କାନାରା ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ ପ୍ରୋଗ୍ରାମ

ଭୁବନେଶ୍ୱର,୧୬।୧: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବା ଏମ୍‌ଏସ୍‌ଏମ୍‌ଇ ଆଉଟରିଚ ପ୍ରୋଗ୍ରାମ (କାର୍ଯ୍ୟକ୍ରମ) ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ବ୍ୟାଙ୍କର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ଭଦ୍ରକଠାରେ ମଧ୍ୟ ‘ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ’ ପ୍ରୋଗାମ (କାର୍ଯ୍ୟକ୍ରମ) ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରଠାରେ କରାଯାଇଥିବାବେଳେ ଭୁବନେଶ୍ୱର ମଣ୍ଡଳର ଉପ-ମହାପ୍ରବନ୍ଧକ ପି. ଠାକୁର ନାୟକ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ-୧ର କ୍ଷେତ୍ରୀୟ ମୁଖ୍ୟ ତଥା ସହାୟକ ମହାପ୍ରବନ୍ଧକ ମହାମାୟା ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୪୦ରୁ ଊର୍ଦ୍ଧ୍ୱ ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ମଞ୍ଚେଶ୍ୱର ଔଦୌଗିକ କ୍ଷେତ୍ରର ଅଧ୍ୟକ୍ଷ ପ୍ରମୋଦ କୁମାର ଦାଶ ଏବଂ ଓଡ଼ିଶା ପ୍ଲାଷ୍ଟିକ ପାଇପ୍ସ ମାନୁଫାକ୍ଚରିଂ ଆସୋସିଏଶନ୍‌ର ସଚିବ ନିକୁଞ୍ଜ ଛୋଟରାୟ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଶେଷ କରି ବ୍ୟାଙ୍କ ତା’ର ସମସ୍ତ ଗ୍ରାହକଙ୍କୁ ନୂତନ ଏମ୍‌ଏସ୍‌ଏମ୍‌ଇ ଯୋଜନା ଉପରେ ପ୍ରସ୍ତୁତି ଦିଆଯାଇଥିବାବେଳେ ୧୦ଜଣ ଗ୍ରାହକଙ୍କୁ ସ୍ବୀକୃତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାଯର୍ର୍‌ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ଗ୍ରାହକଙ୍କୁ ବଡ଼ ଝଟକା: ଯୁଦ୍ଧ ଯୋଗୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ଦେଶରେ ପଡୁଛି। ଇରାନ ହେର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ଫଳରେ ଆମଦାନୀ…

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri