ମଲା ଛୁଆକୁ ସାରା ରାତି ଜଗିରହିଲା ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨: ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ ନିଜ ଛୁଆକୁ ହରାଇ ଏକ ହାତୀ ଦୁଃଖରେ ମ୍ରିୟମାଣ ହୋଇ ମୃତ ଛୁଆହାତୀର ଚାରି ପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଆସି ନିଜ ଛୁଆକୁ ଖୋଜି ବୁଲିବା ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି।
କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଛୁଆହାତୀ ପୋତା ଯାଇଥିବା ସ୍ଥାନରେ ମା’ହାତୀ ପହଞ୍ଚତ୍ବା ଫଟୋ କେନ୍ଦୁଝର ବନ ବିଭାଗ ଜାରି କରିବା ପରେ ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଛି। ମା’ ଓ  ହାତୀ ଛୁଆ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତା ପ୍ରାଣୀପ୍ରେମୀମାନଙ୍କୁ ଆନ୍ଦୋଳିତ କରିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବୈତରଣୀ-ବି ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀପଲ ଶନିବାରଠାରୁ ଡେରା ପକାଇଛନ୍ତି। ଉକ୍ତ ଦଳର ଏକ  ମାଈ ହାତୀ  ରବିବାର ରାତିରେ ଡଡୁଆଁ ଗ୍ରାମ ନିକଟ ବିଲ ମଧ୍ୟରେ ରବିବାର ରାତିରେ ଛୁଆ ଜନ୍ମ ଦେଇଥିଲା। ପରେ ଉକ୍ତ ହାତୀ ଛୁଆର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଦଳର ଅନ୍ୟ ହାତୀ ବୈତରଣୀ ନଦୀ ଅପରପାଶର୍‌ବ ଜଙ୍ଗଲକୁ ଚାଲିଯାଇଥିବା ବେଳେ ମା’ ଓ ଅନ୍ୟ ଏକ ଛୁଆହାତୀ ମୃତ ହାତୀଛୁଆର ଚାରି ପାଖରେ ରାତିସାରା ଜଗି ରହିଥିଲେ।
ଖବର ପାଇ କେନ୍ଦୁଝର ଆଇଏଫ୍‌ଏସ୍‌ ଅଜିତ୍‌ ଖାନ, କେନ୍ଦୁଝର ଏସିଏଫ୍‌ ଅଶୋକ କୁମାର ଦାସ, ଚମ୍ପୁଆ ଏସିଏଫ୍‌ ଅକ୍ଷୟ କୁମାର ଛତ୍ରିଆ ଓ ବିଲେଇପଦା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଥିଲେ।
କେନ୍ଦୁଝରରୁ ଆସିଥିବା ଡାକ୍ତରୀ ଟିମ୍‌ ମୃତ ହାତୀଛୁଆର ବ୍ୟବଚ୍ଛେଦ କରିବା ପରେ ବନ ବିଭାଗ ଉକ୍ତ ସ୍ଥାନରେ ମୃତଦେହ ପୋତି ଦେବା ସହ ଫୁଲ ଓ ଧୂପ ଜାଳିଥିଲେ। କିଛି ସମୟ ପରେ ସେହି ସ୍ଥାନରେ ମା’ ହାତୀ ପହଞ୍ଚି ଲୁହ ଛଳ ଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲିଥିଲା।  ଅନେକ ସମୟ ଧରି ସେଠାରେ ଛିଡ଼ା ହୋଇ ରହିଥିଲା। ସତେ ଯେପରି ସନ୍ତାନର ବିଚ୍ଛେଦକୁ ଭୁଲି ପାରୁନାହିଁ ଏବଂ ଅପେକ୍ଷା କରି ଲୋତକ ଚକ୍ଷୁରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କଲାଭଳି ମନେ ହେଉଥିଲା। ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କେନ୍ଦୁଝର ଏସି୍‌ଏଫ୍‌  କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri