ବର୍ଷାଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ, କହିଲେ ଆସ ଚ୍ୟାନେଲରେ ବସି ମୁହାଁମୁହିଁ ଆଲୋଚନା କରିବା

ଭୁବନେଶ୍ୱର,୬।୧: ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପ୍ରଥମେ ଅନୁଭବ ତାଙ୍କ ଅଟୋବାୟୋଗ୍ରାଫି ପାଇଁ ଚର୍ଚ୍ଚାରେ ଥିବାବେଳେ ପରେ ବର୍ଷା ନିଜର ଫିଲ୍ମ ୱାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାରି ଭିତରେ ଅନୁଭବଙ୍କ ଫେସବୁକ୍‌ ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ବିବାହ ବିଚ୍ଛେଦ ହେବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଥିଲା । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ୨ କଳାକାର ନିଜ ନିଜ ପକ୍ଷ ରଖି ପୋଷ୍ଟ କରୁଥିଲେ । ଏସବୁ ବ୍ୟତୀତ ଅନୁଭବ ଭିଡିଓ ଜାରି କରି ମଧ୍ୟ ଅନେକ କଥା କହିଆସିଛନ୍ତି ।

ନିକଟରେ ବର୍ଷା ପ୍ରିୟଦର୍ଶନୀଙ୍କ ୱାଇଫ ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମର କାହାଣୀ ବର୍ଷାଙ୍କ ବୈବାହିକ ଜୀବନ କାହାଣୀ ସହ କିଛି ସାମଞ୍ଜସ୍ୟ ରହିଥିବା ନେଇ କୁହାଯାଉଛି । କିନ୍ତୁ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ଅନୁଭବ ମହାନ୍ତି । ତେଣୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଫେସବୁକ ପୋଷ୍ଟରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଏହି ଫିଲ୍ମର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ଅନୁଭବ।

ସେ ଆହୁରି କହିଛନ୍ତି, ଫିଲ୍ମ ମାଧ୍ୟମରେ ମିଛ ଅଭିଯୋଗ ଆଣିବା ଦରକାର ନାହିଁ । ଏହା ପ୍ରଶଂସକଙ୍କ ମନରେ ଉଭୟ ଷ୍ଟାରଙ୍କ ସମ୍ମାନ କ୍ଷୁର୍ଣ୍ଣ କରୁଛି ବୋଲି ଅନୁଭବ ଲେଖିଛନ୍ତି । ଏହାର ସମାଧାନ ପାଇଁ ଯେକୌଣସି ଚ୍ୟାନେଲରେ ଆଲୋଚନା କରିବାକୁ ଆହ୍ବାନ ଦେଉଛି। ଆଲୋଚନା ହେଲେ ଲୋକଙ୍କ ମନରୁ ଦ୍ବନ୍ଦ୍ବ ଓ ସନ୍ଦେହ ଦୂର ହେବ । ଆସ, ଆଲୋଚନା କରି ସବୁଦିନ ପାଇଁ ଅଧ୍ୟାୟ ବନ୍ଦ କରିବା ବୋଲି ଅନୁଭବ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଅବଶ୍ୟ ଆଲୋଚନା ପାଇଁ ଚ୍ୟାନେଲ ବାଛିବା ବିକଳ୍ପ ବର୍ଷାଙ୍କ ଉପରେ ଛାଡ଼ିଛନ୍ତି ଅନୁଭବ ।

ତେବେ ଅନୁଭବଙ୍କ ପୋଷ୍ଟ ପରେ ବର୍ଷା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଆଗାମୀ ଦିନରେ ଅନୁଭବଙ୍କ ଚ୍ୟାଲେଞ୍ଜକୁ ବର୍ଷା ଗ୍ରହଣ କରିବେ କି ପ୍ରତିକ୍ରିୟା ରଖିବେ ତାହା ଦେଖିବାକୁ ବାକୁ ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri