ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲା ସିଙ୍ଗାପୁରୁ ରୋଡ୍‌ ରେଳ ଷ୍ଟେଶନରେ ଅଘଟଣ, ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ସମୟରେ ଏହି ଅଘଟଣ ଘଟିଛି। କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇପଡ଼ିଛନ୍ତି। ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ମା’ ରତିକା ଚନ୍ଦନାଙ୍କର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମଗୋଡ଼ ଭାଙ୍ଗିଯାଇଛି। ତାଙ୍କର ୪ ବର୍ଷର ଶିଶୁକନ୍ୟା ହସ୍ତିନା ଚନ୍ଦନାଙ୍କର ଡାହାଣ ହାତ ଓ ଗୋଡ଼ କଟିଯାଇଛି। ସ୍ବାମୀ ଚୈତନ୍ୟ ଚନ୍ଦନା ସ୍ତ୍ରୀ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରିରୁ ଦୁଇଦିନ ତଳୁ ରାୟଗଡ଼ା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜିଞ୍ଜିଲିବାଡ଼ି ସମ୍ପର୍କୀୟଙ୍କ ଦଶକାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସିଥିଲେ। ଆଜି ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋର୍ମୁଜରେ ଫସିଗଲା ଭାରତର ୨୨ ଜାହାଜ, ୬ LPG ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୧୫।୩; ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛି। ବିଶେଷକରି, ହରମୁଜ…

ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଆମେରିକା ଆଖି ଆଗରେ ଖାମେନେଇଙ୍କୁ ନେଇଗଲା ରୁଷିଆ!

ମସ୍କୋ,୧୫।୩: ଏପର୍ଯ୍ୟନ୍ତ, ସମ୍ଭାବ୍ୟ ଇରାନ-ଆମେରିକା ସଂଘର୍ଷରେ ରୁଷିଆର ଭୂମିକା ସମ୍ପର୍କରେ ଆଲୋଚନା କେବଳ କଳ୍ପନାଜଳ୍ପନା ହୋଇ ରହିଥିଲା; ତଥାପି, ଏକ ନୂତନ ରିପୋର୍ଟ ଏବେ ସାମ୍ନାକୁ ଆସିଛି…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ଯୁଦ୍ଧ ହେଲା ଭୟଙ୍କର: ସରକାରୀ କର୍ମଚାରୀଙ୍କ କଟିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ଇସଲାମବାଦ,୧୫।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଗୋଟିଏ ଦେଶରେ ନୁହେଁ ସାରା ବିଶ୍ୱରେ ପଡିଛି ବଡ଼ ପ୍ରଭାବ । ଏବେ ଖବର ଆସିଛି ଯେ ଯୁଦ୍ଧ ଯୋଗୁ କେବଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri