Posted inଫୁରସତ

ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେଲେ ଯୁବକ

ଜଣେ ଯୁବକ ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ରହୁଥିବା ଆଲାନ ଫାନ ନାମକ ଯୁବକ ଶୁକ୍ରାଣୁ ଦାନ ପାଇଁ ନିଜ ଦେଶରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ପ୍ରଥମେ ସେ ନିଜ ଖୁସି ପାଇଁ ଶୁକ୍ରାଣୁ ଦାନ କରୁଥିଲେ, କିନ୍ତୁ ପରେ ସେ ଏହାକୁ ଏକ ପେସା ଭାବେ ଗ୍ରହଣ କରିଥିଲେ। ଯୁବକଙ୍କ ଏହି କାର୍ଯ୍ୟର ତଦନ୍ତ ଆରମ୍ଭ ହୋଇଛି। ଯୁବକ ଜଣକ କହିଛନ୍ତି ଯେ, ତାଙ୍କର କାର୍ଯ୍ୟକ୍ଷମ ଶୁକ୍ରାଣୁ ହେତୁ ମହିଳାମାନେ ତାଙ୍କୁ ପସନ୍ଦ କରନ୍ତି। ଆଲାନ ନିଜେ ଦୁଇ ସନ୍ତାନର ପିତା। କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଶୁକ୍ରାଣୁ ଦାନ କରିଛନ୍ତି ଏବଂ ଏଥିରୁ ପ୍ରାୟ ୨୩ ପିଲା ଜନ୍ମ ନେଇଛନ୍ତି। ସେ ପଞ୍ଜୀକୃତ ଫର୍ଟିଲିଟି ସେଣ୍ଟରରେ ଶୁକ୍ରାଣୁ ମଧ୍ୟ ଦାନ କରନ୍ତି। ଅଷ୍ଟ୍ରେଲିଆର ବ୍ରିସ୍‌ବେନରେ ରହୁଥିବା ୪୦ ବର୍ଷର ଆଲାନଙ୍କୁ ଏବେ ପରୀକ୍ଷା କରାଯାଉଛି। କେତେକ ପ୍ରଜନନ କ୍ଲିନିକ ଆଲାନଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଆଲାନଙ୍କ ନାଁରେ ଅବୈଧ କ୍ଲିନିକକୁ ଶୁକ୍ରାଣୁ ଦାନ କରିଥିବା ଏବଂ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସନ୍ତାନ ଜନ୍ମ କରୁଥିବା ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି କେବଳ ୧୦ଜଣ ସନ୍ତାନ ସୃଷ୍ଟି କରିପାରିବ। ଏଥି ସହିତ ଆଲାନ କହିଛନ୍ତି ଯେ, ମହିଳାମାନଙ୍କୁ ମନା କରିବା ତାଙ୍କ ପାଇଁ ବହୁତ କଷ୍ଟକର। ଏହି କାରଣରୁ ସେ ଗୋଟିଏ ଦିନରେ ତିନିଜଣ ମହିଳାଙ୍କୁ ଶୁକ୍ରାଣୁ ଦାନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri