Categories: ବାଣିଜ୍ୟ

ଏଚ୍‌ପିସିଏଲ୍‌ ସହ ଏଚ୍‌ସିଆଇଏଲ୍‌ର ବୁଝାମଣା

ଭୁବନେଶ୍ୱର,୧।୯:ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ସହ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉଭୟ କମ୍ପାନୀର କାରବାର ଓ ତୈଳ ସୁବିଧା (ଫୁଏଲ ରିଓ୍ବାର୍ଡ ଲୟାଲିଟି ପ୍ରୋଗ୍ରାମ) ହୋଣ୍ଡାର କନେକ୍ଟ ଆପ୍ଲିକେଶନ ବ୍ୟବହାରକାରୀଙ୍କୁ ଯୋଗାଇ ଦେବାକୁ ଉକ୍ତ ବୁଝାମଣା ହୋଇଥିବା କୁହାଯାଇଛି। ଏ ସମ୍ପର୍କରେ ହୋଣ୍ଡା କାର୍‌ସ ଇଣ୍ଡିଆର ନିର୍ଦ୍ଦେଶକ (ବିକ୍ରି ଏବଂ ବିପଣନ) ୟୁଚୁଚି ମୁରାତା କହିଛନ୍ତି, ଆମେ ସର୍ବଦା ଗ୍ରାହକକେନ୍ଦ୍ରିକ ସେବା ଓ ସୁବିଧା ଗ୍ରାହକମାନଙ୍କୁ ଯୋଗାଇଦେବାକୁ ଚେଷ୍ଟା କରିଥାଉ।

Share