ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲେ ମା’: ପୁଅ ଦେଖିଦେବାରୁ…

ଦେବଗଡ, ୮ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଗତ ଜୁନ ୧ତାରିଖ ସକାଳେ ଘଟିଥିବା ଛାତ୍ର ମିକି ସୋନେଲ(୧୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। ହତ୍ୟାର ୬ଦିନ ପରେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିଛି ଦେବଗଡ଼ ଥାନା ପୋଲିସ। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା’ ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ରବିବାର ଅଭିଯୁକ୍ତା ମା’ ଲିଲି ସୋନେଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ରବିବାର ଦେବଗଡ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଦେବଗଡ଼ ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ।
ଏସ୍‌ଡିପିଓ ମଲ୍ଲିକଙ୍କ ସୂଚନା ଅନୁଯାୟୀ ଲିଲିଙ୍କ ସ୍ବାମୀ କୁଳମଣି ଓରଫ ଯାତ୍ରା ସୋନେଲ ଚେନ୍ନାଇସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ଲିଲି ଦେବଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ମିକି ଓ ଚିନ୍ମୟ ବିଦ୍ୟାଳୟରେ ପଢୁଥିବା ଝିଅ ସହିତ ଦେବଗଡ ପୌରାଞ୍ଚଳ ୧୦ନମ୍ବର ୱାର୍ଡ ଚର୍ଚ୍ଚ ସାହିରେ ରହୁଥିଲେ। ତେବେ ଦୀର୍ଘବର୍ଷ ହେଲା ଲିଲିଙ୍କର ଅନୁଗୋଳ ଜିଲା ପାଳଲହଡା ଥାନା ଅନ୍ତର୍ଗତ ଚଷା ଗୁରୁଜାଙ୍ଗ ଗ୍ରାମର ରଞ୍ଜନ ନାଏକ(୩୪)ଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା । ସ୍ବାମୀଙ୍କ ଅନୁପସ୍ଥିତିରେ ରଞ୍ଜନ ନିୟମିତ ତାଙ୍କ ଘରକୁ ଆସୁଥିଲେ। ପୁଅ ମିକି ଏହି ଘଟଣାକୁ ନେଇ ମା’ଙ୍କୁ ବିରୋଧ କରୁଥିଲେ। ଏହି କାରଣରୁ ଲିଲି ବହୁ ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ମା’ଙ୍କ ନିର୍ଯାତନା ନେଇ ମିକି ତାଙ୍କ ସାଙ୍ଗ ସାଥୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରିକି ୨୦୨୨ ନଭେମ୍ବର ୨୨ରେ ଜିଲା ଶିଶୁ ସୁରକ୍ଷା ସମିତି ନିକଟରେ ମଧ୍ୟ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିଲେ। ଜିଲା ଶିଶୁ ସରକ୍ଷା ସମିତି ପକ୍ଷରୁ ମିକିଙ୍କୁ କାଉନସେଲିଂ କରି ଘରକୁ ପଠାଯାଇଥିଲା। ଏହା ସତ୍ତ୍ୱେ ତାଙ୍କ ଉପରେ ଲିଲିଙ୍କର ନିର୍ଯାତନା କମି ନ ଥିଲା । ଗତ ୧ ତାରିଖ ସକାଳେ ଲିଲି ସ୍କୁଲ ଯିବା ପାଇଁ ମିକିଙ୍କୁ ପ୍ରସ୍ତୁତ ହୋଇ ରହିବାକୁ କହିଥିଲେ। ସାନ ଭଉଣୀକୁ ଚିନ୍ମୟ ବିଦ୍ୟାଳୟରେ ଛାଡି ଆସିବା ପରେ ତୋତେ ସ୍କୁଲରେ ଛାଡିବି କହି ସ୍କୁଟିରେ ଯାଇଥିଲେ। କିଛି ସମୟ ପରେ ଲିଲି ଘରକୁ ଫେରିବା ପରେ ସ୍କୁଲ ୟୁନିଫର୍ମ ପରିଧାନ କରି ସ୍କୁଲ ଯିବାକୁ ପ୍ରସ୍ତୁତ ହୋଇ ରହିଥିଲେ ମିକି। ଏହି ସମୟରେ ମିକି ରଞ୍ଜନଙ୍କ ସହ ମା’ଙ୍କ ସମ୍ପର୍କ କଥା ଉଠାଇ ଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଲିଲି ଏକ ଶାଢୀରେ ପୁଅ ମିକିଙ୍କ ତଣ୍ଟିକୁ ଚିପି ଦେଇଥିଲେ। ପୁଅର ମୃତ୍ୟୁ ହୋଇଯିବା ପରେ ଲିଲି କିଛି ନ ଜାଣିବା ଭଳି ଅଭିନୟ କରିଥିଲେ। ମିକି କୌଣସି କାରଣରୁ ଅସୁସ୍ଥ ହୋଇପଡିଛି ବୋଲି ସ୍ବାମୀ କୁଳମଣିଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ପଡୋଶୀଙ୍କ ସହାୟତାରେ ମିକିଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଗଡ ଆଦର୍ଶ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ଋଜୁକରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ସଂରକ୍ଷିତ ରଖିଥିଲା । ୨ ତାରିଖରେ କୁଳମଣି ଚେନ୍ନାଇରୁ ଫେରି ପୁଅର ମୃତଦେହ ଏବଂ ଗଳାରେ ଥିବା ଚିହ୍ନ ଦେଖିବା ପରେ ତଣ୍ଟିିଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ସ୍ତ୍ରୀ ଲିଲି ତାଙ୍କ ପ୍ରେମିକ ସହ ମିଶି ପୁଅକୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମୃତ୍ୟୁ ଘଟଣା ଓ ଏହାର ସମୟକୁ ନେଇ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଥିବାରୁ ଲିଲିଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମ ଓ ଡଗସ୍କ୍ବାଡର ସହାୟତା ନିଆଯାଇଥିଲା । ଏସ୍‌ଡିପିଓ ମଲ୍ଲିକ ଓ ଦେବଗଡ ଥାନା ଅଧିକାରୀ ସରୋଜ କୁମାର ସେଠୀ ମିକି ପାଠ ପଢୁଥିବା କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ମିକିଙ୍କ ସାନ ଭଉଣୀ ପାଠ ପଢୁଥିବା ଚିନ୍ମୟ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ । ଘଟଣାର ଗମ୍ଭିରତା ଦୃଷ୍ଟିରୁ ଏସ୍‌ପି ଅନୁପମା ଜେମ୍ସ ନିଜେ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଥିଲେ। ଲିଲି ଓ ତାଙ୍କ ପ୍ରେମିକ ରଞ୍ଜନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ବେଳେ ଲିଲି ଶାଢୀଦ୍ୱାରା ପୁଅର ତଣ୍ଟିିଚିପି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ଲିଲିଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଶାଢିକୁ ଜବତ କରିଥିବା ଏସ୍‌ଡିପିଓ ମଲ୍ଲିକ ଏହି ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ମିକିଙ୍କ ଅଭିଯୋଗକୁ ଜିଲା ଶିଶୁ ସୁରକ୍ଷା ବିଭାଗ ଯଦି ଗମ୍ଭୀରତାର ଗ୍ରହଣ କରି ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଇଥାନ୍ତା ତେବେ ହୁଏତ ମିକିଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri