ମା ଦଣ୍ଡ କାଳୀଙ୍କ ପ୍ରସିଦ୍ଧ  ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ

ପୁରୁଷୋତ୍ତମ ପୁର,୨୫/୩(ଡିଏନ୍ଏ) ଗଞ୍ଜାମ ଜିଲ।ର ପ୍ରସିଦ୍ଧ ମା ଦଣ୍ଡ କାଳୀ ଙ୍କ ୨୧ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ଗତ ତିନି ବର୍ଷ ହେଲା ମହାମାରି କରୋନାକୁ ନେଇ ଯାତ୍ରା ବନ୍ଦ ହୋଇ ପଡିଥିବା ବେଳେ କେବଳ ପରମ୍ପରା ଅନୁସାରେ ଦେବ ନିତି କରାଯାଇଥିଲା। ଚଳିତ ବର୍ଷ ସରକାର ଙ୍କ ପକ୍ଷରୁ ଅନୁମତି ମିଳିଥିବାରୁ ଭକ୍ତ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ସମଗ୍ର  ପୁରୁଷୋତ୍ତମପୁର ସହରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇପଡିଛି। ଏଠାରେ  ଥିବା ତିନି ଗୋଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା,  ବିପତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା ରେ ଶତାଧିକ ମାନସିକ ଧାରି ମାନେ ଭୂକ୍ତା ଭାବରେ ସାମିଲ ହୋଇଛନ୍ତି। ଏମାନେ କଷା ବସ୍ତ୍ର ପିନ୍ଧି ମହାଦେବ ଶିବ ଓ କାଳୀଙ୍କୁ ସଙ୍ଗରେ ଧରି ଚାଲିଚାଲି  ଦିର୍ଘ ୨୧ ଦିନ କାଳ ଜିଲ।ର ବିଭିନ୍ନ ଗ୍ରାମ ଗ୍ରାମ ବୁଲି ମାନସିକ ଧାରୀଙ୍କ ଦାଣ୍ଡରେ କଠୋର ନୃତ୍ଯ ମାନ ପରିବେଷଣ କରିବେ। ଯାହାକି ମଧ୍ଯାନ୍ନ ଖରାରେ ଧୂଳି ଦଣ୍ଡ, ନଦୀ କିମ୍ବା ପୋଖରୀ ରେ ପାଣି ଦଣ୍ଡ ଓ ଅର୍ଦ୍ଧ ରାତ୍ରରେ ଅଗ୍ନି ଦଣ୍ଡ ମାନ ପରିବେଷଣ କରିବେ। ଭୂକ୍ତାମାନେ ଘରକୁ ନଯାଇ ମନ୍ଦିର କିମ୍ବା ନିଘାଞ୍ଚନ ସ୍ଥାନରେ ରହିବେ। ଆମ୍ବ ପତ୍ରରେ ଦାନ୍ତ ଘଷିବା ସହ ନିଷବ୍ଦ ରାତ୍ରରେ ଗୋଟି ଥର ମାତ୍ର  ଅକଟା ଅବଟା ଖାଦ୍ୟ ଖାଇବେ। ଏହି ଯାତ୍ରା ମେଷ ସଂକ୍ରାନ୍ତିରେ ଉଦ୍ ଯାପିତ ହେବ। ଧୋବା ପୁଞ୍ଜା ପକ୍ଷରୁ  ଅପେରା  ଶିନ୍ଦୁର ଦେଖିଲେଡରଲାଗୁଛି  ପରିବେଷଣ କରୁଥିବା ବେଳେ ବିପତ୍ତି ହାରିଣି   ତେଲି ପୁଞ୍ଜା ଗିତାକୁ ଛୁଇଁଲେ ପାପ ଓ ଗୌଡ ପୁଞ୍ଜା ଦଣ୍ଡ ବିଧାନ ପରିବେଷଣ କରିବେ।