Posted inଜାତୀୟ

ଉଚ୍ଛେଦ ହେବ ଅଧିକାଂଶ ଆସନ

ନୂଆଦିଲ୍ଲୀ,୬।୨: ଜମ୍ମୁ-କଶ୍ମୀରର ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମାରେ ବ୍ୟାପକ ପରିବର୍ତ୍ତନ ଲାଗି ସୀମା ନିର୍ଦ୍ଧାରଣ କମିଶନ ପ୍ରସ୍ତାବ ଦେଇଛନ୍ତି। କମିଶନ ପ୍ରସ୍ତୁତ କରିଥିବା ଚିଠା ରିପୋର୍ଟ ଉପରେ ମତାମତ ପାଇଁ ଏହାକୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ୫ ଆସୋସିଏଟ୍‌ ମେମ୍ବରଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ଅନନ୍ତନାଗ ସଂସଦୀୟ କ୍ଷେତ୍ରରେ ଜମ୍ମୁ ଅଞ୍ଚଳର ରାଜୌରି ଏବଂ ପୁଞ୍ଚ୍‌କୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ କଶ୍ମୀର ଡିଭିଜନ୍‌ରେ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯିବ। ଜମ୍ମୁ-କଶ୍ମୀର ରାଜ୍ୟ ବିଧାନସଭାର ଅଧିକାଂଶ ଆସନ ଉଚ୍ଛେଦ ହେବ। ସେଥିରେ ପ୍ରବାସୀ କଶ୍ମୀର ପଣ୍ଡିତମାନଙ୍କ ପାରମ୍ପରିକ ନିର୍ବାଚନ ମଣ୍ଡଳୀ ହବ୍ବା କାଡାଲ ରହିଛି। ଶ୍ରୀନଗରର ଖାନ୍ୟାର, ସୋନଓ୍ବର ଏବଂ ହଜରତବଲ୍‌ ବିଧାନସଭା ଆସନକୁ ବାଦ୍‌ ଦେଲେ ଅନ୍ୟ ଆସନଗୁଡ଼ିକର ସୀମା ବଦଳିବା ସହ କେତେକ ନୂଆ ଆସନରେ ମିଶିଯିବ। ସେହିପରି ଚନ୍ନାପୋରା ଏବଂ ଶ୍ରୀନଗର ଦକ୍ଷିଣ ନୂଆ ନିର୍ବାଚନ ମଣ୍ଡଳୀ ହେବ ବୋଲି ଚିଠା ରିପୋର୍ଟରେ ପ୍ରସ୍ତାବ ରହିଛି। ହବ୍ବା କାଡାଲର ଭୋଟରଙ୍କୁ ତିନୋଟି ନୂଆ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଭାଗ କରାଯିବ।
ସେହିପରି ବଡ୍‌ଗାମ ଜିଲାର ୫ ବିଧାନସଭା ଆସନର ସୀମା ନିର୍ଦ୍ଧାରଣ ହେବା ସହ ବାରମୁଲ୍ଲା ସଂସଦୀୟ କ୍ଷେତ୍ରରେ ମିଶ୍ରଣ ହେବ ଏବଂ କେତେକ ଅଞ୍ଚଳ ଅଲଗା ହୋଇ ନୂଆ ନିର୍ବାଚନ ମଣ୍ଡଳୀ ଗଠନ ହେବ। ଉତ୍ତର କଶ୍ମୀରର ସାଙ୍ଗ୍ରାମା ଆସନକୁ ଅନ୍ୟ ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଯାଇଛି। ପୁଲ୍‌ଓ୍ବାମା, ଟ୍ରାଲ ଏବଂ ଶୋପିଆନ୍‌ର କେତେକ ଅଞ୍ଚଳ ଅନନ୍ତନାଗ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାବେଳେ ଏବେ ତାହା ଶ୍ରୀନଗର ସଂସଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ ହେବାକୁ ଯାଉଛି। ଏହି ଚିଠା ରିପୋର୍ଟକୁ ଆସୋସିଏଟ୍‌ ସଦସ୍ୟ ଫାରୁକ୍‌ ଅବଦୁଲ୍ଲା, ହାସନୈନ ମାସୁଦି, ଆକବର ଲୋନ୍‌(ନ୍ୟାଶନାଲ କଂଗ୍ରେସର ଲୋକ ସଭା ଏମ୍‌ପି), ଜିତେନ୍ଦ୍ର ସିଂ ଏବଂ ଯୁଗଳ କିଶୋର (ଭାଜପା ଏମ୍‌ପି)ଙ୍କ ପାଖକୁ ପଠାଯାଇଛି। ସେମାନଙ୍କୁ ଫେବୃୟାରୀ ୧୪ ସୁଦ୍ଧା ମତାମତ ଦାଖଲ କରିବାକୁ କୁହାଯାଇଛି। ଏହା ପରେ ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ଲାଗି ୨୦୨୦ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରାଯାଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ଏବଂ ରାଜ୍ୟ ନିର୍ବାଚନ କମିଶନ କେ.କେ. ଶର୍ମା ସଦସ୍ୟ ରହିଛନ୍ତି। ଗତବର୍ଷ ଫେବୃୟାରୀ ୧୮ ଏବଂ ଡିସେମ୍ବର ୨୦ରେ କମିଶନ ଆସୋସିଏଟ୍‌ ସଦସ୍ୟମାନଙ୍କ ସହ ଦୁଇଥର ବୈଠକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri