ପାର୍ଟି ଅଫିସ୍‌ରେ ଏମ୍‌ପିଙ୍କୁ ଜାଗା ମିଳିଲାନି

ଢେଙ୍କାନାଳ ଅଫିସ, ୧ା୬: ଯେତେ ତାଳି ପକାଇଲେ ମଧ୍ୟ ଢେଙ୍କାନାଳ ଜିଲାରେ ବିଜେଡି କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏମ୍‌ପି ମହେଶ ସାହୁ ଏବଂ ସଦର ବିଧାୟକ ଗୋଷ୍ଠୀ ମଧ୍ୟରେ ସବୁକିଛି ଠିକ୍‌ ନ ଥିବା ଚର୍ଚ୍ଚା ହେଉଛି। ପୌର ନିର୍ବାଚନ ପରେ ଭାଜପା ପୌରାଧ୍ୟକ୍ଷା ଏବଂ ବିଜୟୀ କାଉନ୍‌ସିଲରଙ୍କୁ ଏମ୍‌ପି ଆବାସିକ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିବାକୁ ନେଇ ଦଳୀୟ କର୍ମୀ ମହଲରେ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା, ତାହା ଦିନକୁ ଦିନ ତିକ୍ତତାରେ ରୂପାନ୍ତରିତ ହେଉଛି। ଗତ ରବିବାର ଏମ୍‌ପି ଗଁଦିଆ ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଲାଗି ଯାଇଥିବାବେଳେ ବ୍ଲକ ବିଜେଡି ସଭାପତି ତାଙ୍କୁ ପାର୍ଟି ଅଫିସ ଚାବି ଦେଇ ନ ଥିଲେ। ଫଳରେ ଏମ୍‌ପି ଷଡ଼ଙ୍ଗୀସ୍ଥିତ ପୂର୍ବତନ ଜିଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁଙ୍କ ବଗିଚାରେ ଅଭିଯୋଗ ଶୁଣାଣି କରିଥିଲେ। ଏଥିରୁ ଢେଙ୍କାନାଳ ବିଜେଡିରେ ଗୋଷ୍ଠୀ ବିବାଦ କେତେ ଭୟଙ୍କର ହେଲାଣି, ତାହା ଜଳଜଳ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ଜିଲାର ବିଭିନ୍ନ ସ୍ଥାନରୁ ଖର୍ଚ୍ଚାନ୍ତ ହୋଇ ଅଭିଯୋଗ ଜଣାଇବାକୁ ଲୋକମାନେ ଏମ୍‌ପିଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି। ସମସ୍ୟାକୁ ଉପଲବ୍ଧି କରି ଏମ୍‌ପି ବିଭିନ୍ନ ସ୍ଥାନରେ ଜନଶୁଣାଣି କରୁଛନ୍ତି। ତଦନୁଯାୟୀ ରବିବାର ସେ ଗଁଦିଆ ବ୍ଲକକୁ ଯାଇଥିଲେ ଏବଂ ବ୍ଲକ ବିଜେଡି କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଇଚ୍ଛାବ୍ୟକ୍ତ କରିଥିଲେ। ତେବେ ବ୍ଲକ ବିଜେଡି ସଭାପତି ବିଶ୍ୱନାଥ ଜେନା ତାଙ୍କୁ କାର୍ଯ୍ୟାଳୟ ଚାବି ଦେଇ ନ ଥିଲେ। ଦଳୀୟ ଏମ୍‌ପିଙ୍କୁ ଜଣେ ବ୍ଲକ ସଭାପତି ଅଫିସ୍‌ ଚାବି ପ୍ରଦାନ ନ କରିବା ପ୍ରସଙ୍ଗକୁ ଗମ୍ଭୀର କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ସୋସିଆଲ୍‌ ମଡିଆରେ ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି।
ଗଁଦିଆରେ ସୃଷ୍ଟି ହୋଇଥିବା ଅପ୍ରୀତିକର ସ୍ଥିତି ସମ୍ପର୍କରେ ସୂଚନା ଦେଇ ଏମ୍‌ପି କହିଛନ୍ତି, ଜନଶୁଣାଣି ଲାଗି ଦଳୀୟ କାର୍ଯ୍ୟାଳୟ ଖୋଲିବା ପାଇଁ ସେ ତାଙ୍କ ପ୍ରତିନିଧିଙ୍କ ଜରିଆରେ ବ୍ଲକ ବିଜେଡି ସଭାପତିଙ୍କୁ କହିଥିଲେ। ହେଲେ ବ୍ଲକ ବିଜେଡି ସଭାପତି ଏଥିଲାଗି ବିଧାୟକଙ୍କ ସହ କଥା ହେବା ପାଇଁ କହିଥିଲେ। ବିଜେଡି କାର୍ଯ୍ୟାଳୟକୁ ଦଳୀୟ ମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କୁ ମନା କରାଯିବା କେତେଦୂର ସମୀଚୀନ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମ୍‌ପି ଆହୁରି ମଧ୍ୟ କହିଛନ୍ତି , ଗଁଦିଆ ବ୍ଲକ ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ ଏବଂ ବିଧାୟକ ଉପସ୍ଥିତ ଥିଲେ। ମଝିରେ ମଝିରେ ଉକ୍ତ ପାର୍ଟି ଅଫିସରେ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଏମ୍‌ପି ସେତେବେଳେ ବିଧାୟକଙ୍କୁ କହିଥିଲେ। ହେଲେ ରବିବାର ତାଙ୍କୁ କାର୍ଯ୍ୟାଳୟ ମିଳି ନ ଥିଲା। ବିଜେଡିର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ତାଙ୍କ ପାଖକୁ ନ ଆସିବା ପାଇଁ ବାହ୍ୟ ଚାପ ପ୍ରୟୋଗ କରାଯାଉଛି। ଏଥିରେ କାହାର ହାତ ରହିଛି ଜାଣିହେଉନାହିଁ। କେହି ତାଙ୍କ ପାଖକୁ ନ ଆସିଲେ ସେ ନିଜେ ସେମାନଙ୍କ ପାଖକୁ ଯିବେ। କିଏ ଟିକେଟ ପାଇବ ନ ପାଇବ ତାହା ଭବିଷ୍ୟତ କହିବ। ହେଲେ ଏବେ ଯେହେତୁ ରାଜନୀତିରେ ଅଛୁ, ତେଣୁ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ଏହା ମନର କଥା ବୋଲି ଏମ୍‌ପି କହିଛନ୍ତି।
ଏ ସଂକ୍ରାନ୍ତରେ ବ୍ଲକ ବିଜେଡି ସଭାପତି କୁହନ୍ତି, ଚାବି ଦେବାକୁ ସେ ମନା କରିନାହାନ୍ତି। ଯେହେତୁ ବିଜେଡି କାର୍ଯ୍ୟାଳୟ ଭଡ଼ା, ବିଦ୍ୟୁତ୍‌ ଦେୟ, ଚେୟାର ଟେବୁଲ ବ୍ୟବସ୍ଥା ବିଧାୟକ କରିଛନ୍ତି, ତେଣୁ ତାଙ୍କୁ ଟିକେ ପଚାରି ଦେବାକୁ କହିଥିଲେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ଜିଲା ପରିଷଦ ଉପସଭାପତି ସାହୁ କୁହନ୍ତି, ଦଳୀୟ ଏମ୍‌ପିଙ୍କ ପାଇଁ କାର୍ଯ୍ୟାଳୟ ଖୋଲା ନ ଯିବା ଅଶୋଭନୀୟ। ପାର୍ଟି କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାହା ଦେଖିବାକୁ ମିଳୁନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତୃବୃନ୍ଦ ନିଜକୁ ଦୂରେଇ ରଖିଥିବା ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri