Posted inଖେଳ

ରାଫାଲ ବାୟୁସେନାରେ ସାମିଲ ହେବା ଦେଶ ପାଇଁ ଗର୍ବ ଏବଂ ଗୌରବ: ଧୋନୀ

ନୂଆଦିଲ୍ଲୀ,୧୧।୯: ପୂର୍ବ ଲଦାଖ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ଆଜି ଭାରତୀୟ ବାୟୁସେନାରେ ସର୍ବାଧୁନିକ ଯୁଦ୍ଧ ବିମାନ ରାଫାଲ ସାମିଲ ହୋଇଛି।  ଯୁଦ୍ଧବିମାନ ରାଫାଲ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଭାରତୀୟ ଆଞ୍ଚଳିକ ସେନାରେ ଲୁଏଟନାଣ୍ଟ କର୍ନେଲ ଥିବା ଧୋନୀ ଟୁଇଟ୍‌ କରି ଦର୍ଶାଇଛନ୍ତି ୫ଟି ରାଫାଲ ଯୁଦ୍ଧବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ରାଫାଲ ଯୁଦ୍ଧବିମାନ ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧି କରିବ। ୩୯ ବର୍ଷୀୟ ଧୋନୀ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ତରଫରୁ ଖେଳିବାକୁ ୟୁଏଇରେ ଅଛନ୍ତି । ସୂଚନାଥାଉକି, ଫ୍ରାନ୍ସରୁ କ୍ରୟ କରାଯାଇଥିବା ୫ଟି ରାଫାଲ ଯୁଦ୍ଧ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହୋଇଛି। ଏହି ଅବସରରେ ସର୍ବଧର୍ମ ପୂଜା ମଧ୍ୟ ସମ୍ପନ୍ନ ହୋଇଥିଲା। ଅମ୍ବାଲା ବାୟୁସେନା ଘାଟିରେ ଅନୁଷ୍ଠିତ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ମଧ୍ୟ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ମାମଲା: ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ୩ବର୍ଷ ଜେଲ

ଭବାନୀପାଟଣା,୨୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଜଳଛାୟା ପ୍ରକଳ୍ପ -୧ର ପୂର୍ବତନ ପ୍ରକଳ୍ପ କାର୍ଯ୍ୟକାରୀ କର୍ତ୍ତୃପକ୍ଷ ତଥା କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅମର କୁମାର…

କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ

ଖଡ଼ିଆଳ,୨୮ା୨ (ସୁଜିତ କୁମାର ପ୍ରଧାନ): ସୂଚନା କର୍ମୀ ରୂପେ ପରିଚିତ ନୂଆପଡ଼ା ଜିଲା ଖଡିଆଳ ବ୍ଲକ କୁସମାଲ ଗ୍ରାମର କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ…

ନବଜାତ ଶିଶୁକନ୍ୟାକୁ ବୁଦାମୂଳେ ଫିଙ୍ଗିଦେଲେ, କାନ୍ଦଶୁଣି ଆଶାକର୍ମୀ କଲେ ଏମିତି କାମ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଏକ ନବଜାତ ଶିଶୁକନ୍ୟାକୁ କେହି ବୁଦାମୂଳରେ ଫିଙ୍ଗି ଦେଇଥିବାବେଳେ କାନ୍ଦ ଶୁଣି ଶନିବାର ଉଦ୍ଧାର କରିଛନ୍ତି ଆଶାକର୍ମୀ। ମୟୂରଭଞ୍ଜ…

ହୋଲିରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା! ସତର୍କ ସୂଚନା ଜାରି କଲା ଆଇଏମଡି

ନୂଆଦିଲ୍ଲୀ,୨୮।୨: ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ପ୍ରବଳ ଗରମ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭରୁ ଅନେକ ରାଜ୍ୟର ଲୋକମାନେ ଗରମ ଅନୁଭବ କରିବେ। ଏହି ସମୟରେ,…

ଏହି କାରଣରୁ ଇମୋଶନାଲ୍‌ ହୋଇପଡ଼ିଲେ ୟାମି ଗୌତମ

ଅଭିନେତା ରଣବୀର ସିଂ ଷ୍ଟାରର୍‌ ଫିଲ୍ମ ‘ଧୂରନ୍ଧର’ ବକ୍ସ ଅଫିସରେ ଧମାକା କରିଥିଲା। ସାରା ବିଶ୍ୱରେ ୧୩ ବିଲିୟନରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମର ସିକ୍ୱେଲର…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଅପରେସନ ସିନ୍ଦୂର ପାର୍ଟ-୨ରେ ଥରିଲା ପାକିସ୍ତାନ, ପୋଖରାନରେ ଭାରତୀୟ ବାୟୁସେନା କଲା…

ନୂଆଦିଲ୍ଲୀ,୨୮।୨: ଅପରେସନ ସିନ୍ଦୂରର ସଫଳତା ପରେ, ଭାରତୀୟ ବାୟୁସେନା ଏହାର ସବୁଠାରୁ ଶକ୍ତିଶାଳୀ ଫାୟାରିଂ ଡ୍ରିଲର ମୋଟ ୨୭୭ଟି ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହାର ସଠିକ…

ବର୍ଷକରେ ୧,୨୭,୦୦,୦୦୦ ଟଙ୍କାର ମଟନ ଖାଇଗଲେ ନ୍ୟାଶନାଲ ପାର୍କର ଚିତା, ପ୍ରତ୍ୟେକ ଦିନ ହେଉଛି ଏତିକି ଖର୍ଚ୍ଚ

ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରଦେଶର ମହତ୍ତ୍ୱାକାଂକ୍ଷୀ ଚିତା ପ୍ରକଳ୍ପ ପୁଣିଥରେ ଖବରରେ ଆସିଛି। କୁନୋ ଜାତୀୟ ଉଦ୍ୟାନରେ ବାସ କରୁଥିବା ଆଫ୍ରିକୀୟ ଚିତାଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri