Posted inଖେଳ

ମୋରିକାଓ୍ବାଙ୍କ ବିରଳ ସଫଳତା

ସ୍ୟାଣ୍ଡଓ୍ବିଚ୍‌, (ଇଂଲଣ୍ଡ) ୨୦ା୭: ଆମେରିକାର ୨୪ବର୍ଷୀୟ କଲିନ୍‌ ମୋରିକାଓ୍ବା ରବିବାର ବ୍ରିଟିଶ ଓପନ୍‌ଗଲ୍‌ଫ ଟୁର୍ନାମେଣ୍ଟଟାଇଟଲ ହାସଲ କରିଛନ୍ତି। ଏହାଦ୍ୱାରା ପ୍ରଥମ ପ୍ରଚେଷ୍ଟାରେ ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟ ଜିତିବାରେ ପ୍ରଥମ ଗଲ୍ଫ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସେ ୨୦୨୦ ୟୁଏସ୍‌ ପିଜିଏ ଟୁର୍ନାମେଣ୍ଟ ଜିତିଥିଲେ। ମୋରିକାଓ୍ବା ୨୦୨୦ରେ ନିଜକୁ ଜଣେ ଅନ୍ୟତମ ଉଦୀୟମାନ ଗଲ୍ଫ ପ୍ରତିଭା ଭାବେ ପ୍ରତିଷ୍ଠିତ କରିପାରିଥିଲେ। ମୋରିକାଓ୍ବା ୫୪ ହୋଲ୍‌ ଲିଡର ଓସ୍ଥୁଜେନ୍‌ଙ୍କଠାରୁ ଗୋଟିଏ ଷ୍ଟ୍ରୋକ୍‌ ପଛରେ ଥାଇ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରି ୧୫ ଅଣ୍ଡର ପାର୍‌ ସହ ବିଜୟ ଲାଭ କରିଥିଲେ। ଇଂଲଣ୍ଡର ଦକ୍ଷିଣପୂର୍ବ ଉପକୂଳବର୍ତ୍ତୀ ସ୍ୟାଣ୍ଡଓ୍ବିଚ୍‌ ସହରରେ ୩୨,୦୦୦ ଖେଳପ୍ରେମୀଙ୍କ ଉପସ୍ଥିତିରେ ଚାପକୁ ହାତେଇବା ସହଜ ନ ଥିଲା। ଏଠାରେ ବିଜୟ ହାସଲକୁ ସେ ତାଙ୍କ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ବିବେଚନା କରନ୍ତି ବୋଲି ବିଶ୍ୱର ୪ ନମ୍ବର ମାନ୍ୟତାପ୍ରାପ୍ତ ଏହି ଗଲ୍ଫ ଖେଳାଳି ପ୍ରକାଶ କରିଛନ୍ତି। ପଦାର୍ପଣରେ ଓପନ ଚାମ୍ପିୟନଶିପ୍‌ ଜିତିବାରେ ସେ ୧୦ମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଅଳ୍ପ କେତୋଟି ଗଲ୍ଫ ଟୁର୍ନାମେଣ୍ଟ ଅଭିଜ୍ଞତା ସହ ଦୁଇଟି ପ୍ରମୁଖ ଟାଇଟଲ ଜିତିବାରେ ସେ ୧୯୨୬ରେ ବବି ଜୋନ୍ସଙ୍କ ପରେ ପ୍ରଥମ ଖେଳାଳି। ଅନ୍ୟପକ୍ଷରେ ୨୫ବର୍ଷରୁ କମ୍‌ ଗଲ୍ଫ ଖେଳାଳି ହିସାବରେ ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟ ଜିତିଥିବା ଜେନି ସାରାଜେନ, ଜୋନ୍ସ ଜ୍ୟାକ୍‌ ନିକାଲସ ସେଭି ବାଲେଷ୍ଟେରସ, ଟାଇଗର ଉଡ୍ସ, ରୋରି ମ୍ୟାକଲରୟ ଏବଂ ସ୍ପିଥ୍‌ଙ୍କ ସହ ସେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri