Posted inଖେଳ

କାହିଁକି ଜର୍ସି ବାଣ୍ଟୁଥିଲେ ଧୋନୀ, କଲେ ଖୁଲାସା

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ପୁରା ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂ ଧୋନୀ ଅନେକ ଦଳର ଖେଳାଳିଙ୍କୁ ତାଙ୍କ ଜର୍ସି ଦେଉଥିବାର ନଜର ଆସିଥିଲେ। ଶେଷ ମ୍ୟାଚ୍‌ରେ ଏହାର କାରଣ ବିଷୟରେ ଖୁଲାସା କରିଛନ୍ତି ମାହି। ମ୍ୟାଚ ପରେ ସମୀକ୍ଷକ ହର୍ଷ ଭୋଗଲେ ଧୋନୀଙ୍କୁ ପଚାରିଥିଲେ, ଆପଣଙ୍କ ପାଖରେ କିଛି ଜର୍ସି ବାକି ଅଛି କି, କାରଣ ଟୁର୍ନାମେଣ୍ଟରେ ସମସ୍ତେ ଆପଣଙ୍କଠାରୁ ଜର୍ସି ନେଉଥିବାର ଦେଖାଯାଇଛି। ଏହାର ଉତ୍ତରରେ ଧୋନୀ କହିଛନ୍ତି, ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛି, ତେବେ ସେମାନେ ନିଶ୍ଚୟ ଭାବିଥିବେ ଯେ ମୁଁ ମଧ୍ୟ ଆଇପିଏଲରୁ ଅବସର ନେଉଛି କିନ୍ତୁ ଏହା ଆଦୌ ନୁହେଁ। ୨୦୨୧ ଆଇପିଏଲରେ ଖେଳିବେ କି ନାହିଁ ବୋଲି ହର୍ଷ ଭୋଗଲେ ପଚାରିଥିଲେ, ମାହି ଉତ୍ତର ଦେଇ କହିଥିଲେ, ପରବର୍ତ୍ତୀ ସିଜିନ୍‌ ଆରମ୍ଭ ହେବାକୁ ମାତ୍ର ୫ ମାସ ବାକି ଅଛି ଏବଂ କୌଣସି ଲକ୍‌ଡାଉନ୍‌ ନାହିଁ। ତେଣୁ ଏହା ମଧ୍ୟରେ ଦଳକୁ ଅଧିକ ମଜଭୁତ କରିବା ପାଇଁ ଚେଷ୍ଟା କରାଯିବ। କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ଟସ୍‌ ସମୟରେ ଏମଏସ ଧୋନୀ ଘୋଷଣା କରିଥିଲେ ଯେ, ସେ ଆଇପିଏଲରେ ଖେଳିବା ଜାରି ରଖିବେ ଏବଂ ଏବେ ଅବସର ନେବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri