୫ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ଏମଏସଏମଇ ପାର୍କ: କାର୍ଯ୍ୟକ୍ଷମ କରିବାକୁ ଦାବି

କେସିଙ୍ଗା,୨୦।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର ନୁଆପଡା କୁର୍ଲୁପଡା ଗ୍ରାମ ନିକଟରେ ଥିବା ଅର୍ଦ୍ଧନିର୍ମିତ ଏମଏସଏମଇ ପାର୍କ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠିଛି। କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାଣ କରିବା ପାଇଁ ବିଜେଡି ଶାସନ ସମୟରେ ୧୨କୋଟି ବ୍ୟୟ ଅଟକଳରେ ଏହା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଆଜକୁ ୫ବର୍ଷ ବିତିଗଲାଣି ସମ୍ପୁର୍ଣ୍ଣ ହୋଇପାରୁନାହିଁ। ତାହାକୁ କାର୍ଯ୍ୟ କ୍ଷମ କରିବାକୁ କୁର୍ଲୁପଡା ଗ୍ରାମବାସୀ କେସିଙ୍ଗା ବ୍ଲକ ପରିସରରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଗତକାଲି ଅଭିଯୋଗ କରିଛନ୍ତି।

ବର୍ତ୍ତମାନର ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରିଛନ୍ତି। ଗତ ୧୯୮୩ ମସିହାରେ କୁର୍ଲୁପଡା ଓ ନୂଆପଡା କୁର୍ଲୁପଡା ଗ୍ରାମର ୧୫୦ଜଣ ଚାଷୀଙ୍କ ଠାରୁ ୧୮୦ ଏକର ଜମି ଜୟପୁରସ୍ଥିତ ସେବା ପେପର ମିଲ ଜମି ଅଧିଗ୍ରହଣ କରିଥିଲା। ଗତ ୧୯୮୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳେ ଶିଳାନ୍ୟାସ ହୋଇଥିଲା। ଜମି ବିକିଥିବା ଚାଷୀଙ୍କୁ ସେବା ପେପର ମିଲ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଆଜି ହେବ କାଲି ହେବ ବୋଲି ଆଜକୁ ୪୧ ବର୍ଷ ବିତିଯାଇଥିଲେ ମଧ୍ୟ ପେପର ମିଲ ହୋଇ ପାରିଲା ନାହିଁ କି ଉଦ୍ୟୋଗ ମଧ୍ୟ ହୋଇ ପାରୁ ନାହିଁ।

ସେବା ପେପର ମିଲର ମିଲ ମାଲିକ ଗତ ୧୯୯୪-୯୫ ମସିହାରେ ଗୁପ୍ତ ଭାବେ ଇଡ୍‌କୋ ସଂସ୍ଥାକୁ ବିକ୍ରି କରିଦେଲା। ଚାଷୀମାନେ କୌଣସି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନ ହେବାରୁ ନିଜ ନିଜର ଜମି ଫେରି ପାଇବା ପାଇଁ ଚାଷୀମାନେ ଇଡ୍‌କୋ ନାମରେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ।ଉଚ୍ଚ ନ୍ୟାୟାଳୟ ର ଆଦେଶ ଅନୁସାରେ ଚାଷୀଙ୍କୁ ଏକର ପ୍ରତି ୧୫ ହଜାର ହିସାବରେ ଅର୍ଥ ଦିଆଯାଇଥିଲା। କିନ୍ତୁ ଗତ ୨୦୨୦-୨୧, ୨୨ -୨୩ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଉକ୍ତ ଜମି ଉପରେ ଏକ କ୍ଷୁଦ୍ର ,ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାଣ କରିବା ପାଇଁ ପ୍ରଥମେ ଜମିର ଚତୁଃପାର୍ଶ୍ୱରେ ବାଡ଼ା ବାବଦକୁ ୨ କୋଟିରୁ ଉଦ୍ଧର୍‌ବ ଖର୍ଚ୍ଚ କରି ବାଡ଼ା ନିର୍ମାଣ କରାଯାଇଥିଲା। ଉକ୍ତ ଜମି ପରିସରରେ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପାର୍କ ନିର୍ମାଣ କରିବା ପାଇଁ ପିଚୁରାସ୍ତା, ଡ୍ରେନ ନିର୍ମାଣ କରାଯାଇଛି।

ତତ୍କାଳୀନ ରାଜ୍ୟ ସରକାରଙ୍କ ଉଦ୍ୟୋଗ ମନ୍ତ୍ରୀ କଳାହାଣ୍ଡି ଜିଲାର ଦିବ୍ୟଶଙ୍କର ମିଶ୍ର ଖୋଦ ମନ୍ତ୍ରୀ ଥାଇ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ। ବିଜେଡିର ଶାସନ ଚାଲି ଯିବାରୁ ଆଜିକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଉଦ୍ୟୋଗ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। କୁର୍ଲୁପଡା ଗ୍ରାମର ୧୫୦ ଜଣ ଚାଷୀ ଜମି ହରାଇ ଆଜିକୁ ୪୧ବର୍ଷ ବିତିଯାଇଥିଲେ ମଧ୍ୟ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି। ଏହି ୧୮୦ଏକର ଜମିରୁ ଗତ ୨୦୦୭-୦୮ମସିହାରେ ଏନଏସି ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ କରିବାକୁ
୧୨ଏକର ଜମି ମଧ୍ୟ ଦିଆଯାଇଛି। ବର୍ତ୍ତମାନ ନୂତନ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଉଦ୍ୟୋଗକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ପଲ୍ଲୀ ସଭା ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri