ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଆବୁ କାସିମଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,ନୂଆଦିଲ୍ଲୀ,୮।୯: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ଗୋଟିକ ପରେ ଗୋଟିଏ ପାକିସ୍ତାନରେ କରାଯାଉଛି ହତ୍ୟା। ଏହି ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରୁଛନ୍ତି। ଯାହାକୁ ପାକିସ୍ତାନୀ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ବର୍ତ୍ତମାନ ଏହି ଅଜ୍ଞାତ ବନ୍ଧୁକଧାରୀ ଲଶ୍କର-ଏ-ତାଇବା (ଲେଟି) ନେତା ହାଫିଜ ସଇଦଙ୍କ ନିକଟତମ ଆବୁ କାସିମଙ୍କୁ ହତ୍ୟା କରିଛନ୍ତି। ଆବୁ କାସିମଙ୍କୁ ପାକିସ୍ତାନ ଅକ୍ତିଆର କରିଥିବା କଶ୍ମୀର(ପିଓକେ)ର ରାବଲକୋଟରେ ଥିବା ଏକ ମସଜିଦ ଭିତରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଆକ୍ରମଣ ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନେକ ଆତଙ୍କବାଦୀ ଆକ୍ରମଣରେ ଅବୁ କାସିମ ହାତ ଥିଲା। ସେ ଜମ୍ମୁ କଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ବିରୋଧରେ ଅନେକ ହାଇ ପ୍ରୋଫାଇଲ ଆକ୍ରମଣରେ ଜଡିତ ଥିଲେ। କେବଳ ଏତିକି ନୁହେଁ, ସେ ଲସ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ଲଞ୍ଚ ପ୍ୟାଡ ଦ୍ୱାରା ପିଓକେରୁ ଜମ୍ମୁ କଶ୍ମୀରରେ ଅନୁପ୍ରେବଶ କରାଉଥିଲେ। ସେହି ଆତଙ୍କବାଦୀଙ୍କ ପାଇଁ ସେ ରହିବା, ଖାଦ୍ୟ ଏବଂ ଟଙ୍କା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ। କାସିମ ସ୍ଥାନୀୟ ଯୁବକମାନଙ୍କୁ ଲଶ୍କରରେ ନିଯୁକ୍ତି ଦେବାରେ ମଧ୍ୟ ଜଡିତ ଥିଲେ। ଏଥିପାଇଁ ସେ ପାକିସ୍ତାନରୁ ଟଙ୍କା ପାଉଥିଲେ। ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଦୀର୍ଘ ସମୟ ଧରି ତାଙ୍କୁ ଖୋଜୁଥିଲେ।

କାସିମ ଲଶ୍କର-ଏ-ତାଇବାର ପ୍ରତିଷ୍ଠାତା ତଥା ଜମାତ-ଉଦ-ଦାୱା (ଜେଉଡି)ର ମୁଖ୍ୟ ହାଫିଜ ସଇଦଙ୍କ ନିକଟତର ଓ ଭରସାଯୋଗ୍ୟ ଲୋକ ଥିଲେ। ଉଭୟଙ୍କ ଘନିଷ୍ଠ ସମ୍ପର୍କ ପାକିସ୍ତାନରେ ଆତଙ୍କବାଦୀ ନିଯୁକ୍ତିକୁ ତ୍ୱରାନ୍ବିତ କରିଥିଲା। ହାଫିଜ ସଇଦ ଅନେକ ଜମ୍ମୁ କଶ୍ମୀର ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ଆବୁ କାସିମଙ୍କୁ ଦେଉଥିଲେ। ସେ ପାକିସ୍ତାନରେ ଅତି ଲୋ େପ୍ରୋଫାଇଲ ଭାବେ ଚଳି ଆତ୍ମ ଗୋପନ କରୁଥିଲେ ଯାହାଫଳରେ କେହି ତାଙ୍କୁ ଚିହ୍ନି ପାରି ନ ଥିଲେ। କିନ୍ତୁ ଆକ୍ରମଣକାରୀମାନେ ଅନେକ ଦିନ ଧରି ଆବୁ କାସିମଙ୍କୁ ସନ୍ଧାନ କରୁଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି। ଗତ ମାସରେ, ଅଗଷ୍ଟ ୧୨ରେ, ହାଫିଜ ସଇଦଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଖାଲିଦ ସାଇଫୁଲ୍ଲାହଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଥିଲେ। କିନ୍ତୁ ସାଇଫୁଲ୍ଲାହଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଖାଲିଦ ଦୀର୍ଘ ଦିନ ଧରି ପାକିସ୍ତାନରେ ଲଶ୍କର-ଇ-ତାଇବା ପାଇଁ ସହାୟତା ଏବଂ ପାଣ୍ଠି ସଂଗ୍ରହ କାର୍ଯ୍ୟ ପରିଚାଳନା କରୁଥିଲେ। ଏହାପୂର୍ବରୁ ମେ ୩୦ରେ ଲଶ୍କର କମାଣ୍ଡର ଅବଦୁଲ ସଲାମ ଭୁଟ୍ଟିଙ୍କ ମୃତ୍ୟୁ ଖବର ଆସିଥିଲା। ୨୦୦୮ମୁମ୍ବାଇ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଭୁଟ୍ଟି ତାଲିମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri