Posted inଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ, ୩ ମନ୍ତ୍ରୀ ନେଲେ ଶପଥ

ଭୋପାଳ,୨୬।୮: ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ଅନୁଗାମୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରରେ ୩ ନୂଆ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯାଇଛି। ବିନ୍ଧ୍ୟରୁ ରାଜେନ୍ଦ୍ର ଶୁକ୍ଲା, ମହାକୌଶଲରୁ ଗୌରୀଶଙ୍କର ବିସେନ ଏବଂ ବୁନ୍ଦେଲଖଣ୍ଡରୁ ରାହୁଲ ଲୋଧି କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଏକ ନିରାଡମ୍ବର ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ ଏହି ତିନିଜଣ ବିଧାୟକଙ୍କୁ ଶପଥ ଗ୍ରହଣ କରାଇଥିଲେ। ତେବେ ଏହି ୩ ନୂଆ ମନ୍ତ୍ରୀଙ୍କୁ କେଉଁ ବିଭାଗ ବଣ୍ଟନ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ଗୌରୀ ଶଙ୍କର ବିସେନ ପଛୁଆ ବର୍ଗରୁ ଆସିଛନ୍ତି। ମହାକୌଶଲ ଅଞ୍ଚଳରେ ତାଙ୍କର ବହୁତ ପ୍ରଭାବ ରହିଛି ବୋଲି ବିଶ୍ୱାସ କରାଯାଏ। ଅନ୍ୟପକ୍ଷରେ, ରାଜେନ୍ଦ୍ର ଶୁକ୍ଲା ବ୍ରାହ୍ମଣମାନଙ୍କର ଜଣେ ବଡ଼ ନେତା ଭାବରେ ବିବେଚିତ ହୁଅନ୍ତି ଏବଂ ବିନ୍ଧ୍ୟ ଅଞ୍ଚଳରେ ତାଙ୍କର ପ୍ରଭାବ ରହିଛି। ଅନ୍ୟପକ୍ଷରେ ରାହୁଲ ଲୋଧି ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଉମା ଭାରତୀଙ୍କ ଭଣଜା।
ମଧ୍ୟ ପ୍ରଦେଶର ଶିବରାଜ ସିଂ ଚୌହାନ ସରକାରରେ ଏବେ ନରୋତ୍ତମ ମିଶ୍ରା, ଗୋପାଳ ଭାର୍ଗଭ, ତୁଲସିରାମ ସିଲାଭଟ, କୁୱର ବିଜୟ ଶାହା, ଜଗଦୀଶ ଦେଓରା, ବିସାହୁଲାଲ ସିଂ, ଯଶୋଧରା ରାଜେ, ଭୁପେନ୍ଦ୍ର ସିଂ, ମୀନା ସିଂ ମାଣ୍ଡଭେ, କମଲ ପଟେଲ, ଗୋବିନ୍ଦ ସିଂ ରାଜପୁତ, ବୃଜେନ୍ଦ୍ର ପ୍ରତାପ ସିଂ, ବିଶ୍ୱାସ ସାରଙ୍ଗ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂ ସିସୋଡିଆ, ପ୍ରଦ୍ୟୁମ୍ନ ସିଂ, ପ୍ରେମ ସିଂ ପଟେଲ, ଓମ ପ୍ରକାଶ ସକଲେଚା, ଉଷା ଠାକୁର, ଅରବିନ୍ଦ ସିଂ ଭଦୌରିଆ, ମୋହନ ଯାଦବ, ହରଦିପ ସିଂ ଡୁଙ୍ଗ ଏବଂ ରାଜବର୍ଦ୍ଧନ ସିଂ ପ୍ରେମସିଂହ ଦତ୍ତଗାଓଁ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri