Categories: ଖେଳ

ପୂରା ହୋଇଛି ଧୋନୀଙ୍କ ଉଇକେଟ ନେବାର ସ୍ବପ୍ନ

ନୂଆଦିଲ୍ଲୀ, ୧୨ା୪- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉଇକେଟ ନେବା ମୋର ଦୀର୍ଘ ଦିନର ସ୍ବପ୍ନ ଥିଲା। ଏହା ମୁଁ ପୂରଣ କରିଛି ବୋଲି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅଭେଶ ଖାନ। ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରେ ୨୪ ବର୍ଷୀୟ ଅଭେଶ ହାସଲ କରିଥିଲେ ଧୋନୀ ଓ ଫାଫ୍‌ ଡୁ’ପ୍ଲେସିଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ।

୩ ବର୍ଷ ତଳେ ମାହି ଭାଇଙ୍କ ଉଇକେଟ ନେବାର ମୋ ପାଖରେ ସୁଯୋଗ ଥିଲା। ମାତ୍ର କେହି ଜଣେ କ୍ୟାଚ୍‌ ଛାଡ଼ି ଦେଇଥିଲେ। ଏବେ ଏହି ସ୍ବପ୍ନ ପୂରା ହୋଇଛି। ଏଣୁ ମୁଁ ବହୁତ ଖୁସି। କିଛି ସମୟ ହେଲା ଧୋନୀ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳୁ ନ ଥିବାରୁ, ତାଙ୍କ ଉପରେ ଚାପ ପକାଇବାକୁ ଆମେ ଯୋଜନା କରିଥିଲୁ। ସେହି ଚାପ ଯୋଗୁ ମୁଁ ତାଙ୍କ ଉଇକେଟ ହାତେଇ ପାରିଥିଲି ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଅଭେଶ କହିଛନ୍ତି।

Share