ସ୍ତନ୍ୟପାନବେଳେ ମା’ମାନେ ସଚେତନ ରୁହନ୍ତୁ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଶିଶୁର ଉତ୍ତମ ସ୍ବାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମା’ କ୍ଷୀର ହେଉଛି ସର୍ବୋତ୍ତମ ବିକଳ୍ପ। ମା’ କ୍ଷୀରରେ ଥିବା ଭିଟାମିନ୍‌, ଶ୍ୱେତସାର, ପୁଷ୍ଟିସାର, ଲୌହସାର, ଖଣିଜ ଲବଣ, କ୍ୟାଲ୍‌ସିୟମ୍‌ ଏବଂ ଜଳ ଶିଶୁ ପାଇଁ ଅତ୍ୟନ୍ତ ଉପଯୋଗୀ। ଜନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ନବଜାତକକୁ ମା’ର କଷକ୍ଷୀର (କୋଲୋଷ୍ଟ୍ରମ୍‌) ପିଆଇବା ଅତ୍ୟନ୍ତ ଜରୁରୀ। ସ୍ତନ୍ୟପାନ ପାଇଁ ମା’ ମଧ୍ୟ ପୁଷ୍ଟିକର ଖାଦ୍ୟ ଖାଇବା ଏକାନ୍ତ ଆବଶ୍ୟକ। ଏହାଦ୍ୱାରା ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇପାରିବ। ବିଶେଷକରି କରୋନା ମହାମାରୀ ସମୟରେ ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ମାନେ ମାସ୍କ ପିନ୍ଧିବା, ହାତ ଧୋଇବା, ସ୍ବଚ୍ଛତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ। ଗର୍ଭବତୀ ଓ ପ୍ରସୂତୀମାନେ ଏକ୍ଷେତ୍ରରେ ସଚେତନ ରହିବା ଆବଶ୍ୟକ ବୋଲି ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରର ପରାମର୍ଶ ଦିଆଯାଇଛି।
ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲା ତଥା ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ସୁସ୍ଥ ବିଶ୍ୱ ପାଇଁ ସ୍ତନ୍ୟପାନକୁ ସମର୍ଥନ।’ ଏହି ଅବସରରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଘରକୁ ଘର ବୁଲି ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ପ୍ରସୂତି ଓ ମା’ମାନଙ୍କୁ ସଚେତନ କରିଛନ୍ତି। ସ୍ତନ୍ୟପାନ ସମୟରେ ଶିଶୁକୁ ଠିକ୍‌ ଭାବେ ଧରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ପ୍ରକଳ୍ପରେ ରାଲି ଏବଂ କାର୍ଯ୍ୟକ୍ରମ କରାଯାଇ ସଚେତନ କରାଯାଇଛି। ଅନେକ କାର୍ଯ୍ୟକ୍ରମ ଡିଜିଟାଲ୍‌ ମାଧ୍ୟମରେ କରାଯାଇଛି। ସ୍ତନ୍ୟପାନରେ ପରିବାରର ସଦସ୍ୟ ଏବଂ ଗୋଷ୍ଠୀର ମଧ୍ୟ ବିଶେଷ ଭୂମିକା ଓ ଦାୟିତ୍ୱ ରହିଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଏଥିସହ ସ୍ତନ୍ୟପାନ ସମ୍ପର୍କରେ ରହିଥିବା ବିଭିନ୍ନ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ପ୍ରଚାର ପୁସ୍ତିକା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସ୍ତନ୍ୟପାନର ଉପାଦେୟତା ଏବଂ ଏହା ଦ୍ୱାରା ଉଭୟ ମା’ ଓ ଶିଶୁ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ଜିଲାସ୍ତରରୁ ଅନେକ ସଫଳ କାହାଣୀ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri