Posted inଜାତୀୟ

ପୁଅକୁ ହତ୍ୟା କରି ମୃତ ଦେହକୁ ସୁଟକେସରେ କଲେ ଭର୍ତ୍ତି ମା’…

ପଣଜୀ,୯।୧ : ବେଙ୍ଗାଲୁରୁରୁ ଗୋଆକୁ ଆସିଥିବା ଏକ ଷ୍ଟାର୍ଟଅପ କମ୍ପାନୀର ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହୋଟେଲ ରୁମରେ ହତ୍ୟା କରିଛନ୍ତି। ଏହି ଅପରାଧ କରିବା ପରେ ମହିଳା ମୃତ ଦେହକୁ ସୁଟକେସରେ ଭର୍ତ୍ତି କରି ଘଟଣାସ୍ଥଳରୁ ପଳାଇଥିଲେ। କିନ୍ତୁ ଏକ ଛୋଟ ଭୁଲ ଯୋଗୁ ସେ ପୋଲିସ ହାତରେ ଧରାପଡିଛନ୍ତି। ବର୍ତ୍ତମାନ କୋର୍ଟ ଏହି ମହିଳାଙ୍କୁ ୬ଦିନ ରିମାଣ୍ଡରେ ପଠାଇଛନ୍ତି। ଏହି ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାରେ ହୋଟେଲ କର୍ମଚାରୀ ଏବଂ କ୍ୟାବ ଡ୍ରାଇଭର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୋଲିସର ସୂଚନାନୁସାରେ, ହୋଟେଲ ରୁମରେ ହତ୍ୟାକାଣ୍ଡ ଘଟିବା ପରେ ମହିଳା ଜଣକ ହୋଟେଲ କର୍ମଚାରୀଙ୍କୁ ତାଙ୍କ ପାଇଁ ବେଙ୍ଗାଲୁରୁକୁ ଟ୍ୟାକ୍ସି ବୁକ କରିବାକୁ ଅନୁରୋଧ କରିଥିଲେ। ତାଙ୍କର ଧରା ପଡ଼ିବାର ଏହା ଏକମାତ୍ର କାରଣ ଥିଲା ।

ମହିଳା ହୋଟେଲ ଛାଡିବା ପରେ କର୍ମଚାରୀମାନେ ରୁମ ସଫା କରିବାକୁ ପହଞ୍ଚିଥିଲେ। ଯେଉଁଠାରେ ସେମାନେ ଅନେକ ସ୍ଥାନରେ ରକ୍ତ ଦାଗ ପାଇଥିଲେ। ହୋଟେଲ କର୍ମଚାରୀ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ହୋଟେଲରେ ପହଞ୍ଚି ଡ୍ରାଇଭର ମାଧ୍ୟମରେ ମହିଳାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ଯେତେବେଳେ ପୁଅ ବିଷୟରେ ପୋଲିସ ପଚରାଉଚରା କଲା ସେ କହିଥିଲେ ପିଲାଟି ସାଙ୍ଗଙ୍କ ପାଖରେ ଅଛି।

ତେବେ ମହିଳା ଜଣଙ୍କ ଦେଇଥିବା ଠିକଣା ନକଲି ବୋଲି ପୋଲିସ ଜାଣିବାକୁ ପାଇଥିଲା। ଡ୍ରାଇଭରକୁ କାରକୁ ପୋଲିସ ଷ୍ଟେଶନକୁ ଆଣିବାକୁ କୁହାଯାଇଥିଲା ଏବଂ ଲଗେଜ ଯାଞ୍ଚ କରିବା ପରେ ପୋଲିସ ଶିଶୁପୁତ୍ରଙ୍କର ମୃତଦେହ ଜବତ କରିଥିଲା। ଏହା ପରେ ମହିଳାଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜୀକୃତ ହୋଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା। ଗୋଆର ରାଜଧାନୀ ପଣଜୀରେ ବରିଷ୍ଠ ପୋଲିସ ଅଧିକାରୀ ନିଧି ଭାଲସନ ହୋଟେଲ କର୍ମଚାରୀ ତଥା ଟ୍ୟାକ୍ସି ଡ୍ରାଇଭରଙ୍କ ବୁଦ୍ଧିମତାକୁ ପ୍ରଶଂସା କରିବା ସହ ଏହି ମାମଲାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦର୍ଶାଇଛନ୍ତି।

ଅନଲାଇନ ପେଶାଦାର ପ୍ଲାଟଫର୍ମ ’ଲିଙ୍କଡଇନ’ରେ ଅଭିଯୁକ୍ତା ମହିଳା ସୂଚନା ସେଠ ଆର୍ଟିଫିସିଆଲ ଇଣ୍ଟଲଜେନ୍ସ ଷ୍ଟାର୍ଟ ଅପ କମ୍ପାନୀ’ ମାଇଣ୍ଡଫୁଲ ଏଆଇ ଲ୍ୟାବର ସିଇଓ ଏବଂ ୨୦୨୧ ମସିହାରେ ଏଆଇ ଏଥିକ୍ସର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। କାଲାଙ୍ଗୁଟ ପୋଲିସ ଷ୍ଟେଶନର ଇନ୍ସପେକ୍ଟର ପରେଶ ନାୟକ କହିଛନ୍ତି ଅଭିଯୁକ୍ତ ମହିଳା ଜାନୁଆରୀ ୬ ରେ ପୁଅ ସହିତ ଉତ୍ତର ଗୋଆର କାଣ୍ଡୋଲିମରେ ଏକ ଭଡା ଘରେ ପହଞ୍ଚିଥିଲେ। ସେ କହିଥିଲେ ସେଠାରେ ଦୁଇ ଦିନ ରହିବା ପରେ ସେ ଫ୍ଲାଟ କର୍ମଚାରୀଙ୍କୁ କହିଥିଲେ ତାଙ୍କୁ କିଛି କାମ ପାଇଁ ବେଙ୍ଗାଲୁରୁ ଯିବାକୁ ପଡିବ। ସେ ସେମାନଙ୍କୁ ଟ୍ୟାକ୍ସି ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ। ନାୟକ କହିଛନ୍ତି, କର୍ମଚାରୀମାନେ ମହିଳାଙ୍କୁ କହିଥିଲେ ଟ୍ୟାକ୍ସିରେ ଯିବା ମହଙ୍ଗା ହେବ। ସେ ବେଙ୍ଗାଲୁରୁକୁ ବିମାନରେ ଯାଇପାରିବେ। ମାତ୍ର ମହିଳା ଜଣକ ଧରା ପଡ଼ିଯିବା ଭୟରେ ଏଭଳି କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri