କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହିତ ଜନ୍ମଦିନ ପାଳିଲେ ପର୍ବତାରୋହୀ ଲିପିକା ସେଟ

ବରଗଡ଼ ଅଫିସ,୧୮।୬: ବରଗଡ଼ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଟ୍‌ଙ୍କ ଶୁକ୍ରବାର ଜନ୍ମଦିନ ଥିଲା । ନିଜ ଜନ୍ମଦିନକୁ ଲିପିକା ନିଆରା ଢଙ୍ଗରେ ପାଳନ କରିଥିଲେ। ବରଗଡ଼ ସହର ଉପକଣ୍ଠ ଜମୁର୍ଡା ନିକଟ କୁଷ୍ଠାଶ୍ରମକୁସେ ପହଞ୍ଚି ଅନ୍ତେବାସୀଙ୍କ ସହିତ ଭାବ ବିନିମୟ ଏବଂ ପରସ୍ପର ମିଠା ଖୁଆଇ ସେ ଜନ୍ମଦିନ ପାଳନ କରିଥିଲେ । ଏହା ସାଙ୍ଗକୁ ପର୍ବତାରୋହଣ କ୍ଷେତ୍ରରେ ଆହୁରି ଆଗକୁ ବଢିବା ପାଇଁ ଅନ୍ତେବାସୀଙ୍କ ଆର୍ଶିବାଦ କାମନା କରିଥିଲେ। ସେହିପରି କୁଷ୍ଠାଶ୍ରମରେ ରହୁଥିବା ପିଲାମାନଙ୍କ ପାଠପଢା ପଚାରି ବୁଝିଥିଲେ ଏବଂ କିଛି ସମସ୍ୟା ଉପୁଜିଲେ ତାଙ୍କୁ ଜଣାଇଲେ ସେ ଯଥାସାଧ୍ୟ ସହଯୋଗ କରିବେ ବୋଲି ଲିପିକା କହିଥିଲେ ।