ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ର ହେଲେ ମିଷ୍ଟର୍‌ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ

ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍‌କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ହୋଇପାରିଛି। ମିଷ୍ଟର ବିଷ୍ଟ ୟୁଟ୍ୟୁବ୍‌ ଚ୍ୟାନେଲର ସମୁଦାୟ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୨୬.୭ କୋଟିରେ ପହଞ୍ଚିଥିବାବେଳେ ଟି-ସିରିଜର ମୋଟ ୨୬.୬ କୋଟି ସବ୍‌ସ୍କ୍ରାଇବର ରହିଛନ୍ତି।
‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲକୁ ଜିମି ଡୋନାଲ୍ଡସନ୍‌ ନାମକ ଜଣେ ୨୬ ବର୍ଷୀୟ ଯୁବକ ପରିଚାଳନା କରନ୍ତି। ଏହି ଅବସରରେ ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ନିଜର ଏହି ଉପଲବ୍ଧି ଶେୟାର କରିଛନ୍ତି। ଏହି ପୋଷ୍ଟରେ ଟେସ୍‌ଲା ସିଇଓ ଏଲନ୍‌ ମସ୍କ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଜିମିଙ୍କ ଅନେକ ଫଲୋଅର୍ସ ମଧ୍ୟ କମେଣ୍ଟ ମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ‘ମିଷ୍ଟର୍‌ ବିଷ୍ଟ’ ଚ୍ୟାନେଲ ଲଗାତର ଗତ କିଛି ଦିନ ଧରି ୟୁଟ୍ୟୁବ୍‌ରେ ନଂ୧ରେ ରହିବା ପାଇଁ ଚେଷ୍ଟା ଜାରି ରଖିଥିଲା। ଏହି ଚ୍ୟାନେଲରେ ସାଧାରଣତଃ ବିଭିନ୍ନ ପ୍ରକାର ଚାଲେଞ୍ଜ, ପ୍ରତିଯୋଗିତା, ସ୍ପିଡ୍‌ ଗେମ ଆଦି ଅନେକ ପ୍ରକାରର କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ।
୧୯୯୮ରେ ଜନ୍ମ ଗ୍ରହଣ କରିଥିବା ଜିମି ଉତ୍ତର କାରୋଲିନାର ଗ୍ରୀନ୍‌ଭିଲରେ ନିଜ ବାଲ୍ୟ ଜୀବନ ଅତିବାହିତ କରିଥିଲେ। ସେ ୨୦୧୨ର ପ୍ରାରମ୍ଭରେ, ମାତ୍ର ୧୩ ବର୍ଷ ବୟସରେ, ୟୁଟ୍ୟୁବ୍‌ରେ ନିଜର ‘ମିଷ୍ଟର ବିଷ୍ଟ’ ନାମକ ଚ୍ୟାନେଲ ଆରମ୍ଭ କରିଥିଲେ।୨୦୧୭ରେ ପ୍ରଥମ ଥର ପାଇଁ ଏକ ଲକ୍ଷ ପର୍ଯ୍ୟନ୍ତ ଗଣିବାକୁ ଚେଷ୍ଟା କରିଥିବା ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସେବେଠାରୁ ସେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସ’ରେ ମଧ୍ୟ ମିଷ୍ଟର ବିଷ୍ଟଙ୍କ ଫଲୋଅର୍ସଙ୍କ ସଂଖ୍ୟା ଟି-ସିରିଜଠାରୁ ଅଧିକ ରହିଛି। ମିଷ୍ଟର ବିଷ୍ଟଙ୍କ ଏକ୍ସ’ ହ୍ୟାଣ୍ଡେଲରେ ସମୁଦାୟ ୨୯.୭ ମିଲିୟନ ଫଲୋଅର୍ସ ରହିଥିବାବେଳେ ଟି-ସିରିଜର ଅଫିସିଆଲ୍‌ ଏକ୍ସ’ ହ୍ୟାଣ୍ଡେଲରେ ୨.୧ ମିଲିୟନ ଫଲୋଅର୍ସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri