Posted inଖେଳ

ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଲୋକପ୍ରିୟ ନାମ ‘କ୍ୟାପଟେନ କୁଲ’କୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି। ଟ୍ରେଡ ମାର୍କ୍ସ ରେଜିଷ୍ଟ୍ରୀ ପୋର୍ଟାଲ ଅନୁସାରେ, ଏହି ଆବେଦନ ଜୁନ ୫ ତାରିଖରେ ଦାଖଲ ହୋଇଥିବା ବେଳେ ଜୁନ ୧୬ରେ ଏହା ଅଫିସିଆଲ ଟ୍ରେଡମାର୍କ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଆବେଦନର ସ୍ଥିତି ‘ଗ୍ରହଣ ଓ ବିଜ୍ଞାପିତ’ ରହିଛି। ଏହି ଟ୍ରେଡମାର୍କ କ୍ରୀଡ଼ା ତାଲିମ, କ୍ରୀଡ଼ା ତାଲିମ ସୁବିଧା, କୋଚିଂ ଓ ସେବା ଶ୍ରେଣୀ ଅଧୀନରେ ନିବନ୍ଧିତ ହେବ।

ଧୋନୀଙ୍କଠାରୁ ଏ ସମ୍ପର୍କରେ ତୁରନ୍ତ କୌଣସି ମନ୍ତବ୍ୟ ମିଳି ନାହିଁ। ଉଲ୍ଲେଖଯୋଗ୍ୟ, ପ୍ରଭା ସ୍କିଲ ସ୍ପୋର୍ଟସ (ଓପିସି) ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ପୂର୍ବରୁ ଏହି ଲୋକପ୍ରିୟ ନାମ ପାଇଁ ଟ୍ରେଡମାର୍କ ଆବେଦନ କରିଥିଲା, କିନ୍ତୁ ତାହାର ସ୍ଥିତି ‘ସଂଶୋଧନ ଦାଖଲ’ ରହିଛି।

ଚଳିତ ମାସ ଆରମ୍ଭରେ ଧୋନୀଙ୍କୁ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ସହ ୨୦୨୫ ପାଇଁ ଆଇସିସି ହଲ୍ ଅଫ ଫେମରେ ସାମିଲ କରାଯାଇଛି। ଆଇସିସି ଧୋନୀଙ୍କୁ ତାଙ୍କର ଶାନ୍ତ ମନୋଭାବ, ଅସାଧାରଣ ନେତୃତ୍ୱ ଓ କ୍ରୀଡ଼ାରେ ଦୀର୍ଘସ୍ଥାୟୀ ଯୋଗଦାନ ପାଇଁ ପ୍ରଶଂସା କରିଛି। ସେ କେବଳ ସଂଖ୍ୟାରେ ନୁହେଁ, ବରଂ ସ୍ଥିରତା, ଫିଟନେସ ଓ କ୍ଷୁରଧାର କୌଶଳ ଦ୍ୱାରା କ୍ରିକେଟ ଜଗତରେ ଏକ ଅମାପ ଛାପ ଛାଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri