Posted inଖେଳ

ଏକଦା ମନ୍ଦିର ବାହାରେ ଫୁଲ ବିକୁଥିଲେ ମା’; ଏବେ ପୁଅ ୫୯ ବଲ୍‌ରେ ବିସ୍ଫୋରକ ୧୧୯ରନ୍‌ର ଇଂନିସ ଖେଳି ଚର୍ଚ୍ଚାରେ…

କଲମ୍ବୋ,୯।୭: ଦେଖିବାକୁ ଛୋଟ ହେଲେ କ’ଣ ହେଲା, କାରନାମା କିନ୍ତୁ ବହୁତ ବଡ଼। ଏହି ପଂକ୍ତି ଶ୍ରୀଲଙ୍କା ଓପନର୍‌ ପଥୁମ ନିସଙ୍କାଙ୍କ ଉପରେ ପୁରା ଫିଟ୍‌ ବୋଲି କୁହାଯାଉଛି। କାରଣଟି ହେଲା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ଜଣଙ୍କ ମଙ୍ଗଳବାର ଲଙ୍କା ପ୍ରିମିୟର ଲିଗ୍‌ରେ କମାଲ କରିଛନ୍ତି। ଜାଫନା କିଙ୍ଗ୍ସ ପକ୍ଷରୁ ଖେଳୁଥିବା ପଥୁମ୍‌ ୫୯ ବଲ୍‌ରେ ୧୧୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। କ୍ୟାଣ୍ଡି ଫାଲକନ୍ସ ବିପକ୍ଷରେ ନିସଙ୍କା ୨୦୧ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ କରିଥିଲେ। ଏଥିରେ ତାଙ୍କ ବ୍ୟାଟ୍‌ରୁ ୧୬ ଚୌକା ଏବଂ ୪ ଛକା ବାହାରିଥିଲା।

ଏହି ବିସ୍ଫୋରକ ଇନିଂସ ବଳରେ ପଥୁମ ପ୍ରଥମ ଥର ଟି୨୦ କ୍ରିକେଟରେ ଶତକ ମାରିଛନ୍ତି। ଏଥିସହ ସେ ଲଙ୍କା ପ୍ରିମିୟର ଲିଗ୍‌ ଇତିହାସରେ ବଡ଼ ଇନିଂସ ଖେଳିଥିବା ଖେଳାଳି ପାଲଟିଛନ୍ତି। ସେ ମାତ୍ର ୨୧ ବଲ୍‌ରେ ଅର୍ଦ୍ଧଶତକ ମାରି ପାଓ୍ବାରପ୍ଲେ ସମୟରେ ଦଳର ସ୍କୋରକୁ ୬୯ ଯାଏ ପହଞ୍ଚାଇଥିଲେ। ସେ ମାତ୍ର ୫୨ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ।

ବିରୋଧୀ ଟିମ୍‌ର ବୋଲିଂ ୟୁନିଟ୍‌ ପ୍ରଶଂସନୀୟ ଥିଲେ ହେଁ ପଥୁମ୍‌ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦେଖିବାକୁ ଗଲେ ସେ ବିଗତ ୨ ବର୍ଷ ମଧ୍ୟରେ ନିଜର ଖେଳକୁ ବଦଳାଇଛନ୍ତି। ସେ ଦିନିକିଆରେ ଦ୍ୱିଶତକ ମଧ୍ୟ ଲଗାଇ ସାରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକଦା ଏହି ଖେଳାଳିଙ୍କ ମା’ ମନ୍ଦିର ବାହାରେ ଫୁଲ ବିକ୍ରି କରୁଥିଲେ। ହେଲେ ଏବେ ଏହି ଖେଳାଳି ନିଜର ବ୍ୟାଟିଂ ବଳରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri