ପୋଲ ଉପରେ ପୁଅ, ଝିଅକୁ ବସାଇ ମା’ର ଆତ୍ମହତ୍ୟା ଉଦ୍ୟମ

ଗୋପ, ୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ-ବାଲିଘାଇ ରାସ୍ତାର ଗୋପ ବଜାର ନିକଟ କୁଶଭଦ୍ରା ପୋଲ ଉପରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ପୋଲ ଉପରେ ବସାଇ ଆତ୍ମହତ୍ୟା କରିବାକୁ ଯାଉଥିଲେ। ତେବେ ପୋଲରୁ ତଳକୁ ଡେଇଁବା ସମୟରେ ଜଣେ ଲୋକ ଦୌଡ଼ିଯାଇ ତାଙ୍କୁ ଧରିଦେବାରୁ ବଡ଼ ବିପଦ ଟଳି ଯାଇଥିଲା। ପରେ ଉକ୍ତ ମହିଳାଙ୍କୁ ପୋଲିସ ତାଙ୍କ ପରିବାର ଜିମା ଦେଇଥିବା ଜଣାପଡିଛି।

ପୋଲିସ ସୂଚନାନୁସାରେ, ଉକ୍ତ ମହିଳା ଜଣକ ହେଉଛନ୍ତି ଗୋପ ଥାନା ଦଳନଈସ୍ଥିତ ବିଜିପୁର ଗ୍ରାମର କାହ୍ନୁଚରଣ ମହାରଣାଙ୍କ ଝିଅ ପାର୍ବତୀ (୩୧)। ସେ ୭/୮ ବର୍ଷ ପୂର୍ବେ ନିଆଳି ଥାନା ଅଧୀନ ପନିମାଳ ଗ୍ରାମର ତପନ ମହାରଣାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୪ ବର୍ଷର ପୁଅ ଓ ଗୋଟିଏ ୯ ମାସର ଝିଅ ଅଛନ୍ତି। ଶନିବାର ସକାଳେ ସେ ହଠାତ୍‌ ୨ ପିଲାଙ୍କୁ ଧରି ବାପଘର ଗାଁ ବିଜୁପୁରକୁ ଆସୁଥିଲେ। କିନ୍ତୁ ବାଟରେ କୁଶଭଦ୍ରା ପୋଲ ଉପରେ ୨ ଶିଶୁଙ୍କୁ ବସାଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ତେବେ ଏହି ଖବର ପ୍ରଚାରିତ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଲାଗିଥିଲା। ଖବର ପାଇ ଥାନା ଏଏସ୍‌ଆଇ ରାଧାଶ୍ୟାମ ନାୟକ ଓ ଗଙ୍ଗାଧର ନାୟକ ସେଠାରେ ପହଞ୍ଚତ୍ ୨ ଶିଶୁଙ୍କ ସହ ପାର୍ବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲେ। କଥାବାର୍ତ୍ତାରେ ବ୍ୟତିକ୍ରମ ଦେଖାଦେବାରୁ ପୋଲିସ ଭାଇ ଦୁର୍ଗାଚରଣ ମହାରଣାଙ୍କୁ ଡାକି ମହିଳାଙ୍କ ସମ୍ପର୍କରେ ପଚାରି ତଦନ୍ତ କରିବା ସହ ତାଙ୍କ ସହ ଛାଡ଼ିଥିଲେ। ତେବେ ଭଉଣୀର ମୁଣ୍ଡ ଟିକିଏ ଖରାପ ଥିବାରୁ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଇ ଦୁର୍ଗାଚରଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri