Categories: ଖେଳ

ଆଇପିଏଲ୍‌ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୭: ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ପୂର୍ବରୁ ପ୍ରଶଂସକଙ୍କୁ ମିଳିଛି ଖୁସି ଖବର। ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚଙ୍କ ସମାଲୋଚନା ସତ୍ତ୍ୱେ ଦଳର ବହୁ ଖେଳାଳି ଆଇପିଏଲ ପାଇଁ ଉପଲବ୍ଧ ରହିବେ। ଯଦି ଓ ସମସ୍ତ ଅଷ୍ଟ୍ରେଲିଆନ ଖେଳାଳି ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲର ଅବଶିଷ୍ଟାଂଶ ମ୍ୟାଚ୍‌ ପାଇଁ ୟୁଏଇ ଗସ୍ତ କରିବେ ନାହିଁ। କିନ୍ତୁ ଓ୍ବେଷ୍ଟଇଣ୍ଡିଜ ଓ ବାଂଲାଦେଶ ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିବା ଖେଳାଳିମାନେ ଉପଲବ୍ଧ ରହିବେ ବୋଲି ଏକ ରିପୋର୍ଟ ସାମ୍ନାକୁ ଆସିଛି।

ଆଇପିଏଲ ପାଇଁ ପ୍ରାୟତଃ ବିଦେଶୀ ଖେଳାଳି ଉପଲବ୍ଧ ହେବେ ବୋଲି ବିସିସିଆଇ ଅଧିକାରୀ ଫ୍ରାଞ୍ଚାଇଜମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ତେବେ ଏ ନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ। ଇଂଲିଶ ଖେଳାଳିଙ୍କୁ ଛାଡ଼ିବା ପାଇଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ବିସିସିଆଇ ବୁଝାଇବାକୁ ଉଦ୍ୟମ ଜାରି ରଖିଥିବା ଅଧିକାରୀ କହିଛନ୍ତି। ଆଇପିଏଲର ବଳକା ମ୍ୟାଚ୍‌ରେ ବିଦେଶୀ ଖେଳାଳିଙ୍କ ଯୋଗଦାନ ସମ୍ପର୍କରେ ଜୁଲାଇ ୧୫ରେ ସ୍ପଷ୍ଟ ସୂଚନା ମିଳିବ।

Share