Posted inଜାତୀୟ

ଉଚ୍ଛେଦ ହେବ ଅଧିକାଂଶ ଆସନ

ନୂଆଦିଲ୍ଲୀ,୬।୨: ଜମ୍ମୁ-କଶ୍ମୀରର ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମାରେ ବ୍ୟାପକ ପରିବର୍ତ୍ତନ ଲାଗି ସୀମା ନିର୍ଦ୍ଧାରଣ କମିଶନ ପ୍ରସ୍ତାବ ଦେଇଛନ୍ତି। କମିଶନ ପ୍ରସ୍ତୁତ କରିଥିବା ଚିଠା ରିପୋର୍ଟ ଉପରେ ମତାମତ ପାଇଁ ଏହାକୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ୫ ଆସୋସିଏଟ୍‌ ମେମ୍ବରଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ଅନନ୍ତନାଗ ସଂସଦୀୟ କ୍ଷେତ୍ରରେ ଜମ୍ମୁ ଅଞ୍ଚଳର ରାଜୌରି ଏବଂ ପୁଞ୍ଚ୍‌କୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ କଶ୍ମୀର ଡିଭିଜନ୍‌ରେ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯିବ। ଜମ୍ମୁ-କଶ୍ମୀର ରାଜ୍ୟ ବିଧାନସଭାର ଅଧିକାଂଶ ଆସନ ଉଚ୍ଛେଦ ହେବ। ସେଥିରେ ପ୍ରବାସୀ କଶ୍ମୀର ପଣ୍ଡିତମାନଙ୍କ ପାରମ୍ପରିକ ନିର୍ବାଚନ ମଣ୍ଡଳୀ ହବ୍ବା କାଡାଲ ରହିଛି। ଶ୍ରୀନଗରର ଖାନ୍ୟାର, ସୋନଓ୍ବର ଏବଂ ହଜରତବଲ୍‌ ବିଧାନସଭା ଆସନକୁ ବାଦ୍‌ ଦେଲେ ଅନ୍ୟ ଆସନଗୁଡ଼ିକର ସୀମା ବଦଳିବା ସହ କେତେକ ନୂଆ ଆସନରେ ମିଶିଯିବ। ସେହିପରି ଚନ୍ନାପୋରା ଏବଂ ଶ୍ରୀନଗର ଦକ୍ଷିଣ ନୂଆ ନିର୍ବାଚନ ମଣ୍ଡଳୀ ହେବ ବୋଲି ଚିଠା ରିପୋର୍ଟରେ ପ୍ରସ୍ତାବ ରହିଛି। ହବ୍ବା କାଡାଲର ଭୋଟରଙ୍କୁ ତିନୋଟି ନୂଆ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଭାଗ କରାଯିବ।
ସେହିପରି ବଡ୍‌ଗାମ ଜିଲାର ୫ ବିଧାନସଭା ଆସନର ସୀମା ନିର୍ଦ୍ଧାରଣ ହେବା ସହ ବାରମୁଲ୍ଲା ସଂସଦୀୟ କ୍ଷେତ୍ରରେ ମିଶ୍ରଣ ହେବ ଏବଂ କେତେକ ଅଞ୍ଚଳ ଅଲଗା ହୋଇ ନୂଆ ନିର୍ବାଚନ ମଣ୍ଡଳୀ ଗଠନ ହେବ। ଉତ୍ତର କଶ୍ମୀରର ସାଙ୍ଗ୍ରାମା ଆସନକୁ ଅନ୍ୟ ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଯାଇଛି। ପୁଲ୍‌ଓ୍ବାମା, ଟ୍ରାଲ ଏବଂ ଶୋପିଆନ୍‌ର କେତେକ ଅଞ୍ଚଳ ଅନନ୍ତନାଗ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାବେଳେ ଏବେ ତାହା ଶ୍ରୀନଗର ସଂସଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ ହେବାକୁ ଯାଉଛି। ଏହି ଚିଠା ରିପୋର୍ଟକୁ ଆସୋସିଏଟ୍‌ ସଦସ୍ୟ ଫାରୁକ୍‌ ଅବଦୁଲ୍ଲା, ହାସନୈନ ମାସୁଦି, ଆକବର ଲୋନ୍‌(ନ୍ୟାଶନାଲ କଂଗ୍ରେସର ଲୋକ ସଭା ଏମ୍‌ପି), ଜିତେନ୍ଦ୍ର ସିଂ ଏବଂ ଯୁଗଳ କିଶୋର (ଭାଜପା ଏମ୍‌ପି)ଙ୍କ ପାଖକୁ ପଠାଯାଇଛି। ସେମାନଙ୍କୁ ଫେବୃୟାରୀ ୧୪ ସୁଦ୍ଧା ମତାମତ ଦାଖଲ କରିବାକୁ କୁହାଯାଇଛି। ଏହା ପରେ ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ଲାଗି ୨୦୨୦ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରାଯାଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ଏବଂ ରାଜ୍ୟ ନିର୍ବାଚନ କମିଶନ କେ.କେ. ଶର୍ମା ସଦସ୍ୟ ରହିଛନ୍ତି। ଗତବର୍ଷ ଫେବୃୟାରୀ ୧୮ ଏବଂ ଡିସେମ୍ବର ୨୦ରେ କମିଶନ ଆସୋସିଏଟ୍‌ ସଦସ୍ୟମାନଙ୍କ ସହ ଦୁଇଥର ବୈଠକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri