Posted inଫୁରସତ

ସିଟ୍‌ ପାଇଁ ଝଗଡ଼ା କରିବାକୁ ଲାଗିଲେ ମା’-ଝିଅ; ଘଣ୍ଟାଏ ଯାଏ ଉଡିପାରିଲାନି ବିମାନ; ଆଉ ତା’ ପରେ…

ବସ୍‌ ହେଉ ଅଥବା ରେଳ, ଅନେକ ସମୟରେ ସରକାରୀ ଗାଡ଼ିରେ ସିଟ୍‌ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥାଏ। ହେଲେ ଯଦି ବିମାନରେ ସେଭଳି ଘଟେ ତାହା ଚକିତ କରିବା ସ୍ବାଭାବିକ। ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ ବିମାନବନ୍ଦରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ସେଠାରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କ ସିଟ୍‌ ପାଇଁ ଏଭଳି ଝଗଡ଼ା କରିଥିଲେ ଯେ ବିମାନଟି ବିମାନବନ୍ଦରରେ ଏକ ଘଣ୍ଟା ଧରି ଛିଡ଼ା ହୋଇରହିଥିଲା। ବହୁତ କଷ୍ଟରେ ଉଭୟଙ୍କୁ ବିମାନରୁ ଓହ୍ଲାଇବା ପରେ ଅନ୍ୟ ଯାତ୍ରୀମାନେ ଶାନ୍ତିରେ ନିଶ୍ୱାସ ମାରିଥିଲେ।

ଘଟଣାଟି ଦକ୍ଷିଣପଶ୍ଚିମ ଏୟାରଲାଇନ୍ସର ଏକ ବିମାନର। ଉକ୍ତ ବିମାନଟି କାଲିଫର୍ନିଆର ସାକ୍ରାମେଣ୍ଟୋ ବିମାନବନ୍ଦରରୁ ଉଡାଣ ଭରିବାର ଥିଲା। ହେଲେ ବିମାନର ଯାତ୍ରୀମଧ୍ୟରେ ସେହି ମା-ଝିଅ ରହିଥିଲେ। ସେମାନେ ଟିକେଟ ବୁକ୍‌ କରିଥିଲେ ହେଁ ସିଟ୍‌ ଆବଣ୍ଟନ ‘ପ୍ରଥମେ ଆସ, ପ୍ରଥମେ ପାଅ’ ଆଧାରରେ ହୋଇଥିଲା। ଉଭୟ ବହୁତ ବିଳମ୍ବରେ ପହଞ୍ଚିଥିଲେ, ସେଥିପାଇଁ ତାଙ୍କୁ ପାର୍ଶ୍ୱ ସିଟ୍‌ ମିଳିପାରି ନ ଥିଲା।

ବିମାନଟି ସମ୍ପୂର୍ଣ୍ଣ ପ୍ୟାକ୍‌ ଥିବାରୁ ସେ ଚାହୁଁଥିବା ଦ୍ୱିତୀୟ ସିଟ୍‌ ନ ଥିବା କର୍ମଚାରୀମାନେ ତାଙ୍କୁ କହିଥିଲେ। ଏପରିକି ସେମାନେ ଚାହିଁଲେ ଅନ୍ୟ ଏକ ବିମାନରେ ଯାଇପାରିବେ ବୋଲି ପରାମର୍ଶ ଦେଇଥିଲେ। ହେଲେ ଉଭୟ ଜିଦ୍‌ରେ ଅଟଳ ଥିଲେ। ଅନ୍ୟ ଯାତ୍ରୀଙ୍କ ମଧ୍ୟରୁ କେହି ସିଟ୍‌ ଛାଡ଼ିବେ ବୋଲି ସେ ଆଶା କରୁଥିଲେ। ଅପରପକ୍ଷେ ବିମାନ କର୍ମଚାରୀ ତାଙ୍କୁ ମନାଇବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ। ମାତ୍ର ସେ ଶୁଣି ନ ଥିଲେ। ଧିରେ ଧିରେ ସେ ବିମାନ କର୍ମଚାରୀଙ୍କ ସହ ଯାତ୍ରୀମାନଙ୍କ ସହ ମଧ୍ୟ ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ। ମା-ଝିଅଙ୍କ ଏଭଳି କାର୍ଯ୍ୟ ଯୋଗୁ ବିମାନଟି ଦୀର୍ଘ ଏକ ଘଣ୍ଟା ଧରି ବିମାନବନ୍ଦରରେ ଛିଡ଼ା ହୋଇଥିଲା।

ବିମାନରେ ସିଟ୍‌କୁ ନେଇ ଏଭଳି କାଣ୍ଡ ଦେଖି ଅନ୍ୟ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କ୍ରୁ ସଦସ୍ୟମାନେ ଉଭୟଙ୍କୁ ବିମାନରୁ ଓହ୍ଲାଇଦେଇଥିଲେ। ଏହାପରେ ଅନ୍ୟ ଯାତ୍ରୀମାନେ କରତାଳି ଦେଇ ନିଜର ଖୁସି ବ୍ୟକ୍ତ କରିଥିଲେ। ବିମାନରେ ଥିବା ଜଣେ ଯାତ୍ରୀ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ। ଟିକ୍‌ଟକ୍‌ରେ ସେ ଏହାକୁ ଛାଡ଼ିବା ପରେ ତାହା ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri