Posted inଫୁରସତ

ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେଲେ ଯୁବକ

ଜଣେ ଯୁବକ ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ରହୁଥିବା ଆଲାନ ଫାନ ନାମକ ଯୁବକ ଶୁକ୍ରାଣୁ ଦାନ ପାଇଁ ନିଜ ଦେଶରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ପ୍ରଥମେ ସେ ନିଜ ଖୁସି ପାଇଁ ଶୁକ୍ରାଣୁ ଦାନ କରୁଥିଲେ, କିନ୍ତୁ ପରେ ସେ ଏହାକୁ ଏକ ପେସା ଭାବେ ଗ୍ରହଣ କରିଥିଲେ। ଯୁବକଙ୍କ ଏହି କାର୍ଯ୍ୟର ତଦନ୍ତ ଆରମ୍ଭ ହୋଇଛି। ଯୁବକ ଜଣକ କହିଛନ୍ତି ଯେ, ତାଙ୍କର କାର୍ଯ୍ୟକ୍ଷମ ଶୁକ୍ରାଣୁ ହେତୁ ମହିଳାମାନେ ତାଙ୍କୁ ପସନ୍ଦ କରନ୍ତି। ଆଲାନ ନିଜେ ଦୁଇ ସନ୍ତାନର ପିତା। କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଶୁକ୍ରାଣୁ ଦାନ କରିଛନ୍ତି ଏବଂ ଏଥିରୁ ପ୍ରାୟ ୨୩ ପିଲା ଜନ୍ମ ନେଇଛନ୍ତି। ସେ ପଞ୍ଜୀକୃତ ଫର୍ଟିଲିଟି ସେଣ୍ଟରରେ ଶୁକ୍ରାଣୁ ମଧ୍ୟ ଦାନ କରନ୍ତି। ଅଷ୍ଟ୍ରେଲିଆର ବ୍ରିସ୍‌ବେନରେ ରହୁଥିବା ୪୦ ବର୍ଷର ଆଲାନଙ୍କୁ ଏବେ ପରୀକ୍ଷା କରାଯାଉଛି। କେତେକ ପ୍ରଜନନ କ୍ଲିନିକ ଆଲାନଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଆଲାନଙ୍କ ନାଁରେ ଅବୈଧ କ୍ଲିନିକକୁ ଶୁକ୍ରାଣୁ ଦାନ କରିଥିବା ଏବଂ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସନ୍ତାନ ଜନ୍ମ କରୁଥିବା ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି କେବଳ ୧୦ଜଣ ସନ୍ତାନ ସୃଷ୍ଟି କରିପାରିବ। ଏଥି ସହିତ ଆଲାନ କହିଛନ୍ତି ଯେ, ମହିଳାମାନଙ୍କୁ ମନା କରିବା ତାଙ୍କ ପାଇଁ ବହୁତ କଷ୍ଟକର। ଏହି କାରଣରୁ ସେ ଗୋଟିଏ ଦିନରେ ତିନିଜଣ ମହିଳାଙ୍କୁ ଶୁକ୍ରାଣୁ ଦାନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri