‘ମା’ମାନଙ୍କଠାରେ ନେତୃତ୍ୱର ଚମକ ରହିଛି’

ଭୁବନେଶ୍ୱର, ୯।୩ (ବ୍ୟୁରୋ): ମା’ ମାନେ ହେଉଛନ୍ତି ଜନ୍ମରୁ ନେତା। ଯିଏ ଘର ଓ ପିଲାଙ୍କ ଦାୟିତ୍ୱ ଠିକ୍‌ ଭାବେ ନେଇପାରୁଛି, ଦେଶ ଓ ସମାଜର ଦାୟିତ୍ୱ ନେବାରେ ତା’ ପାଇଁ କିଛି ଅସୁବିଧା ନାହିଁ। ପ୍ରତ୍ୟେକ ମା’ଙ୍କ ନିକଟରେ ନେତୃତ୍ୱର ଚମକ ରହିଛି। ଆମକୁ ତାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ। ଦେଶ ବିକାଶରେ ଏହି ଶକ୍ତିକୁ ବିନିଯୋଗ କରିବାକୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଜେଡି କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ମାନଙ୍କ ପାଇଁ ବିଧାନସଭା ଓ ପାର୍ଲାମେଣ୍ଟରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସକାଶେ ବିଜେଡି ଦାବି କରିଆସୁଛି। ଏହି ଦାବି ବିଷୟରେ ସାରା ଦେଶର ମା’ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଆସୁଛୁ। ଗତ ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ସିଟ୍‌ରେ ମା’ମାନଙ୍କୁ ଟିକେଟ ଦେଇଥିଲା। ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ। ବିନା ସୁଧରେ ଋଣ ହେଉ କିମ୍ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା’ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ସେମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର, ରାଶନ କାର୍ଡ, ଝିଅମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି। ସେମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କୁ ସ୍ବାଗତ କରିଛନ୍ତି। ବିଜେଡିର ସବୁ କାର୍ଯ୍ୟକ୍ରମରେ ମା’ମାନେ ହିଁ ଫୋକସରେ ରହିଛନ୍ତି। ୯୦ ଦଶକରେ ମା’ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ଏକ ଐତିହାସିକ ପଦକ୍ଷେପ ନେଇଥିଲେ। ତାକୁ ଆମେ ଆହୁରି ଆଗକୁ ନେଇ ପଞ୍ଚାୟତ ଓ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛୁ। ମା’ମାନଙ୍କ ସ୍ବପ୍ନକୁ ସାକାର କରିବାକୁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ତରଫରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୪ଟି ଧନ୍ୟବାଦ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି।
ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାମାନଙ୍କ ବିକାଶ, ଉନ୍ନତି, ପ୍ରଗତି, ସାମାଜିକ ନିରାପତ୍ତା, ଆର୍ଥିକ ସ୍ବାବଲମ୍ବନତା, ରାଜନୈତିକ ସ୍ବୀକୃତି ପ୍ରଦାନ ପୂର୍ବକ ପଞ୍ଚାୟତିରାଜ ଓ ପୌର ସଂସ୍ଥାରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩୩ ପ୍ରତିଶତ ସ୍ଥାନ ମିହଳାଙ୍କ ନିମନ୍ତେ ଲୋକ ସଭା ଓ ବିଧାନସଭାରେ ସଂରକ୍ଷଣ ଦାବି ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବା ସ୍ବରୂପ ୩୩ ପ୍ରତିଶତ ଆସନ ମହିଳାଙ୍କୁ ଲୋକ ସଭାରେ ପ୍ରଦାନ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଭାରତବର୍ଷର ପ୍ରଥମ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି।
ମହିଳା ସଶକ୍ତୀକରଣ ଯାତ୍ରାକୁ ଆହୁରି ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ନାମରେ ନୂତନ ବିଭାଗ ଗଠନକୁ ମାନ୍ୟତା ପ୍ରଦାନ କରିଛନ୍ତି। ଏହାଦ୍ୱାରା ତୃଣମୂଳ ସ୍ତରରୁ ମହିଳା ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ବିଭାଗ ସେତୁ ଭଳି କାମ କରିବ।
ଓଡ଼ିଶାର ପ୍ରଗତିକୁ ଆହୁରି ଦ୍ୱିଗୁଣିତ କରି ସୁଦୂରପ୍ରସାରୀ କରିବା ପାଇଁ ୫-ଟି ଓ ଲୋକାୟୁକ୍ତ ଭଳି ଅନେକ ପ୍ରଶାସନିକ ସଂସ୍ଥାର ବ୍ୟବସ୍ଥା କରିଛନ୍ତି। ଦୁର୍ନୀତିକୁ ଜିରୋ ଟଲରାନ୍ସ ଓ ତଦନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ଲାଞ୍ଚୁଆ ଅଫିସରମାନଙ୍କୁ ଚାକିରିରୁ ବିଦା କରି ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନୂତନ ଦିଗ ଦେବାରେ ସଫଳ ହୋଇଛନ୍ତି। ସାଧାରଣ ଲୋକେ ସରକାରୀସେବାକୁ ହାତପାହାନ୍ତାରେ ପାଇ ପାରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ଓଡ଼ିଶାର ପରିଚୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିପାରିଛି। ବିଶ୍ୱବାସୀଙ୍କ ପାଖରେ ଓଡ଼ିଶା ମଡେଲ ରାଜ୍ୟର ଖ୍ୟାତି ଅର୍ଜନ କରିପାରିଛି। କୋଭିଡ୍‌-୧୯ ମହାମାରୀ ବିପର୍ଯ୍ୟୟର ପଦଧ୍ୱନି ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍‌ ଆକଳନ ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ ରଖିବା ସହ ଏଥିପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କରୋନା ମହାମାରୀକୁ ପ୍ରତିହତ କରି ପାରିଛି। ଓଡ଼ିଶାର ବିଜୟ ହୋଇଛି। ମୁଖ୍ୟମନ୍ତ୍ରୀ ଜାତିସଂଘ ଦ୍ୱାରା ସମ୍ମାନିତ ହୋଇ ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି।
ସେହି ମହାନ୍‌ ଜନନାୟକ ସୁସ୍ଥ, ନିର୍ମଳ, ଭାବମୂର୍ତ୍ତିସମ୍ପନ୍ନ, ଦକ୍ଷ, ଓଡ଼ିଶାବାସୀଙ୍କ ହୃଦୟର ଅତି ପ୍ରିୟ ନେତା, ୫ଥର ସଫଳ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ଅଗଣିତ ଭଉଣୀମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜ୍ଞାପନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri