ବହୁଚର୍ଚ୍ଚିତ ସୁରେଶ ଶବର ହତ୍ୟା ଘଟଣା: ୧୫ ଦିନ ପରେ ଅଭିଯୁକ୍ତ ଗିରଫ

ଦେବଗଡ,୧୬।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ ତାରିଖ ରାତ୍ରୀରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯)ହତ୍ୟା ଘଟଣାର ଅଭିଯୁକ୍ତକୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହତ୍ୟାକାରୀ ମର୍ହା ଗ୍ରାମର ଭାଗୁଡୁ ପ୍ରଧାନ ଓରଫ ବୁଦ୍ଧରାମ ପ୍ରଧାନ(୩୫) ବୋଲି ଜଣାପଡିଛି । ଘଟଣାର ଦୀର୍ଘ ୧୫ ଦିନ ପରେ ପୋଲିସ ହତ୍ୟାକାରୀ ଭାଗୁଡୁକୁ ଗିରଫ କରିଥିବା ବେଳେ ସୁରେଶଙ୍କ ଦୋକାନରୁ ନେଇଥିବା ସାମଗ୍ରୀର ବକେୟା ପ୍ରାପ୍ୟ ପ୍ରଦାନକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ମର୍ହା ଗ୍ରାମରେ କୁଖ୍ୟାତ ଜନ୍ତୁ ଶିକାରୀ ସୁରେଶ ଶବରଙ୍କ ଏକ ରାସନ ଦୋକାନ ରହିଥିବା ବେଳେ ଉକ୍ତ ଗ୍ରାମର ଭାଗୁଡୁ ଓରଫ ବୁଦ୍ଧରାମ ପ୍ରଧାନ(୩୫)ତାଙ୍କ ନିକଟରୁ ୮୦୦ ଟଙ୍କାର ସାମଗ୍ରୀ ଧାର ସୂତ୍ରରେ ନେଇଥିଲା । ମାତ୍ର ସୁରେଶ ଏକାଧିକ ବାର ବକେୟା ଟଙ୍କା ଫେରସ୍ତ ମାଗିଥିଲେ ହେଁ ଭାଗୁଡୁ ଏହି ଟଙ୍କା ପରିଶୋଧ ନକରି ଦିନ ଗଡାଇ ଚାଲିଥିଲା । ସୁରେଶ ଗତ ୩୦ ତାରିଖ ରାତି ପ୍ରାୟ ୮ଟା ସମୟରେ ଶ୍ରମିକ ଯୋଗାଡ ପାଇଁ ଏକ ବାଇକ ଯୋଗେ ୨ କି.ମି. ଦୂରବର୍ତୀ ଔତଳ ଗ୍ରାମକୁ ଯାଇ ଫେରୁଥିବା ବେଳେ ଔତଳ ରାସ୍ତାରେ ଥିବା ଏକ ନାଳ ନିକଟରେ ଭାଗୁଡୁ ସହିତ ଦେଖାହୋଇଥିଲା। ଏହି ସମୟରେ ସୁରେଶ ବାଇକଟିକୁ ନାଳକଡରେ ରଖିଦେଇ ଭାଗୁଡୁକୁ ଅଟକାଇବା ସହ ବକେୟା ଥିବା ୮ ଶହ ଟଙ୍କା ଫେରସ୍ତ ମାଗିଥିଲେ । ମାତ୍ର ଭାଗୁଡୁ ନିଜର ଅକ୍ଷମତା ପ୍ରକାଶ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ସୁରେଶ ନିଜ ପାଖରେ ଏକ ବନ୍ଧୁକ ଏକ ଟାଙ୍ଗିଆ(କୁରାଢୀ) ରଖିଥିବା ବେଳେ ବନ୍ଧୁକ ଦେଖାଇ ଭାଗୁଡୁକୁ ନାନା ଧମକ ଚମକ ଦେଇଥିଲା । ଫଳରେ ଭାଗୁଡୁ ଭୟଭୀତ ହୋଇ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲା । ସୁରେଶ ସେଠାରୁ ଭାଗୁଡୁକୁ ଜଙ୍ଗଲ ରାସ୍ତାରେ ଗୋଡାଇ ଗୋଡାଇ ମର୍ହା ଗ୍ରାମର ପୋଖରୀ ନିକଟରେ ପହଂଚିବା ବେଳକୁ ଭାଗୁଡୁ ସୁଯୋଗ ଦେଖି ଏକ ଠେଙ୍ଗା ସାହାଯ୍ୟରେ ସୁରେଶଙ୍କ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲା । ଫଳରେ ସୁରେଶ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ଏହାଦେଖି ଭାଗୁଡୁ ସୁରେଶଙ୍କ ହାତରୁ ଟାଙ୍ଗିଆଟିକୁ ଛଡାଇ ଆଣିବାସହ ଏହା ସାହାଯ୍ୟରେ ସୁରେଶଙ୍କ ବେକ ଓ ମୁଣ୍ଡ ଆଦି ଶରୀରର ବିଭିନ୍ନ ଅଂଶରେ ଚୋଟ ପକାଇଥିଲା । ଫଳରେ ଘଟଣା ସ୍ଥଳରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା ଓ ଭାଗୁଡୁ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ ଭାଗୁଡୁକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ସେହିପରି ଭାଗୁଡୁକୁ କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri