ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ର ହେଲେ ମିଷ୍ଟର୍‌ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ

ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍‌କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ହୋଇପାରିଛି। ମିଷ୍ଟର ବିଷ୍ଟ ୟୁଟ୍ୟୁବ୍‌ ଚ୍ୟାନେଲର ସମୁଦାୟ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୨୬.୭ କୋଟିରେ ପହଞ୍ଚିଥିବାବେଳେ ଟି-ସିରିଜର ମୋଟ ୨୬.୬ କୋଟି ସବ୍‌ସ୍କ୍ରାଇବର ରହିଛନ୍ତି।
‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲକୁ ଜିମି ଡୋନାଲ୍ଡସନ୍‌ ନାମକ ଜଣେ ୨୬ ବର୍ଷୀୟ ଯୁବକ ପରିଚାଳନା କରନ୍ତି। ଏହି ଅବସରରେ ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ନିଜର ଏହି ଉପଲବ୍ଧି ଶେୟାର କରିଛନ୍ତି। ଏହି ପୋଷ୍ଟରେ ଟେସ୍‌ଲା ସିଇଓ ଏଲନ୍‌ ମସ୍କ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଜିମିଙ୍କ ଅନେକ ଫଲୋଅର୍ସ ମଧ୍ୟ କମେଣ୍ଟ ମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ‘ମିଷ୍ଟର୍‌ ବିଷ୍ଟ’ ଚ୍ୟାନେଲ ଲଗାତର ଗତ କିଛି ଦିନ ଧରି ୟୁଟ୍ୟୁବ୍‌ରେ ନଂ୧ରେ ରହିବା ପାଇଁ ଚେଷ୍ଟା ଜାରି ରଖିଥିଲା। ଏହି ଚ୍ୟାନେଲରେ ସାଧାରଣତଃ ବିଭିନ୍ନ ପ୍ରକାର ଚାଲେଞ୍ଜ, ପ୍ରତିଯୋଗିତା, ସ୍ପିଡ୍‌ ଗେମ ଆଦି ଅନେକ ପ୍ରକାରର କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ।
୧୯୯୮ରେ ଜନ୍ମ ଗ୍ରହଣ କରିଥିବା ଜିମି ଉତ୍ତର କାରୋଲିନାର ଗ୍ରୀନ୍‌ଭିଲରେ ନିଜ ବାଲ୍ୟ ଜୀବନ ଅତିବାହିତ କରିଥିଲେ। ସେ ୨୦୧୨ର ପ୍ରାରମ୍ଭରେ, ମାତ୍ର ୧୩ ବର୍ଷ ବୟସରେ, ୟୁଟ୍ୟୁବ୍‌ରେ ନିଜର ‘ମିଷ୍ଟର ବିଷ୍ଟ’ ନାମକ ଚ୍ୟାନେଲ ଆରମ୍ଭ କରିଥିଲେ।୨୦୧୭ରେ ପ୍ରଥମ ଥର ପାଇଁ ଏକ ଲକ୍ଷ ପର୍ଯ୍ୟନ୍ତ ଗଣିବାକୁ ଚେଷ୍ଟା କରିଥିବା ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସେବେଠାରୁ ସେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସ’ରେ ମଧ୍ୟ ମିଷ୍ଟର ବିଷ୍ଟଙ୍କ ଫଲୋଅର୍ସଙ୍କ ସଂଖ୍ୟା ଟି-ସିରିଜଠାରୁ ଅଧିକ ରହିଛି। ମିଷ୍ଟର ବିଷ୍ଟଙ୍କ ଏକ୍ସ’ ହ୍ୟାଣ୍ଡେଲରେ ସମୁଦାୟ ୨୯.୭ ମିଲିୟନ ଫଲୋଅର୍ସ ରହିଥିବାବେଳେ ଟି-ସିରିଜର ଅଫିସିଆଲ୍‌ ଏକ୍ସ’ ହ୍ୟାଣ୍ଡେଲରେ ୨.୧ ମିଲିୟନ ଫଲୋଅର୍ସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri