ମାତୃଭାଷା ବନାମ ବିଶ୍ବଭାଷା

ଗୋଟିଏ  ଜାତିର ପରିଚୟ ହେଉଛି ଭାଷା। ପ୍ରତ୍ୟେକ ଭାଷାର ଏକ ନିର୍ଦ୍ଦିଷ୍ଟ ଇତିହାସ ରହିଛି। ଯଦି ଭାଷାଟିଏ ମରିଯାଏ ତେବେ ଅନେକ କଥା ମରିଯିବାକୁ ହୁଏ। ସେଥିରେ ଥିବା ସାହିତ୍ୟ, ଦର୍ଶନ ନିଶ୍ଚୟ ବଳିପଡିବ ଏବଂ ସେ ଭାଷାର ଶବ୍ଦମାନ ମଧ୍ୟ ଲୋପ ପାଇଥାଏ। ତେଣୁ ଭାଷା ବଞ୍ଚିଲେ ଗୋଟିଏ ଜାତି ଚିରକାଳ ପାଇଁ ଜୀବିତ ରହିପାରିବ। ସେ ଜାତି ସେତେବେଳେ ଯାଇ ବିଶ୍ବମଣ୍ଡିତ ହେବ ଯେତେବେଳେ ତା’ ମାତୃଭାଷା ସମଗ୍ର ପୃଥିବୀ ପୃଷ୍ଠରେ ଆଦୃତ ହେବ। ଏହା କେବଳ ସମ୍ଭବ ଗୋଟିଏ ଭାଷାଭାଷୀ ଜନତା ଦଳଗତ ଭାବେ କିମ୍ବା ଶକ୍ତିଶାଳୀ ବ୍ୟକ୍ତିଙ୍କ ନେତ୍ୱତ୍ୱରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାବେଳେ ନିଜର ଚଳଣି, ସଂସ୍କୃତି, ଅଭ୍ୟାସ ସର୍ବୋପରି ନିଜର ମାତୃଭାଷାକୁ ସାଥିରେ ନେଇ ଅନ୍ୟ ସ୍ଥାନରେ ପ୍ରଭାବଶାଳୀ ଉପସ୍ଥିତି ଜାହିର କରିପାରିବ। କିନ୍ତୁ ଦୁଃଖର ବିଷୟ ଯେ ଆମେ ମାତୃଭାଷା ଅପେକ୍ଷା ବିଶ୍ବଭାଷାକୁ ଅତି ଆଦର କରିବାରେ ବ୍ୟସ୍ତ। ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ଇଂରାଜୀ ଭାଷା କାୟାବିସ୍ତାର କରିଛି।
ବିଶ୍ବଭାଷା ଭାବରେ ଇଂରାଜୀ ଭାଷାର ବ୍ୟବହାର ପଛରେ ରହିଛି ଏକ ଭାଷା କୂଟନୀତି। ନଚେତ୍‌ ନିଜ ମାତୃଭାଷା କହୁଥିବା ଲୋକଙ୍କ ଗଣତିରେ ବିଶ୍ବରେ ସର୍ବାଧିକ ଲୋକ ଚାଇନିଜ ଭାଷା ‘ମାଣ୍ଡାରିନ’ ହିଁ କହିଥାନ୍ତି। ଆମେରିକୀୟ, ଅଷ୍ଟ୍ରେଲିଆ ଏବଂ ପାଖାପାଖି ଅଞ୍ଚଳର ସମସ୍ତ ଇଂରାଜୀ ଭାଷାଭାଷୀ କହୁଥିବା ଲୋକଙ୍କୁ ମିଶାଇଲେ ମଧ୍ୟ ମାତୃଭାଷା ଭାବରେ ଇଂରାଜୀର ସ୍ଥାନ ଦ୍ବିତୀୟ। ସେହିପରି ଭାରତରେ ହିନ୍ଦୀର ସ୍ଥାନ ଦ୍ବିତୀୟ ଓ ଓଡ଼ିଆ ସ୍ଥାନ ତେତିଶ। ଏଠାରେ ମାତୃଭାଷା ବନାମ ବିଶ୍ବଭାଷା କହିବାର ଉଦ୍ଦେଶ୍ୟ ହେଉଛି, ମାତୃଭାଷା ଇଂରାଜୀ ଥିବା ଲୋକଙ୍କଠାରୁ ଏସିଆ ଏବଂ ଆଫ୍ରିକାରେ ଇଂରାଜୀ ଭାଷା ଶିଖୁଥିବା ଲୋକଙ୍କ ସଂଖ୍ୟା ଅଧିକ। ସେହିପରି ଇଂରେଜମାନେ ଯେତେବେଳେ ଭାରତରେ ନିଜର କାୟାବିସ୍ତାର କଲେ ଏବଂ ପରବର୍ତ୍ତୀ ସମୟରେ ସେହି ଆଗନ୍ତୁକମାନଙ୍କର ଆବଶ୍ୟକତା ଥିଲା ସେମାନେ ଆମ ଭାଷା ଶିକ୍ଷା କରିବେ। କିନ୍ତୁ ସେମାନେ କ’ଣ ଆମ ଭାଷା ଶିକ୍ଷା କରିବେ, ବରଂ ତାଙ୍କ ଭାଷା ଅର୍ଥାତ୍‌ ଇଂରାଜୀ ଭାଷା ପ୍ରତି ଭାରତୀୟମାନଙ୍କର ଏତେ ଆସକ୍ତି ଚାଲି ଆସିଥିଲା ଯେ ଇଂରାଜୀ ଭାଷା ଶିଖିବା ପାଇଁ ଆତୁର ଏବଂ ତତ୍ପର ହୋଇଉଠିଲୁ।
ଇଂରାଜୀ ଭାଷାର କାୟା ବିସ୍ତାର ସମ୍ପର୍କରେ ଇତିହାସର କିଛି ଘଟଣାବଳୀର ପୃଷ୍ଠା ଓଲଟାଇବା। ଆମେରିକାର ପଞ୍ଚଦଶ ଶତକର ଉଦାହରଣ ଦେଖିବା। ପଞ୍ଚଦଶକର କଥା-କନ୍‌ଷ୍ଟାଣ୍ଟିନୋପଲ ପତନ ପରେ ଚାଇନାରୁ ଭାରତ ହୋଇ ୟୁରୋପ ଯାଇଥିବା ରେଶମ ପଥ ଅବରୁଦ୍ଧ ହେବା ପରେ ୟୁରୋପୀୟ ବ୍ୟବସାୟୀ ଓ ଶାସକମାନେ ଅନ୍ୟ ଏକ ବିକଳ୍ପ ପଥ ସନ୍ଧାନ କରୁଥାନ୍ତି। ଏଥିପାଇଁ ସ୍ପେନ୍‌, ଇଟାଲୀ, ପର୍ତ୍ତୁଗାଲ, ଫ୍ରାନ୍ସ, ଇଂଲଣ୍ଡର ସମୁଦ୍ର ନାବିକମାନଙ୍କୁ ସେତେବେଳେ ପ୍ରୋତ୍ସାହିତ କରାଯାଉଥିଲା। ପ୍ରସିଦ୍ଧ ସ୍ପେନୀୟ ନାବିକ ଖ୍ରୀଷ୍ଟୋଫର୍‌ କଲମ୍ବସ ୧୪୯୨ରେ ଦିଗଭ୍ରାନ୍ତ ହୋଇ ଭାରତକୁ ଜଳପଥ ଖୋଜି କ୍ୟାରିବିୟନ ସି’ର ବରମୁଡ଼ା ଦୀପପୁଞ୍ଜରେ ପହଞ୍ଚିଲେ ଏବଂ ଏହାକୁ ଭାରତ ବୋଲି ଭାବି ସେଠାକାର ଆଦିମ ଅଧିବାସୀଙ୍କୁ ରେଡ୍‌ ଇଣ୍ଡିଆନ ଆଖ୍ୟା ଦେଲେ। ଏହା ଥିଲା ଆମେରିକା ମହାଦେଶର ଅଂଶ(ମାତ୍ର ମୃତ୍ୟୁ ପର୍ଯ୍ୟନ୍ତ କଲମ୍ବସ ଭାବିଥିଲେ ସେ ଭାରତବର୍ଷକୁ ଜଳପଥ ଆବିଷ୍କାର କରିଛନ୍ତି)। ଇଟାଲୀର ନାବିକ ଆମେରିଗୋ ଭେସ୍ପୁଚି ୧୫୦୭ରେ ଏଠାରେ ପହଞ୍ଚିବାରେ ଇଟାଲୀର ରାଜା ଏହି ଅଞ୍ଚଳକୁ ଆମେରିକା ବୋଲି ନାମିତ କଲେ। ପରବର୍ତ୍ତୀ ସମୟରେ ସ୍ପେନୀୟମାନେ ଦକ୍ଷିଣ ଆମେରିକା ମଧ୍ୟ ଆବିଷ୍କାର କରିଥିଲେ। ୧୫୮୮ରେ ସ୍ପେନ୍‌ କର୍ତ୍ତୃତ୍ୱରେ ଥିବା ଆଣ୍ଟଲାଣ୍ଟିକ ମହାସାଗରର ସ୍ପେନିଶ୍ନୌ ଘାଟି ଆର୍ମାତ ଦ୍ବୀପକୁ ଇଂରେଜମାନେ ଅଧିକାର କରିନେବା ପରେ ଏହି ସ୍ଥାନରେ ବସତି ସ୍ଥାପନ କରିବାକୁ ଆଗ୍ରହୀ ହୋଇଥିଲେ। କୁହାଯାଏ, ଯେଉଁ ପ୍ରଥମ ଗୋଷ୍ଠୀର ଲୋକେ ଆମେରିକା ଯାଇଥିଲେ ସେମାନଙ୍କର ହୁଏତ ଆମେରିକାର ଆଦିମ ଅଧିବାସୀଙ୍କ ହାତରେ ମୃତ୍ୟୁ ହୋଇଥିଲା କିମ୍ବା ସେମାନେ ନିଖୋଜ ହୋଇଥିଲେ। ସେହିମାନଙ୍କ ସ୍ମୃତିରେ ସ୍ଥାନଟିର ନାମକରଣ କରାଯାଇଥିଲା ଲସ୍‌ ଏଞ୍ଜଲେସ। ପରବର୍ତ୍ତୀ ଗୋଷ୍ଠୀ ଯେଉଁମାନେ ତାଙ୍କ ସନ୍ଧାନ ପାଇଁ ଇଂଲଣ୍ଡର ସେ ସମୟର ଶାସକ ରାଲେଙ୍କ ଦ୍ବାରା ପ୍ରେରିତ ହୋଇଥିଲେ, ସେମାନେ ରହୁଥିବା ସ୍ଥାନଟିକୁ ନାମ ଦେଇଥିଲେ ରାଲେ। ଏହିଭଳି ଭାବରେ ନୂତନ ଉପନିବେଶର ସ୍ଥାନ ନାମକରଣ ଆରମ୍ଭ ହୋଇଥିଲା। ଇଂରେଜମାନେ ଆମେରିକାରେ ୧୭୮୦ ବେଳକୁ ୧୩ଟି କଲୋନୀ ସ୍ଥାପନ କରିଥିଲେ ଏବଂ ସେଥିରେ ୪୦ଲକ୍ଷ ଇଂରେଜ ବସବାସ କରୁଥିଲେ। ୧୫୮୮ ରୁ ୧୬୦୦ ମଧ୍ୟରେ ମାତ୍ର ୩୫୦ଜଣ ସେଠାରେ ରହୁଥିଲେ। ୧୭୮୧ରେ ଆମେରିକା ସ୍ବାଧୀନ ହେଲା ଏବଂ ସ୍ଥାନୀୟ ଇଂରେଜ ବଂଶୋଦ୍ଭବ ଜର୍ଜ ୱାଶିଂଟନ ଦେଶର ପ୍ରଥମ ରାଷ୍ଟ୍ରପତି ରୂପେ ଶାସନ ଆରମ୍ଭ କଲେ। ଇଂରେଜମାନଙ୍କ ଦ୍ବାରା ସୃଷ୍ଟ ବଂଶୋଦ୍ଭବମାନଙ୍କର ବସତିରେ ଏହି ଅସ୍ମିତାର ଜାଗରଣ ଅବଶ୍ୟ ବିଶ୍ୱ ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଗ କରିଛି । ଆମେରିକୀୟ ଇଂରାଜୀର ସ୍ବାତନ୍ତ୍ର୍ୟ ସାମାନ୍ୟ ହେଲେ ମଧ୍ୟ ଜାତୀୟ ସ୍ବାଭିମାନ ଦୃଷ୍ଟିରୁ ସେମାନେ ସାଧୀନ ହୋଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଇଂରାଜୀ ଭାଷା ସବୁଠି ପ୍ରସାର ମେଲାଇ ଥିଲେ ସୁଦ୍ଧା ଏକଥା ଦୃଢ଼ତାର ସହ କୁହାଯାଇପାରିବ ଯେ, ଓଡ଼ିଆ ଗୋଟିଏ ଅତ୍ୟନ୍ତ ସମୃଦ୍ଧ ଭାଷା ବୋଲି। ପୃଥିବୀର ଅଧିକାଂଶ ଭାଷାର ଲିପି ନାହିଁ। ସବୁଠାରୁ ଶକ୍ତିଶାଳୀ ଇଂରାଜୀ ଭାଷା ରୋମାନ ଲିପି ବ୍ୟବହାର କରେ। ଜର୍ମାନ, ଫ୍ରେଞ୍ଚ, ସ୍ପାନିସ ଭାଷା ମଧ୍ୟ ଏହି ରୋମାନ ଲିପି ବ୍ୟବହାର କରନ୍ତି। ଆମ ଦେଶରେ ମରାଠି ଓ ହିନ୍ଦୀ ଉଭୟ ନାଗରୀ ଲିପି ବ୍ୟବହାର କରନ୍ତି। କୋଙ୍କଣୀ ଭାଷା ଭିନ୍ନ ଭିନ୍ନ ଲିପି ବ୍ୟବହାର କରୁଛି। କିନ୍ତୁ ଓଡ଼ିଆ ଭାଷା ଏକ ସୁନ୍ଦର ଲିପି ବ୍ୟବହାର କରୁଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମିଳିସାରିଛି। କିନ୍ତୁ ପରିତାପର ବିଷୟ ଯେ ଏସବୁ ସତ୍ତ୍ବେ ଆଜିର ଶିଶୁ, କିଶୋର ଗଣ ଏହି ଭାଷା ପ୍ରତି ଆଗ୍ରହୀ ହେଉନାହାନ୍ତି। ଆମ ଅସ୍ମିତାର ମୁଖ୍ୟ ପ୍ରତୀକ ଭାଷା ଉପରେ ଆଗରୁ ଯେତେ ଯାହା ଆକ୍ରମଣ ହୋଇଥିଲା ତାହା ବାହାରୁ ହୋଇଥିଲା, ମାତ୍ର ଏବେ ଏହି ଆକ୍ରମଣ ଆମ ପରିବାର ଭିତରୁ ହିଁ ଆରମ୍ଭ ହେଉଛି। ଶେଷରେ ଗୋଟିଏ ବାକ୍ୟରେ କହିଲେ, ଓଡ଼ିଆ ଭାଷାର ବିକାଶ ସେତିକିବେଳେ ସମ୍ପୂର୍ଣ୍ଣ ହେବ ଯେତେବେଳେ ଜଣେ ଓଡ଼ିଆ ଭାଷାଭାଷୀ ଉପଲବ୍ଧି କରିବ ଯେ ଏଇ ଭାଷା ମାଧ୍ୟମରେ ସେ ଦେଶ ତଥା ବିଶ୍ୱରେ ଉପଲବ୍ଧ ସମସ୍ତ ଜ୍ଞାନ ହାସଲ କରିପାରିବ। ତେଣୁ ଏହା ସେତେବେଳେ ସମ୍ଭବ ହେବ ଯେବେ ଆମ ଓଡ଼ିଆ ଆମେ ନିଜେ ଜାଗୃତ କରିବା।

ରାନୀ ନାୟକ
ଢେଙ୍କାନାଳ, ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri