ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ସ୍ତରୀୟ ଏମ୍ପି ଖେଳ ମହୋତ୍ସବ ଶୁକ୍ରବାର ପାଟପୁର କଲେଜ ମିନି ଷ୍ଟାଡିୟମ ଓ ଗୌତମୀ ହାଇସ୍କୁଲ ଖେଳ ପଡ଼ିଆ ପରିସରରେ ଆରମ୍ଭ ହୋଇଛି। ପାଟପୁର ମିନି ଷ୍ଟାଡିୟମ ଠାରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ ଦିନ ଧରି ଅନୁଷ୍ଠିତ ଏହି ଖେଳ ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆସିକା ଏମ୍ପି ପ୍ରତିନିଧି ବିଜୟ କୁମାର ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁୁ ସେଠୀ,ବ୍ଳକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ଉପାଧ୍ୟକ୍ଷା ରିଙ୍କି ନାୟକ, ଜିଲା ପରିଷଦସଦସ୍ୟ ଅମିନ ପ୍ରଧାନ, ସୁଲତାରାଣୀ ସ୍ବାଇଁ, ମାମାନି ପାତ୍ରଙ୍କ ସମେତ ସରପଞ୍ଚ ସମିତିସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । କ୍ରୀଡ଼ା ଶିକ୍ଷକ ଅରୁଣ ରାଉତ, ଭଗବାନ ବେହେରା,ଟୁକୁଲା ପାଢ଼ୀ, ରାମବାବୁ ଦୋରାଙ୍କ ସମେତ ବ୍ଳକର ସମସ୍ତ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ରହି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ।


