ଗ୍ରାମ୍ୟ କାଜୁ ଜଙ୍ଗଲରୁ ମୋରମ ଲୁଟ୍‌

କଳିଙ୍ଗନଗର,୬ା୯(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ତହସିଲ ଅନ୍ତର୍ଗତ ରାଛିପୁର ଗ୍ରାମ ସଂଲଗ୍ନ କାଜୁ ଜଙ୍ଗଲ ନିକଟରେ ବେଆଇନ ମୋରମ ଚାଲାଣ ଚାଲିଛି। କେତେଜଣ ପ୍ରଭାବଶାଳୀ ମୋରମ ବ୍ୟବସାୟୀ ମେଶିନ ଲଗାଇ ରାତିରେ ଏଠାରୁ ମୋରମ ଲୁଟ୍‌ କରୁଛନ୍ତି। ଶତାଧିକ ଗ୍ରାମବାସୀ ଏ ସମ୍ପର୍କରେ ସପ୍ତାହକ ତଳେ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଥିରେ ରାଜସ୍ବ ଏବଂ ଲଘୁ ଖଣି ବିଭାଗ କର୍ତ୍ତୃପକ୍ଷ ଏବଂ ମୋରମ ବ୍ୟବସାୟୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଦାନଗଦି ତହସିଲ ଖପୁରିଆପଦା ରାଜସ୍ବ ସର୍କଲ ଅନ୍ତର୍ଗତ ରାଛିପୁର ମୌଜା ମୁଖ୍ୟରାସ୍ତାଠାରୁ ଅଳ୍ପ ଦୂରରେ ମୋରମ ଖୋଳିବା ଜାରି ରହିଛି। ବ୍ୟାସନଗର ଅଞ୍ଚଳର ଏହି ଯୁବକମାନେ ପ୍ରଶାସନକୁ ହାତରେ ରଖି ସ୍ପଷ୍ଟ ଦିବାଲୋକରେ ଏପରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ବାବଦରେ ଲୋକେ ଗତ ସପ୍ତାହରେ ଦାନଗଦି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ରାଛିପୁର ମୌଜାର ଖାତା ନମ୍ବର ୨୧୫ ଓ ପ୍ଲଟ୍‌ ନମ୍ବର ୯୩ରୁ ଏହି ମୋରମ ଖୋଳା ଯାଉଛି। ଏହି ପ୍ଲଟରେ ପୂର୍ବରୁ କାଜୁ ଓ ଶାଗୁଆନ ଗଛ ଲାଗିଥିବା ବେଳେ ଲୋକେ ଏହାକୁ ଗୋଠ କିସମ ଜମି ବୋଲି କହୁଛନ୍ତି। ମୋରମ ଲୁଟ୍‌ ଯୋଗୁ ସରକାରଙ୍କ ଅନେକ କୋଟି ଟଙ୍କାର ରାଜସ୍ବହାନୀ ହେଉଛି। ଭାରିଯାନ ଚଳାଚଳ ପାଇଁ ସେଠାରେ ଥିବା ପ୍ରାକୃତିକ ଜଙ୍ଗଲ ସହିତ କାଜୁ ଓ ଶାଗୁଆନ ଗଛଗୁଡିକ ମଧ୍ୟ ଉଜୁଡ଼ି ଯିବାକୁ ବସିଛି। ଭାରିଯାନ ଚଳାଚଳ ଫଳରେ ଗ୍ରାମ୍ୟ କଙ୍କ୍ରିଟ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ଏ ନେଇ ଗ୍ରାମବାସୀବିରୋଧ କରିବାରୁ ମୋରମ ବ୍ୟବସାୟୀମାନେ ସେମାନଙ୍କୁ ଧମକ ଦେଇ କଣ୍ଠରୋଧ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହେଉଛି। ଏଠାରୁ ମୋରମ ଖୋଳିବା ବାହାନାରେ ଚୋରା ବ୍ୟବସାୟୀମାନେ ନଳକୂପରେ ବ୍ୟବହାର ହେଉଥିବା ଧଳା ଗୋଡ଼ି (ଗ୍ରାଭେଲ) ପଥର ଉତ୍ତୋଳନ କରି ଲାଭ ଉଠାଉଥିବା ବେଳେ ଲଘୁ ଖଣିଜ ସମ୍ପଦ ବିଭାଗ ସେମାନଙ୍କୁ ସୁରକ୍ଷା ଦେଇଥିବା ଗ୍ରାମବାସୀ କହିଛନ୍ତି। ଲୋକେ ଖଣି ଓ ରାଜସ୍ବ ବିଭାଗକୁ ଅଭିଯୋଗ କଲେ ତାହା ଜଙ୍ଗଲ ବିଭାଗ ଜମି ହୋଇଥିବାରୁ ଚୋରି ରୋକିବା ସେମାନଙ୍କ ଦାୟିତ୍ୱ ବୋଲି କହୁଛନ୍ତି। ଅନ୍ୟପକ୍ଷେ ଜଙ୍ଗଲ ବିଭାଗ ଓ ତହସିଲ ତରଫରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇଥିବା ବେଳେ ତାହା ଜଙ୍ଗଲ ବିଭାଗ ଜମି ନୁହେଁ ବୋଲି ଯାଜପୁର ରୋଡ଼ ବନାଞ୍ଚଳ ରେଞ୍ଜ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ସୁତରାଂ ବିଭାଗ ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଥିବା ବେଳେ ଚୋରା ବ୍ୟବସାୟୀମାନେ ଧନୀ ହୋଇ ଚାଲିଛନ୍ତି।
ଏ ସମ୍ପର୍କରେ ଯାଜପୁର ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଦାନଗଦି ତହସିଲ, ଲଘୁ ଖଣିଜ ସମ୍ପଦ ବିଭାଗ, ବନ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ନେଇ ଗ୍ରାମବାସୀ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ବି ସେମାନେ ନୀରବ ରହିବା ଘଟଣା ଚର୍ଚ୍ଚାର ବିଷୟ ହେଉଛି। ଆଗାମୀ ଦିନରେ ମୋରମ ଚୋରି ବନ୍ଦ କରିବା ସହିତ ବ୍ୟବସାୟୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କାଜୁ ଓ ଶାଗୁଆନ ବୃକ୍ଷକୁ ସୁରକ୍ଷିତ ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri