ପୁରୀ ଅଫିସ,୧୫ା୭: ପୁରୀ ବେଳାଭୂମିରେ ଗୁରୁବାର ନିଜ ନାବାଳକ ପୁଅକୁ ମା’ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଚାଇଲ୍ଡ ହେଲ୍ପ ଲାଇନ୍ ଟିମ୍ ପହଞ୍ଚି ସମ୍ପୃୃକ୍ତ ମହିଳାଙ୍କୁ ନାବାଳକଙ୍କୁ ହସ୍ତାନ୍ତର କରିବାକୁ ଚାହିଁଥିଲେ ମଧ୍ୟ ସେ ଦାୟିତ୍ୱ ନେବାକୁ ମନା କରିଦେଇଥିଲେ। ସେ କହିଥିଲେ, ‘ମୋର ପୁଅ ଦରକାର ନାହିଁ’। ଏହାପରେ ହେଲ୍ପ ଲାଇନ୍ ପକ୍ଷରୁ ନାବାଳକଙ୍କୁ ଅଣାଯାଇ ଶେଲଟର ହୋମ୍ରେ ରଖାଯାଇଛି। ଏହି ଘଟଣା ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। କାହିଁକି ସମ୍ପୃକ୍ତ ମହିଳା ନିଜ ପୁଅକୁ ନିର୍ଯାତନା ଦେଉଥିଲେ ଓ ସାଥିରେ ନେବାକୁ ମନା କଲେ ତାହା ଏବେ ସାଧାରଣରେ ପ୍ରଶ୍ନ ହୋଇଛି।
ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି, ନାବାଳକଙ୍କୁ ସମ୍ପୃକ୍ତ ମହିଳା ମାରପିଟ୍ କରୁଥିଲେ ବୋଲି ଲୋକଙ୍କଠାରୁ ଶୁଣିବାକୁ ପାଇଛୁ। ପ୍ରାଥମିକ ପର୍ଯ୍ୟାୟ ତଦନ୍ତରେ ସମ୍ପୃୃକ୍ତ ମହିଳାଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇସାରିଛି। ତେବେ ଗୁରୁବାର ସମ୍ପୃୃକ୍ତ ମହିଳାଙ୍କ ସହ ଜଣେ ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ମହିଳାଙ୍କ ସହିତ ତାଙ୍କର ସମ୍ପର୍କ କ’ଣ ତାହା ଜଣାନାହିଁ। ହୁଏତ ସମ୍ପୃୃକ୍ତ ମହିଳା ଭୟଭୀତ ହୋଇ, କାହାରି ପ୍ରଭାବରେ ଆସି କିମ୍ବା ମାନସିକ ଭାରସାମ୍ୟ ହରାଇ ଏଭଳି ପ୍ରତିକ୍ରିୟା ଦେଖାଇ ଥାଇପାରନ୍ତି। ଏଣୁ ଶୁକ୍ରବାର ସମ୍ପୃକ୍ତ ମହିଳାଙ୍କ ସହିତ ପୁଣି ଥରେ ଆଲୋଚନା କରାଯିବ। ଏହା ପରେ ଯଦି ସେ ନିଜ ପୁଅର ଦାୟିତ୍ୱ ନେବାକୁ ଚାହିଁବେ ନାହିଁ ତେବେ ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳକଙ୍କୁ ହାଜର କରାଯିବ। ସେହିଭଳି ଏକ ଟିମ୍ ତାଙ୍କ ଗ୍ରାମକୁ ପଠାଯିବ। ପରିବାରରେ ଏମାନଙ୍କ ଭିନ୍ନ ଆଉ କିଏ କିଏ ରହିଛନ୍ତି ସେନେଇ ଖୋଳତାଡ଼ ହେବ। ଏସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯିବ। ସେହିଭଳି ଶିଶୁ କଲ୍ୟାଣ କମିଟି ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ତ୍ରିପାଠୀ କହିଛନ୍ତି। ଶେଲଟର ହୋମ୍ରେ ନାବାଳକ ଜଣକ ସୁସ୍ଥ ଥିବା ହେଲ୍ପଲାଇନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ମହିଳାଙ୍କ ସହ ଥିବା ଯୁବକଙ୍କୁ ତାଙ୍କର ପ୍ରେମିକ ବୋଲି କହୁଛନ୍ତି। ନିଜ ପ୍ରେମିକଙ୍କ ସହ ଯିବା ପାଇଁ ସେ ପୁଅର ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…
ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
Archives


