Categories: ଫୁରସତ

ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ

ଜାଣିଛନ୍ତି କି ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ କ’ଣ? ତାହା ହେଉଛି କଙ୍କଡ଼ା ବିଛାର ବିଷ। ଏହା ନିଶ୍ଚିତ ଭୟଙ୍କର। କିନ୍ତୁ ଏହା ବିଶ୍ୱର ସବୁଠୁ ମୂଲ୍ୟବାନ ତରଳ ପଦାର୍ଥ। ଏକ ଗ୍ୟାଲନ ତଥା ପ୍ରାୟ ୪ ଲିଟର କଙ୍କଡ଼ା ବିଛା ବିଷର ମୂଲ୍ୟ ୩୯ ନିୟୁତ ଡଲାର। ଭାରତୀୟ ମୂଲ୍ୟରେ ୨୯୦ କୋଟି ଟଙ୍କାରୁ ଅଧିକ।

ଟଙ୍କା ଥିଲେ ମଧ୍ୟ ଏହାକୁ କିଣିବା କଷ୍ଟକର। ଚିନିର ଏକ ଦାନା ଭଳି ବୁନ୍ଧାଏ କଙ୍କଡ଼ା ବିଛା ବିଷ ପାଇଁ ୧୩୦ ଡଲାର ଅର୍ଥାତ ୯.୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ପଛର କାରଣ ଅତି ସରଳ। ଥରେକେ ଗୋଟିଏ କଙ୍କଡ଼ା ବିଛାଠାରୁ କେବଳ ୨ ମିଲିଗ୍ରାମ ବିଷ ମିଳିଥାଏ।

ଏବେ ମନକୁ ପ୍ରଶ୍ନ ଆସିବା ସ୍ବାଭାବିକ ଏହା କେଉଁ କାର୍ଯ୍ୟରେ ଲାଗେ ? ବିଭିନ୍ନ ପ୍ରକାର ଦୂରା ରୋଗର ଔଷଧ ଏହି ବିଷରୁ ତିଆରି ହୋଇଥାଏ। ମସ୍କିକ ଓ ମେରୁଦଣ୍ଡରେ କର୍କଟ ରୋଗଙ୍କ କ୍ଷେତ୍ରରେ ଏହା ବ୍ୟବହୃତ ହୋଇଥାଏ। ବିଷରୁ ମୁଳିଥିବା କାଲିଓଟକ୍ସିନ ହାଡ଼ ଜନିତ ସମସ୍ୟା ଦେଇ ଗତି କରୁଥିବା ମୂଷାକୁ ଦିଆଯାଏ। ବୈଜ୍ଞାନିକଙ୍କ ମତରେ ଏହା ମଣିଷଙ୍କ କ୍ଷେତ୍ରରେ ମଧ୍ୟ କାମ ଦେଇପାରେ। କେବଳ ଏତିକି ନୁହେଁ, ମେଡିକାଲ ସାଇନ୍ସରେ ଏହାର ଆହୁରି ଉପକାରିତା ରହିଛି।

Share