ରିଷିଡ଼ା,୧୫ା୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବିଭିନ୍ନ ସାହିରେ ମହିଳାମାନେ ପୁଅ ଜିଉଁନ୍ତିଆ ଓଷା ପାଳନ କରିଛନ୍ତି। ମା’ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ପାଇଁ ନିର୍ଜଳା ଉପବାସ କରି ଏହି ଓଷା ପାଳନ କରିଥାନ୍ତି।
ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓଷା ପାଳନ ହୋଇଥିବାବେଳେ ପରଦିନ ଅର୍ଥାତ୍ ନବମୀ ତିଥିରେ ନାରୀମାନେ ଗାଧୋଇ ପୂଜାର୍ଚ୍ଚନା ସାରି ପୁଅମାନଙ୍କୁ ଜିଉଁନ୍ତିଆ ପିନ୍ଧାଇଥାନ୍ତି। ତେରେସିଂହା, ରାଜପୁର, ପୌରକେଲା ଆଦି ଅଞ୍ଚଳରେ ଏହି ଓଷା ପାଳିତ ହୋଇଯାଇଛି I


