ବୁଲୁଛି ଛୁଆ ସହ ମା’ ବାଘ

ନୂଆପଡ଼ା ଅଫିସ,୧୪।୫: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡା ଅଭୟାରଣ୍ୟସ୍ଥିତ ଜାମଗାଁ ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ମା’ ଓ ଛୁଆ ବାଘ ବୁଲିଛନ୍ତି। ସିଆରପିଏଫ କ୍ୟାମ୍ପରେ ଲାଗିଥିବା କ୍ୟାମେରାରେ ଏହିସବୁ ଦୃଶ୍ୟ କଏଦ ହେବା ସହ ସ୍ଥାନୀୟ ଲୋକେ ମୋବାଇଲ ଫୋନରେ ବାଘର ଫଟୋ ଉଠାଇଥିବା ଥିବା କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨ଦିନ ତଳେ ଛତିଶଗଡ଼ ସିତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ ମହାବଳ ବାଘ ଛୁଆକୁ ଧରି ଖାଦ୍ୟ ଅନ୍ବେଷଣରେ ସୁନାବେଡା ଅଭୟାରଣ୍ୟ ଭିତରକୁ ଚାଲି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ। ଶନିବାର ସନ୍ଧ୍ୟାରେ ସୁନାବେଡା ଅଭୟାରଣ୍ୟ ଜାମଗାଁ ସିଆରପିଏଫ କ୍ୟାମ୍ପ ନିକଟରେ ମହାବଳ ବାଘ ଛୁଆ ସହ ବୁଲୁଥିବା ଲୋକେ ଦେଖିଛନ୍ତି। ଏପରିକି ବାଘ ବୁଲୁଥିବା ଦୃଶ୍ୟ ମୋବାଇଲ କ୍ୟାମରାରେ ରେକର୍ଡ କରିଛନ୍ତି। ତେବେ ସିଆରପିଏଫ କ୍ୟାମ୍ପ ନିକଟରେ ଲାଗିଥିବା କ୍ୟାମେରାରେ ବାଘର ସ୍ପଷ୍ଟ ଚିତ୍ର ଆସୁ ନ ଥିଲେ ମଧ୍ୟ ମୋବାଇଲ କ୍ୟାମେରାରେ ସ୍ପଷ୍ଟ ଜଣାପଡୁଥିବା ଜାମଗାଁ ସିଆର୍‌ପିଏଫ କ୍ୟାମ୍ପର ଯବାନମାନେ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସୁନାବେଡା ଅଭୟାରଣ୍ୟବାସୀ ବାଘ ଭୟରେ ଆତଙ୍କିତ ହୋଇପଡିଛନ୍ତି। ଅଭୟାରଣ୍ୟ ଭିତରେ ସର୍ଭିଲାନ୍ସ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି। ବାଘର ସୁରକ୍ଷା ଅଭୟାରଣ୍ୟବାସୀଙ୍କ ନୈତିକ କର୍ତ୍ତବ୍ୟ। ବାଘ ଅଭୟାରଣ୍ୟ ଖଡାଙ୍ଗ ଦେଇ ଜାମଗାଁ ଅଞ୍ଚଳରେ ବୁଲୁଥିବା ସୁନାବେଡା ବନ୍ୟପ୍ରାଣୀ ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା ବଖାଣିଲେ ସାମନ୍ଥା: କେବଳ ରାଜ୍‌ଙ୍କ ପାଇଁ…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜିକାଲି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ସ୍ବାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହ ସେ ହନିମୁନ୍‌ରୁ ଫେରିଛନ୍ତି। ନିକଟରେ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ଲିମା,୨୪।୨: ଦକ୍ଷିଣ ଆମେରିକୀୟ ଦେଶ ପେରୁରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିବା…

ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ନୟାଗଡ଼, ୨୪।୨(ଲୋକନାଥ ମିଶ୍ର): ଭେଷଜ ମେଡିକାଲ କଲେଜ ପାଇଁ ନୟାଗଡ଼ ଜିଲା ସଦର ମହକୁମା ମଙ୍ଗଳବାର ସକାଳ ୬ରୁ ବନ୍ଦ ହୋଇଛି । ନୟାଗଡ଼ ସହରର ବ୍ୟବସାୟୀମାନେ…

ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ? ଏହି ଖେଳାଳିଙ୍କୁ ପ୍ଲେଇଂ ୧୧ରୁ ବାଦ ଦେବାକୁ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପରାଜୟ ପରେ, ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ନେଇ ଚର୍ଚ୍ଚା ଜୋର ଧରିଛି।…

ଶେଷରେ ଧରାପଡ଼ିଲେ ପ୍ରେମିକ-ନବବଧୂ: ଏହି ସ୍ଥାନରେ ଥିଲେ, ପୋଲିସ ଉଭୟଙ୍କୁ…

ସୋନପୁର,୨୪।୨: ବନ୍ଧୁକ ଦେଖାଇ କାର୍‌ରୁ ନବବଧୂଙ୍କୁ ଅପହରଣ ଘଟଣାରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ବୌଦ୍ଧ ଜିଲା କଣ୍ଟାମାଳ ଥାନା ବଡଛେପାପାଲି…

ବାହାର ଠିକାଦାରଙ୍କୁ ପଦ୍ମପୁର ନିର୍ବାଚନମଣ୍ଡଳୀ ମନା

ପଦ୍ମପୁର,୨୪ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ସ୍ଥିତ ଡାକବଙ୍ଗଳାଠାରେ ବୋଡ଼ାସମ୍ବର ଠିକାଦାର ସଂଘର ବରିଷ୍ଠ ତଥା କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ସଂଘର ଉପସଭାପତି ଦିନେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ…

ଝାରସୁଗୁଡ଼ା ସାରସମାଲ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଚୋରି, କବାଟ ତାଡ଼ି ଲୁଟିନେଲେ ଲକ୍ଷାଧିକ….

ଝାରସୁଗୁଡା,୨୪।୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡ଼ା ସହର ଉପକଣ୍ଠ ସାରସମାଲ ସ୍ଥିତ ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କବାଟ ତାଡ଼ି ବ୍ୟାପକ ଚୋରି…

କୋର୍ଟରେ ସାକ୍ଷୀ ଦେବା ହେଲା କାଳ, ଗାଁ ଦାଣ୍ଡରେ ପିଟିପିଟି ହତ୍ୟା

ଉଦଳା,୨୪।୨(ସନ୍ତୋଷ କୁମାର ବାଛିନୀ): ଝଗଡାରୁ ଯୁବକଙ୍କୁ ଗଡିଗାଁରେ ଗୋଡେଇ ଗୋଡେଇ ବାଡେଇ ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ । ପୂର୍ବ ଘଟଣାରେ ଥିଲେ ପ୍ରତ୍ୟକ୍ଷଦର୍ଶୀ। ଆଉ ଘଟଣାରେ ସାକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri