Posted inଖେଳ

ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ

ନୂଆଦିଲ୍ଲୀ,୨୩।୬: ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ ଟ୍ରଫି। ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ୫ ରନ୍‌ରେ ହରାଇ ଇତିହାସ ରଚିଥିଲା ଭାରତ।

ବାରମ୍ବାର ବର୍ଷା କାରଣରୁ ୫୦ ଓଭରିଆ ମ୍ୟାଚ୍‌କୁ ଟି୨୦ ଭିତ୍ତିରେ ଖେଳାଯାଇଥିଲା। ଟସ୍‌ ଜିତି ଫିଲ୍ଡିଂ ବାଛିଥିଲା ଇଂଲଣ୍ଡ। ଟିମ୍‌ ଇଣ୍ଡିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୨୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୪୩ ରନ୍‌ର ଆଖିଦୃଶିଆ ପାଳି ଖେଳିଥିଲେ ବିରାଟ କୋହଲି। ତାଙ୍କ ଇନିଂସରେ ସାମିଲ ଥିଲା ୪ ଚୌକା ଓ ଗୋଟିଏ ଛକା। ଶେଷ ଆଡ଼କୁ ରବୀନ୍ଦ୍ର ଜାଡେଜା ଧୂଆଁଦାର ୩୩ ରନ୍‌ର ପାଳି ଖେଳିଥିଲେ।

୧୩୦ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ୪୬ ରନ୍‌ ମଧ୍ୟରେ ୪ ଉଇକେଟ ସଙ୍କଟରେ ପଡ଼ିଥିଲା। କିନ୍ତୁ ଇଆନ ମୋର୍ଗାନ ଓ ରବି ବୋପାରା ୫ମ ଉଇକେଟ ପାଇଁ ୬୪ ରନ୍‌ ଯୋଡ଼ିଥିଲେ। ଚାମ୍ପିୟନ୍ସ ଟ୍ରଫି ଠାରୁ ମାତ୍ର ୨୦ ରନ୍‌ ଦୂରରେ ଥିଲା ଇଂଲଣ୍ଡ। କିନ୍ତୁ ଲଗାତାର ମୋର୍ଗାନ (୩୩) ଓ ବୋପାରା (୩୦)ଙ୍କୁ ଆଉଟ୍‌ କରି ମ୍ୟାଚ୍‌ର ଫଳାଫଳ ବଦଳି ଦେଇଥିଲେ ଇଶାନ୍ତ ଶର୍ମା। ଦୁହେଁ ଆଉଟ୍‌ ହେବା ପରେ ମ୍ୟାଚ୍‌କୁ ଫେରି ପାରି ନ ଥିଲା ଇଂଲଣ୍ଡ। ଏହି ଟ୍ରଫି ସହ ଧୋନୀ କ୍ରିକେଟ ଇତିହାସର ପ୍ରଥମ ଅଧିନାୟକ ଭାବେ ଆଇସିସିର ସମସ୍ତ ଟ୍ରଫି (୫୦ ଓଭରିଆ ବିଶ୍ୱକପ୍‌, ଟି୨୦ ବିଶ୍ୱକପ୍‌ ଓ ଚାମ୍ପିୟନ୍ସ ଟ୍ରଫି) ନିଜ ନାମରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri