Posted inଖେଳ

ମୋରିକାଓ୍ବାଙ୍କ ବିରଳ ସଫଳତା

ସ୍ୟାଣ୍ଡଓ୍ବିଚ୍‌, (ଇଂଲଣ୍ଡ) ୨୦ା୭: ଆମେରିକାର ୨୪ବର୍ଷୀୟ କଲିନ୍‌ ମୋରିକାଓ୍ବା ରବିବାର ବ୍ରିଟିଶ ଓପନ୍‌ଗଲ୍‌ଫ ଟୁର୍ନାମେଣ୍ଟଟାଇଟଲ ହାସଲ କରିଛନ୍ତି। ଏହାଦ୍ୱାରା ପ୍ରଥମ ପ୍ରଚେଷ୍ଟାରେ ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟ ଜିତିବାରେ ପ୍ରଥମ ଗଲ୍ଫ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସେ ୨୦୨୦ ୟୁଏସ୍‌ ପିଜିଏ ଟୁର୍ନାମେଣ୍ଟ ଜିତିଥିଲେ। ମୋରିକାଓ୍ବା ୨୦୨୦ରେ ନିଜକୁ ଜଣେ ଅନ୍ୟତମ ଉଦୀୟମାନ ଗଲ୍ଫ ପ୍ରତିଭା ଭାବେ ପ୍ରତିଷ୍ଠିତ କରିପାରିଥିଲେ। ମୋରିକାଓ୍ବା ୫୪ ହୋଲ୍‌ ଲିଡର ଓସ୍ଥୁଜେନ୍‌ଙ୍କଠାରୁ ଗୋଟିଏ ଷ୍ଟ୍ରୋକ୍‌ ପଛରେ ଥାଇ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରି ୧୫ ଅଣ୍ଡର ପାର୍‌ ସହ ବିଜୟ ଲାଭ କରିଥିଲେ। ଇଂଲଣ୍ଡର ଦକ୍ଷିଣପୂର୍ବ ଉପକୂଳବର୍ତ୍ତୀ ସ୍ୟାଣ୍ଡଓ୍ବିଚ୍‌ ସହରରେ ୩୨,୦୦୦ ଖେଳପ୍ରେମୀଙ୍କ ଉପସ୍ଥିତିରେ ଚାପକୁ ହାତେଇବା ସହଜ ନ ଥିଲା। ଏଠାରେ ବିଜୟ ହାସଲକୁ ସେ ତାଙ୍କ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ବିବେଚନା କରନ୍ତି ବୋଲି ବିଶ୍ୱର ୪ ନମ୍ବର ମାନ୍ୟତାପ୍ରାପ୍ତ ଏହି ଗଲ୍ଫ ଖେଳାଳି ପ୍ରକାଶ କରିଛନ୍ତି। ପଦାର୍ପଣରେ ଓପନ ଚାମ୍ପିୟନଶିପ୍‌ ଜିତିବାରେ ସେ ୧୦ମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଅଳ୍ପ କେତୋଟି ଗଲ୍ଫ ଟୁର୍ନାମେଣ୍ଟ ଅଭିଜ୍ଞତା ସହ ଦୁଇଟି ପ୍ରମୁଖ ଟାଇଟଲ ଜିତିବାରେ ସେ ୧୯୨୬ରେ ବବି ଜୋନ୍ସଙ୍କ ପରେ ପ୍ରଥମ ଖେଳାଳି। ଅନ୍ୟପକ୍ଷରେ ୨୫ବର୍ଷରୁ କମ୍‌ ଗଲ୍ଫ ଖେଳାଳି ହିସାବରେ ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟ ଜିତିଥିବା ଜେନି ସାରାଜେନ, ଜୋନ୍ସ ଜ୍ୟାକ୍‌ ନିକାଲସ ସେଭି ବାଲେଷ୍ଟେରସ, ଟାଇଗର ଉଡ୍ସ, ରୋରି ମ୍ୟାକଲରୟ ଏବଂ ସ୍ପିଥ୍‌ଙ୍କ ସହ ସେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri