ମା’ ଗିରଫ, ଝିଅ ଫେରାର୍‌

ଆଳି,୧୦ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତସ୍ତରୀୟ ସଂଘର ସଭାପତି ଓ ସମ୍ପାଦକଙ୍କ ଅଗୋଚରରେ ଏମ୍‌ବିକେ ଓ ସିଆରପି ଥିବା ମା’ଝିଅ ସେମାନଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୧୭ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିଲେ ା ଏହି ଘଟଣାରେ ସିଆରପି ବବିତା ସାମଲଙ୍କୁ ଆଳି ପୋଲିସ ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛି ା ଏମବିକେ ଥିବା ବବିତାଙ୍କ ଝିଅ ବୈଶାଖୀ ଫେରାର ଅଛନ୍ତି l
ସୂଚନା ଅନୁଯାୟୀ, ଜୁଆଣିଆ ପଞ୍ଚାୟତର ପଞ୍ଚାୟତସ୍ତରୀୟ ସଂଘ ସଭାପତି ତିଳେତ୍ତମା ବେହେରା ଓ ହେମଲତା ନାୟକ ଗତ ମାର୍ଚ୍ଚ ୪ରେ ଆଳି ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ଜୁଆଣିଆ ପଞ୍ଚାୟତସ୍ତରୀୟ ସଂଘ ଅଧୀନରେ ୫୬ଟି ସ୍ବୟଂ ସହାୟିକା ଗୋଷ୍ଠୀ ରହିଛି l ଉପରୋକ୍ତ ଗୋଷ୍ଠୀଗୁଡିକର ଦାୟିତ୍ୱ ବୁଝାସୁଝା କରିବା ନିମନ୍ତେ ଏମବିକେଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ୪ ଜଣ ସିଆରପି ମଧ୍ୟ ନିଯୁକ୍ତି ପାଇଛନ୍ତି l ଏହି ମହାସଂଗ ପକ୍ଷରୁ ମାନପୁର ଷ୍ଟେଟ ବ୍ୟାଙ୍କ ଶାଖାରେ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (ସିଆଏଫ୍‌) ଆକାଉଣ୍ଟ ନଂ.୩୮୦୯୪୦୩୪୮୮୦ ଓ ଆନୁସଙ୍ଗିକ ପାଣ୍ଠି (ଆଇବି) ଆକାଉଣ୍ଟ ନଂ.୩୮୦୯୪୦୫ ୯୫୬୬ରେ ଦୁଇଟି ଆକାଉଣ୍ଟ ରହିଥିଲା ା ଏହି ଆକାଉଣ୍ଟ ବୁଝାସୁଝା ନିମନ୍ତେ ସୁରେନ୍ଦ୍ର ସାମଲଙ୍କ ଝିଅ ବୈଶାଖୀ ସାମଲଙ୍କୁ ଏମ୍‌ବିକେ ଓ ବୈଶାଖୀଙ୍କ ମା’ବବିତା ସାମଲଙ୍କୁ ସିଆରପି ଭାବେ ନିଯୁକ୍ତି ମିଳିଥିଲା ା ମହାସଂଘ ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ଆକାଉଣ୍ଟ, ଚେକ୍‌ବୁକ, ସମସ୍ତ କାଗଜପତ୍ର ଏମବିକେ ବୈଶାଖୀଙ୍କ ପାଖରେ ରହୁଥିଲା ା ଏହାର ଫାଇଦା ନେଇ ଏମ୍‌ବିକେ ବୈଶାଖୀ ଓ ତାଙ୍କ ମା’ସିଆରପି ବବିତା ସାମଲ ଗତ ଫେବୃୟାରୀରେ ଚେକ୍‌ବୁକ୍‌ରେ ସଭାପତି ଓ ସମ୍ପାଦକଙ୍କ ଜାଲ ଦସ୍ତଖତ କରି ସିଆଇଏଫ୍‌ ଆକାଉଣ୍ଟରୁ ୧୨ ଲକ୍ଷ ୪୧ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ବେଳେ ଆଇବି ଆକାଉଣ୍ଟରୁ ୫ଲକ୍ଷ ୫୫ ହଜାର ଟଙ୍କା ଉଠାଇ ନେଇଥିଲେ l ଏ ନେଇ ତାଙ୍କୁ ବ୍ଲକ କାର୍ଯ୍ୟାଳୟରୁ ଟଙ୍କା ଉଠା ଯିବା ସମ୍ପର୍କ ପ୍ରଶ୍ନ କରାଯିବାରୁ ସେ ଏ ସଂକ୍ରାନ୍ତରେ ଜାଣିନାହାଁନ୍ତି କହିଥିଲେ ା ବ୍ୟାଙ୍କରେ ପାସବୁକ୍‌ ଅପ୍‌ଡେଟ କରିବା ପରେ ୨ଟି ଆକାଉଣ୍ଟରୁ ମାକ୍ଷ ଝିଅ ଦୁହେଁ ପାଖାପାଖି ୧୮ ଲକ୍ଷ ଟଙ୍କା ଖାତାରୁ ଉଠାଇ ନେଇଛନ୍ତି। ତାଙ୍କୁ ଟଙ୍କା ମାଗିବାରୁ ସେ ଓଲଟି ମାରିଦେବାକୁ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l
ଏ ନେଇ ସଂଘ ପକ୍ଷରୁ ଆଳି ଥାନାରେ ମାର୍ଚ୍ଚ ୪ରେ ଓ ଆଳି ବିଡିଓଙ୍କ ତରଫରୁ ମାର୍ଚ୍ଚ ୭ରେ ଅଭିଯୋଗ ହୋଇଥିଲା ା ଆଳି ଥାନା ପକ୍ଷରୁ ଏକ ମାମଲା(ନଂ.୭୬/୨୨)ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ା ଘଟଣାର ୧୦ ମାସ ପରେ ସିଆରପି ମା’ ବବିତା ସାମଲଙ୍କୁ ଆଳି ପୋଲିସ ଗିରଫ କରିଥିବା ବେଳେ ଏମ୍‌ବିକେ ବବିତାଙ୍କ ଝିଅ ବୈଶାଖୀ ଫେରାର ଅଛନ୍ତି। ବବିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri