Posted inଖେଳ

ଗୋଟିଏ କଥାରେ ଚେନ୍ନାଇର ଏହି ଖେଳାଳିଙ୍କ ସହ ଝଗଡ଼ା କରିଥାନ୍ତି ଧୋନୀ; ଆର୍‌ସିବି ବିପକ୍ଷ ମ୍ୟାଚ୍‌ ଜିତିବା ପରେ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ପରାସ୍ତ କରିଛି। ବିରାଟ ସେନା ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୧୫୬ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୪ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା। ତେବେ ବିରାଟ କୋହଲି(୫୩) ଏବଂ ଦେବଦତ୍ତ ପଡିକାଲ(୭୦) ପ୍ରଥମ ଉଇକେଟ ପାଇଁ ୧୧୧ ରନ୍‌ର ଭାଗିଦାରୀ କରି ଆର୍‌ସିବିକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଦଳ ବଡ଼ ସ୍କୋର କରିପାରି ନ ଥିଲା। ଏହା ପଛରେ ଚେନ୍ନାଇର ଅଲରାଉଣ୍ଡର ଡ୍ବେନ ବ୍ରାଭୋ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ୪ ଓଭରରେ ମାତ୍ର ୨୪ ରନ୍‌ ଦେଇ ୩ ଉଇକେଟ ନେଇଥିଲେ।

ବ୍ରାଭୋ ୧୪ତମ ଓଭରରେ କୋହଲି ଏବଂ ପଡ଼ିକାଲଙ୍କ ଯୋଡ଼ିକୁ ଭାଙ୍ଗିଥିଲେ। ପରେ ୧୮ ଏବଂ ୨୦ତମ ଓଭରରେ ଆର୍‌ସିବିକୁ ରନ୍‌ କରିବାକୁ ଦେଇ ନ ଥିଲେ। ଏହି ସମୟରେ ସେ ଗ୍ଲେନ ମାକ୍ସଓ୍ବେଲଙ୍କ ଉଇକେଟ ନେଇ ଆର୍‌ସିବିକୁ ଅଡୁଆରେ ପକାଇଥିଲେ। ହର୍ଷଲ ପଟେଲ ମଧ୍ୟ ୩ ରନ୍‌ କରି ବ୍ରାଭୋଙ୍କ ଶିକାର ହୋଇଥିଲେ। ଏଭଳି ବୋଲିଂକୁ ନେଇ ଅଲ୍‌ରାଉଣ୍ଡର ଧୋନୀ ବହୁତ ଖୁସି ଥିବା ବେଳେ ବ୍ରାଭୋଙ୍କ ପ୍ରଶଂସା କରିଥିଲେ। ଏଥିସହ ବ୍ରାଭୋଙ୍କ ସହ ତାଙ୍କର ଝଗଡ଼ାକୁ ନେଇ ଏକ ମଜାଦାର ଖୁଲାସା କରିଛନ୍ତି।

ଆର୍‌ସିବି ବିପକ୍ଷରେ ବିଜୟ ପରେ ଧୋନୀ କହିଛନ୍ତି,ମୁଁ ମୋଇନ ଅଲୀଙ୍କୁ ଡ୍ରିକ୍ସ ପରେ ବୋଲିଂ ଦେବି ବୋଲି କହିଥିଲି। ହେଲେ ପରେ ତାଙ୍କୁ ନ ଦେଇ ବ୍ରାଭୋଙ୍କୁ ବୋଲିଂ କରିବି ବୋଲି ଭାବିଥିଲି। କାରଣ ତାଙ୍କୁ ବୋଲିଂ ଦେବାକୁ ବିଳମ୍ବ କଲେ ଅସୁବିଧା ହୋଇଥାଏ। ତାଙ୍କୁ ୪ ଓଭର ବୋଲିଂ କରିବାକୁ ଥିଲା। ବ୍ରାଭୋ ଫିଟ୍‌ ଅଛନ୍ତି। ଭଲ ଖେଳୁଛନ୍ତି। ମୁଁ ତାଙ୍କୁ ନିଜର ଭାଇ ବୋଲି କୁହେ। ସବୁବେଳେ ତାଙ୍କ ସହ ସ୍ଲୋ ବଲ୍‌ ଫିଙ୍ଗିବା ଉଚିତ କି ନାହିଁ ତାହାକୁ ନେଇ ଝଗଡ଼ା ହୋଇଥାଏ। ଏବେ କିନ୍ତୁ ତାଙ୍କ ପାଖରେ ସ୍ଲୋ ବଲ୍‌ ଥିବା ସମସ୍ତେ ଜାଣି ସାରିଲେଣି। ଏଥିପାଇଁ ତାଙ୍କୁ ଗୋଟିଏ ଓଭରରେ ୬ ଭିନ୍ନ ଭିନ୍ନ ବଲ୍‌ ଫିଙ୍ଗିବାକୁ କହିଥିଲି ବୋଲି ଧୋନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri