହିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ ହ୍ରାସ ପାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ଥମି ନାହିଁ। ବରଗଡ଼ ପୌର ପରିଷଦ ଅଧିନ ୱର୍ଡ଼ ନଂ.୧ ଜୀରା କଲୋନୀ ଭଳି କେତେକ ଅଞ୍ଚଳରେ ଏବେ ମଧ୍ୟ ଲୋକଙ୍କ ଦୁଃଖ ଲାଗି ରହିଛି। ଜୀରା କଲୋନୀ ଜଳମଗ୍ନ ହୋଇଯିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କମ୍ୟୁନିଟି ସେଣ୍ଟରକୁ ଅଣାଯାଇଥିଲା। ସେଠାକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ତହସିଲଦାର ସୋନାଲି ପଟ୍ଟନାୟକ, ଉଦ୍ଧବ ସେଟ୍‌ ପ୍ରମୁଖ ପହଞ୍ଚତ୍ ଚୂଡ଼ା, ଗୁଡ଼ ଏବଂ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ବରଗଡ଼ ବ୍ଲକ ଅନ୍ତର୍ଗତ ଡାଙ୍ଗ ନଦୀପଡ଼ା ନିବାସୀ ଶମ୍ଭୁ ମହଲାଙ୍କ ଘରକାନ୍ଥ ମଙ୍ଗଳବାର ରାତିରେ ଭାଙ୍ଗିଯାଇଛି। ରାତିରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିବାବେଳେ ସୌଭାଗ୍ୟକ୍ରମେ ପରିବାର ଲୋକେ ଏକ ବଡ଼ ବିପଦରୁ ରକ୍ଷା ପାଇଛନ୍ତି। ଅନୁରୂପଭାବେ ସ୍ଥାନୀୟ ସୀତାରାମ କର, ମଥିଲା ଭାଟିଙ୍କ ଘର ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି।
ବରଗଡ଼ ଜିଲାରେ ବୃଷ୍ଟିପାତ ପରିମାଣ
ବର୍ଷା ପରିମାଣ ହ୍ରାସ ପାଇ ବସିଛି। କିନ୍ତୁ ଏବେ ମଧ୍ୟ ବର୍ଷା ଲାଗି ରହିଛି। ସେହିପରି ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ଥମି ନାହିଁ। ବୁଧବାର ଜିଲାରେ ୫୦୦.୧ମିମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ସେଥିମଧ୍ୟରୁ ଅମ୍ବାଭୋନା ବ୍ଲକରେ ୨୦, ଅତାବିରାରେ ୫୩, ବରଗଡ଼ରେ ୮୪, ବରପାଲିରେ ୫୩, ଭଟଲିରେ ୩୭, ଭେଡ଼େନରେ ୨୦, ବିଜେପୁରରେ ୪୪, ଗାଇସିଲେଟରେ ୩୦.୧, ଝାରବନ୍ଧରେ ୫୧, ପଦ୍ମପୁରରେ ୨୪, ପାଇକମାଳରେ ୩୦ ଏବଂ ସୋହେଲା ବ୍ଲକରେ ୫୪ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ଅନ୍ୟପଟେ ମଙ୍ଗଳବାର ଜିଲାରେ ୨୧୪.୪ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଥିଲା। ସେଥିରୁ ଅମ୍ବାଭୋନା ବ୍ଲକରେ ୨, ଅତାବିାରେ ୪୫, ବରଗଡ଼ରେ ୨୬.୬, ବରପାଲିରେ ୨୫, ଭଟଲିରେ ୧୩.୬, ଭେଡ଼େନରେ ୨୦.୨, ବିଜେପୁରରେ ୨୧, ଗାଇସିଲେଟରେ ୧୩, ଝାରବନ୍ଧରେ ୨୧, ପଦ୍ମପୁରରେ ୧, ପାଇକମାଳରେ ୧୮ ଏବଂ ସୋହେଲାରେ ୮ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଛି। ତେବେ ସୋମବାର ଜିଲାରେ ସର୍ବାଧିକ ୫୫୪.୬ମିମି ବୃଷ୍ଟିପାତ ହୋଇଥିବା ସରକାରୀଭାବେ ରେକର୍ଡ କରାଯାଇଥିଲା। ସେଥିରୁ ଅମ୍ବାଭୋନାରେ ୮୯, ଅତାବିରାରେ ୯୭, ବରଗଡ଼ରେ ୭୩, ବରପାଲିରେ ୧୫, ଭଟଲିରେ ୧୫୯, ଭେଡ଼େନରେ ୧୦, ବିଜେପୁରରେ ୧୭.୫, ଗାଇସିଲେଟରେ ୫.୧, ଝାରବନ୍ଧରେ ୨୭, ପଦ୍ମପୁରରେ ୯, ପାଇକମାଳରେ ୨୩ ଏବଂ ସୋହେଲା ବ୍ଲକରେ ୩୦ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri