ନୂଆଦିଲ୍ଲୀ,୧୫।୧: ମହାକୁମ୍ଭ ୨୦୨୫ରେ କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ବାଧୀ ହର୍ଷାରିଚାରିଆ। ମହାକୁମ୍ଭରେ ପହଞ୍ଚିବା ପରେ ସୁନ୍ଦରୀ ହର୍ଷାଙ୍କ ଲୁକ ବହୁତ ପସନ୍ଦ କରାଯାଉଛି, ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସ ମିଲିୟନରେ ବୃଦ୍ଧି ପାଇଛି। ହର୍ଷା ସାଧ୍ୱୀଙ୍କ ପୋଷାକ ପିନ୍ଧି, କପାଳରେ ତିଳକ ପିନ୍ଧି ଏବଂ ଫୁଲର ମାଳ ପିନ୍ଧି ରଥ ଉପରେ ଚଢ଼ି ମହାକୁମ୍ଭରେ ପହଞ୍ଚିଛନ୍ତି। ତେବେ ତାଙ୍କ ସୋସିଆଲ ମିଡିଆ ବାୟୋ ଅନୁସାରେ ସେ ଜଣେ ସମାଜସେବୀ ଓ ଇନଫ୍ଲୁଏନସର ହୋଇଥିବାବେଳେ ବର୍ତ୍ତମାନ ସେ ସ୍ବାଧୀ ବେଶ ଧରି କୁମ୍ଭମେଳାରେ ପହଞ୍ଚିଛନ୍ତି। କିନ୍ତୁ ନିଜକୁ ସ୍ବାଧୀ ଆଖ୍ୟା ଦେବାକୁ ମନା କରିଦେଇଛନ୍ତି।
ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ସୁନ୍ଦରୀ ସ୍ବାଧୀଙ୍କ ପଛର ସତ। ଆଉ ସେ କେତେ ଟଙ୍କା ରୋଜଗାର କରୁଛନ୍ତି। ହର୍ଷା ୨ବର୍ଷ ହେଲା ସ୍ବାଧୀଙ୍କ ଜୀବନ ଅତିବାହିତ କରୁଛନ୍ତି। ତାଙ୍କ ସୋସିଆଲ ମିଡିଆ ବାୟୋ ଅନୁସାରେ ସେ ଜଣେ ସମାଜସେବୀ ଓ ଇନଫ୍ଲୁଏନସର ହୋଇଥିବାବେଳେ ବର୍ତ୍ତମାନ ସେ ସ୍ବାଧୀ ବେଶ ଧରି କୁମ୍ଭମେଳାରେ ପହଞ୍ଚିଛନ୍ତି। ତେବେ ଏହା କେତେ ସତ ଏନେଇ ସେ ନିଜେ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୁଁ କେଉଁଠି ବି କହିନି କି ମୁଁ ପିଲାଟିବେଳୁ ସ୍ବାଧୀ ହୋଇଛି କିମ୍ବା ଏବେ ବି ମୁଁ ସ୍ବାଧୀ ନୁହେଁ। ମୁଁ କେବଳ ଦୀକ୍ଷା ନେଇଛି। ଅଭିନୟ, ଆଙ୍କରିଂ ଓ ମଡେଲିଂ ଫିଲ୍ଡରୁ ଏହି ଫିଲ୍ଡକୁ ଆସିଛି ତେବେ ଏଥିରେ ଖରାପ କ’ଣ? ଯିଏ ହେଲେ ବି ନିଜ ଭାଗ୍ୟ ଅନୁସାରେ ଯେକୌଣସି ସ୍ଥାନକୁ ବି ଆସିପାରିବ।
ତେବେ ହର୍ଷାଙ୍କ ରୋଜଗାର ବିଷୟରେ କହିଲେ ସେ ଡେଷ୍ଟିନେଶନ ଓ୍ବେଡିଂ, ଇନଷ୍ଟାଗ୍ରାମ ଓ ଆଙ୍କରିଂ ଜରିଆରେ ରୋଜଗାର କରୁଛନ୍ତି। ମିଡିଆ ରିପୋର୍ଟସ ଅନୁସାରେ, ତାଙ୍କ ପାଖରେ ୪କୋଟି ଟଙ୍କାର ସମ୍ପତ୍ତି ରହିଛି। ହର୍ଷାଙ୍କୁ ବହୁ ଆଧ୍ୟାତ୍ମିକ ଭିଡିଓରେ ମଧ୍ୟ ଦେଖାଯାଇଛି, ଯାହା ପାଇଁ ସେ ଲକ୍ଷାଧିକ ଟଙ୍କା ଚାର୍ଜ ନିଅନ୍ତି। ହର୍ଷାଙ୍କ ଇନଷ୍ଟାଙ୍କ ୧ମିଲିଅନ ଫର୍ଲୋସ ଅଛନ୍ତି। ଏହାକୁ ଦେଖିଲେ ଜଣାପଡୁଛି ଯେ ସେ ଏଥିରେ ବିପୁଳ ପରିମାଣରେ ରୋଜଗାର କରୁଛନ୍ତି। କହିରଖୁଛୁ କି, ରିଚାରିଆ ଆଇଫୋନ ୧୬ ସିରିଜର ନୂଆ ମଡେଲ, ଆଇଫୋନ ୧୬ ପ୍ରୋ କିମ୍ବା ଆଇଫୋନ ୧୬ ପ୍ରୋ ମ୍ୟାକ୍ସ ବ୍ୟବହାର କରୁଛନ୍ତି।


