Posted inଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ, ୩ ମନ୍ତ୍ରୀ ନେଲେ ଶପଥ

ଭୋପାଳ,୨୬।୮: ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ଅନୁଗାମୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରରେ ୩ ନୂଆ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯାଇଛି। ବିନ୍ଧ୍ୟରୁ ରାଜେନ୍ଦ୍ର ଶୁକ୍ଲା, ମହାକୌଶଲରୁ ଗୌରୀଶଙ୍କର ବିସେନ ଏବଂ ବୁନ୍ଦେଲଖଣ୍ଡରୁ ରାହୁଲ ଲୋଧି କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଏକ ନିରାଡମ୍ବର ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ ଏହି ତିନିଜଣ ବିଧାୟକଙ୍କୁ ଶପଥ ଗ୍ରହଣ କରାଇଥିଲେ। ତେବେ ଏହି ୩ ନୂଆ ମନ୍ତ୍ରୀଙ୍କୁ କେଉଁ ବିଭାଗ ବଣ୍ଟନ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ଗୌରୀ ଶଙ୍କର ବିସେନ ପଛୁଆ ବର୍ଗରୁ ଆସିଛନ୍ତି। ମହାକୌଶଲ ଅଞ୍ଚଳରେ ତାଙ୍କର ବହୁତ ପ୍ରଭାବ ରହିଛି ବୋଲି ବିଶ୍ୱାସ କରାଯାଏ। ଅନ୍ୟପକ୍ଷରେ, ରାଜେନ୍ଦ୍ର ଶୁକ୍ଲା ବ୍ରାହ୍ମଣମାନଙ୍କର ଜଣେ ବଡ଼ ନେତା ଭାବରେ ବିବେଚିତ ହୁଅନ୍ତି ଏବଂ ବିନ୍ଧ୍ୟ ଅଞ୍ଚଳରେ ତାଙ୍କର ପ୍ରଭାବ ରହିଛି। ଅନ୍ୟପକ୍ଷରେ ରାହୁଲ ଲୋଧି ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଉମା ଭାରତୀଙ୍କ ଭଣଜା।
ମଧ୍ୟ ପ୍ରଦେଶର ଶିବରାଜ ସିଂ ଚୌହାନ ସରକାରରେ ଏବେ ନରୋତ୍ତମ ମିଶ୍ରା, ଗୋପାଳ ଭାର୍ଗଭ, ତୁଲସିରାମ ସିଲାଭଟ, କୁୱର ବିଜୟ ଶାହା, ଜଗଦୀଶ ଦେଓରା, ବିସାହୁଲାଲ ସିଂ, ଯଶୋଧରା ରାଜେ, ଭୁପେନ୍ଦ୍ର ସିଂ, ମୀନା ସିଂ ମାଣ୍ଡଭେ, କମଲ ପଟେଲ, ଗୋବିନ୍ଦ ସିଂ ରାଜପୁତ, ବୃଜେନ୍ଦ୍ର ପ୍ରତାପ ସିଂ, ବିଶ୍ୱାସ ସାରଙ୍ଗ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂ ସିସୋଡିଆ, ପ୍ରଦ୍ୟୁମ୍ନ ସିଂ, ପ୍ରେମ ସିଂ ପଟେଲ, ଓମ ପ୍ରକାଶ ସକଲେଚା, ଉଷା ଠାକୁର, ଅରବିନ୍ଦ ସିଂ ଭଦୌରିଆ, ମୋହନ ଯାଦବ, ହରଦିପ ସିଂ ଡୁଙ୍ଗ ଏବଂ ରାଜବର୍ଦ୍ଧନ ସିଂ ପ୍ରେମସିଂହ ଦତ୍ତଗାଓଁ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ ପାଇଁ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri