ମା’ ଗିରଫ, ଝିଅ ଫେରାର୍‌

ଆଳି,୧୦ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତସ୍ତରୀୟ ସଂଘର ସଭାପତି ଓ ସମ୍ପାଦକଙ୍କ ଅଗୋଚରରେ ଏମ୍‌ବିକେ ଓ ସିଆରପି ଥିବା ମା’ଝିଅ ସେମାନଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୧୭ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିଲେ ା ଏହି ଘଟଣାରେ ସିଆରପି ବବିତା ସାମଲଙ୍କୁ ଆଳି ପୋଲିସ ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛି ା ଏମବିକେ ଥିବା ବବିତାଙ୍କ ଝିଅ ବୈଶାଖୀ ଫେରାର ଅଛନ୍ତି l
ସୂଚନା ଅନୁଯାୟୀ, ଜୁଆଣିଆ ପଞ୍ଚାୟତର ପଞ୍ଚାୟତସ୍ତରୀୟ ସଂଘ ସଭାପତି ତିଳେତ୍ତମା ବେହେରା ଓ ହେମଲତା ନାୟକ ଗତ ମାର୍ଚ୍ଚ ୪ରେ ଆଳି ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ଜୁଆଣିଆ ପଞ୍ଚାୟତସ୍ତରୀୟ ସଂଘ ଅଧୀନରେ ୫୬ଟି ସ୍ବୟଂ ସହାୟିକା ଗୋଷ୍ଠୀ ରହିଛି l ଉପରୋକ୍ତ ଗୋଷ୍ଠୀଗୁଡିକର ଦାୟିତ୍ୱ ବୁଝାସୁଝା କରିବା ନିମନ୍ତେ ଏମବିକେଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ୪ ଜଣ ସିଆରପି ମଧ୍ୟ ନିଯୁକ୍ତି ପାଇଛନ୍ତି l ଏହି ମହାସଂଗ ପକ୍ଷରୁ ମାନପୁର ଷ୍ଟେଟ ବ୍ୟାଙ୍କ ଶାଖାରେ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (ସିଆଏଫ୍‌) ଆକାଉଣ୍ଟ ନଂ.୩୮୦୯୪୦୩୪୮୮୦ ଓ ଆନୁସଙ୍ଗିକ ପାଣ୍ଠି (ଆଇବି) ଆକାଉଣ୍ଟ ନଂ.୩୮୦୯୪୦୫ ୯୫୬୬ରେ ଦୁଇଟି ଆକାଉଣ୍ଟ ରହିଥିଲା ା ଏହି ଆକାଉଣ୍ଟ ବୁଝାସୁଝା ନିମନ୍ତେ ସୁରେନ୍ଦ୍ର ସାମଲଙ୍କ ଝିଅ ବୈଶାଖୀ ସାମଲଙ୍କୁ ଏମ୍‌ବିକେ ଓ ବୈଶାଖୀଙ୍କ ମା’ବବିତା ସାମଲଙ୍କୁ ସିଆରପି ଭାବେ ନିଯୁକ୍ତି ମିଳିଥିଲା ା ମହାସଂଘ ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ଆକାଉଣ୍ଟ, ଚେକ୍‌ବୁକ, ସମସ୍ତ କାଗଜପତ୍ର ଏମବିକେ ବୈଶାଖୀଙ୍କ ପାଖରେ ରହୁଥିଲା ା ଏହାର ଫାଇଦା ନେଇ ଏମ୍‌ବିକେ ବୈଶାଖୀ ଓ ତାଙ୍କ ମା’ସିଆରପି ବବିତା ସାମଲ ଗତ ଫେବୃୟାରୀରେ ଚେକ୍‌ବୁକ୍‌ରେ ସଭାପତି ଓ ସମ୍ପାଦକଙ୍କ ଜାଲ ଦସ୍ତଖତ କରି ସିଆଇଏଫ୍‌ ଆକାଉଣ୍ଟରୁ ୧୨ ଲକ୍ଷ ୪୧ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ବେଳେ ଆଇବି ଆକାଉଣ୍ଟରୁ ୫ଲକ୍ଷ ୫୫ ହଜାର ଟଙ୍କା ଉଠାଇ ନେଇଥିଲେ l ଏ ନେଇ ତାଙ୍କୁ ବ୍ଲକ କାର୍ଯ୍ୟାଳୟରୁ ଟଙ୍କା ଉଠା ଯିବା ସମ୍ପର୍କ ପ୍ରଶ୍ନ କରାଯିବାରୁ ସେ ଏ ସଂକ୍ରାନ୍ତରେ ଜାଣିନାହାଁନ୍ତି କହିଥିଲେ ା ବ୍ୟାଙ୍କରେ ପାସବୁକ୍‌ ଅପ୍‌ଡେଟ କରିବା ପରେ ୨ଟି ଆକାଉଣ୍ଟରୁ ମାକ୍ଷ ଝିଅ ଦୁହେଁ ପାଖାପାଖି ୧୮ ଲକ୍ଷ ଟଙ୍କା ଖାତାରୁ ଉଠାଇ ନେଇଛନ୍ତି। ତାଙ୍କୁ ଟଙ୍କା ମାଗିବାରୁ ସେ ଓଲଟି ମାରିଦେବାକୁ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l
ଏ ନେଇ ସଂଘ ପକ୍ଷରୁ ଆଳି ଥାନାରେ ମାର୍ଚ୍ଚ ୪ରେ ଓ ଆଳି ବିଡିଓଙ୍କ ତରଫରୁ ମାର୍ଚ୍ଚ ୭ରେ ଅଭିଯୋଗ ହୋଇଥିଲା ା ଆଳି ଥାନା ପକ୍ଷରୁ ଏକ ମାମଲା(ନଂ.୭୬/୨୨)ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ା ଘଟଣାର ୧୦ ମାସ ପରେ ସିଆରପି ମା’ ବବିତା ସାମଲଙ୍କୁ ଆଳି ପୋଲିସ ଗିରଫ କରିଥିବା ବେଳେ ଏମ୍‌ବିକେ ବବିତାଙ୍କ ଝିଅ ବୈଶାଖୀ ଫେରାର ଅଛନ୍ତି। ବବିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri