ଭାରତ-EU ମଧ୍ୟରେ ‘Mother of All Deals’, ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷରିତ ହୋଇଛି। ଉଭୟ ପକ୍ଷ ୨୦୦୭ମସିହାରୁ ଏଥିପାଇଁ ଆଲୋଚନା କରିଆସୁଛନ୍ତି। ବର୍ତ୍ତମାନ, ୧୮ ବର୍ଷ ପରେ, ଏହି ପ୍ରୟାସ ସଫଳ ହୋଇଛି। ଏହା ୟୁରୋପୀୟ ସଂଘରୁ ଭାରତକୁ ଆସୁଥିବା ଅନେକ ସାମଗ୍ରୀକୁ ଶସ୍ତା କରିପାରିବ।
ଭାରତ-EU (ୟୁରୋପୀୟ ସଂଘ) FTA ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦg ଏହାକୁ ‘ସମସ୍ତ ଚୁକ୍ତିର ଜନନୀ’ ବା ‘Mother of All Deals’ ବୋଲି ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଚୁକ୍ତିନାମା ବିଶ୍ୱର ଦୁଇ ବୃହତ ଅର୍ଥନୀତି ମଧ୍ୟରେ ସମନ୍ବୟର ଏକ ମହାନ ଉଦାହରଣ। ଏହି ଚୁକ୍ତିନାମା ବିଶ୍ୱ GDPର ପ୍ରାୟ ୨୫ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ପ୍ରାୟ ଏକ ତୃତୀୟାଂଶ ପ୍ରତିନିଧିତ୍ୱ କରେ।

ଭାରତରେ କ’ଣ ଶସ୍ତା ହେବ?
-ମର୍ସିଡିଜ, ବିଏମ୍ଡବ୍ଲୁ ଏବଂ ପୋର୍ଶେ ଭଳି ବିଳାସପୂର୍ଣ୍ଣ କାରର ମୂଲ୍ୟ ହ୍ରାସ ପାଇବ।
-୧୫,୦୦୦ ୟୁରୋ (୧୬.୩ ଲକ୍ଷ ଟଙ୍କା) ରୁ ଅଧିକ ମୂଲ୍ୟର କାରଗୁଡ଼ିକ ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ହେବ।
-ବିମାନ, ଇଲେକ୍ଟ୍ରୋନିକ ଉପକରଣ, ରାସାୟନିକ ପଦାର୍ଥ, ଉନ୍ନତ ଚିକିତ୍ସା ଉପକରଣ ଏବଂ ଧାତୁ ସ୍କ୍ରାପ ମଧ୍ୟ ଶସ୍ତା ହୋଇପାରେ।
-ଭାରତୀୟ ବଜାରରେ ୟୁରୋପୀୟ ମଦର ମୂଲ୍ୟ ହ୍ରାସ ପାଇପାରେ।
-ଆଇଟି, ଇଞ୍ଜିନିୟରିଂ, ଟେଲିକମ ଏବଂ ବ୍ୟବସାୟ ଭଳି ସେବା କ୍ଷେତ୍ରରେ ଭାରତୀୟମାନେ ସୁଯୋଗ ପାଇବେ।

୫୦ ଅରବ ଡଲାରରୁ ଅଧିକ ହେବ ଟ୍ରେଡ
ଏମକେ ଗ୍ଲୋବାଲର ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ FTA ଦ୍ୱାରା ୨୦୩୧ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୫୧ ବିଲିୟନ ଡଲାର (୪,୬୭,୯୨୫ କୋଟି ଟଙ୍କା) ବୃଦ୍ଧି ପାଇବାର ଆଶା କରାଯାଉଛି। ଏହା ଭାରତର ରପ୍ତାନି ମଧ୍ୟ ବୃଦ୍ଧି କରିବ।

nbsp;

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri