ଗୁରୁଙ୍କ ଆଶୀର୍ବାଦ ନେଲେ ଏମ୍‌ପି

ନୀଳଗିରି, ୬।୯(ସ୍ବ.ପ୍ର.)-ପବିତ୍ର ଗୁରୁଦିବସ ଅବସରରେ ସୋମବାର ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ଘରକୁ ଯାଇ ଆଶୀର୍ବାଦ ନେଇଛନ୍ତି। ନୀଳଗିରି ଏନ୍‌ଏସି ଅଧୀନ ବାଲିଗୋହିରୀସ୍ଥିତ ବାସଭବନକୁ ଯାଇ ଏମ୍‌ପି ଗୁରୁଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ତ୍ରିଲୋଚନ ସାର ୨୨ ବର୍ଷ ବୟସରୁ ଚାକିରି ଜୀବନ ଆରମ୍ଭ କରି ପିଢ଼ି ପରେ ପିଢ଼ି ଏକାଧିକ ଛାତ୍ରୀଛାତ୍ରଙ୍କୁ ଗଢ଼ି ତୋଳିଛନ୍ତି। ଏବେ ୯୫ ବର୍ଷରେ ମଧ୍ୟ ତାଙ୍କ ମନୋବଳ ଦୃଢ ରହିଛି।