ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ…

ପୁରୁଷୋତ୍ତମପୁର,୧୯ା୧୦(ସୀମାଞ୍ଚଳ ମିଶ୍ର):  ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆଳ ଦେଖାଇ ଜଣେ ଆଶାକର୍ମୀ ଦସ୍ତଖତ ନେଇ ସେମାନଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଲକ୍ଷଲକ୍ଷ ଟଙ୍କାର ଋଣ ନେଇ ଚମ୍ପଟ ମାରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଷିପୁର ଗ୍ରାମରେ। ଏହି ଘଟଣାକୁ ନେଇ ମହିଳାମାନେ ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଛନ୍ତି। ମାତ୍ର ଥାନାରେ ଅଭିଯୋଗ କରିବାର ପାଞ୍ଚଦିନ ବିତିଥିଲେ ସୁଦ୍ଧା ପୋଲିସ ଘଟଣା ପ୍ରତି ଗୁରୁତ୍ୱ ଦେଉ ନ ଥିବାର ପ୍ରତିବାଦ କରି ମହିଳାମାନେ ଶନିବାର ଥାନାକୁ ଆସି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବିରେ ବସି ରହିଛନ୍ତି। ଏପରିକି ଗ୍ରାମରେ ଆଶାକର୍ମୀ ନ ଥିବାରୁ ନବଜାତ ଶିଶୁ ଗର୍ଭବତୀ ଓ ପ୍ରତିଶ୍ରୁତି ମହିଳାମାନେ ଦୁଇମାସ ହେଲା ଟିକାଦାନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ମହିଳାଙ୍କ ଅଭିଯୋଗକୁ ନେଇ ପୋଲିସ କେସ୍‌ ନଂ ୬୬୭/୨୪ରେ ଆଶାକର୍ମୀ ଓ ତାଙ୍କ ଝିଅ ନାମରେ ମାମଲା ରୁଜୁ କରିଛନ୍ତି।

ରିଷିପୁର ଗ୍ରାମର ସୁବାସିନି ପଟ୍ଟନାୟକ ପୋଲିସରେ ଅଭିଯୋଗ କରିଛନ୍ତ ଯେ, ଗ୍ରାମରେ ୬୦ ଜଣ ମହିଳା ମିଶି ଗ୍ରୁପ କରିଥିବା ବେଳେ ସେଥିରେ ସଭାନେତ୍ରୀ ରୂପେ ଆଶାକର୍ମୀ କୁନି ପଟ୍ଟନାୟକ ଓ ତାଙ୍କ ଝିଅ ପିଙ୍କି ପଟ୍ଟନାୟକ ରହି ବୁଝାଶୁଝା କରି ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଟଙ୍କା କାରବାର କରୁଥିଲେ। ମାତ୍ର ଗତ କିଛି ମାସ ହେଲା ପିଙ୍କି ମହିଳାଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଉଠାଇବା ସହ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିନେଇ ଫେରାର ହୋଇଯାଇଛନ୍ତି। ଏହି ଋଣ ଟଙ୍କାର ମାସିକ କିସ୍ତି ପୈଠ ନ ହେବାରୁ ସଂପୃକ୍ତ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ମହିଳାମାନଙ୍କ ଘରକୁ ଆସିବା ପରେ ଘଟଣା ପଦାକୁ ଆସିଥିଲା। ମାଆ କୁନି ପଟ୍ଟନାୟକ ଗ୍ରାମର ଆଶାକର୍ମୀ ରହିଥିବା ହେତୁ ସ୍ବାସ୍ଥ୍ୟସେବାର ଆଳ ଦେଖାଇ ବିଭିନ୍ନ ସମୟରେ କାହାଠାରୁ ଦସ୍ତଖତ ନେଉଥିବା ବେଳେ କାହାର ବ୍ୟାଙ୍କ ଆକାଉଣ୍ଟକୁ ସରକାରୀ ଯୋଜନାରେ ସହାୟତା ଆସିବା କହି ବ୍ୟାଙ୍କ ପାସ୍‌ବୁକ୍‌ ନେଇ ଏଭଳି ଟଙ୍କା ହଡ଼ପ କରିଥିବାର ମହିଳାମାନେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଫିସର କ୍ଷେତ୍ରମୋହନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri