ଡାବୁଗାଁ, ୨୯।୩ (ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏମ୍ଜିଏନ୍ଆର୍ଇଜିଏସ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏମ୍ଜିଏନ୍ଆର୍ଇଜିଏସ୍ରେ ଜବ୍କାର୍ଡଧାରୀ ଶ୍ରମିକମାନେ କେତେଦିନ କାର୍ଯ୍ୟ କରିଛନ୍ତି, ମଜୁରି ପାଇଛନ୍ତି କି ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସମ୍ପୂର୍ଣ୍ଣ ହୋଇଛି କି ନାହିଁ ଓ ହିତାଧିକାରୀ ସମ୍ପୂର୍ଣ୍ଣ ଅର୍ଥ ପାଇଛନ୍ତି କି ନାହିଁ ତାହାର ସମୀକ୍ଷା କରାଯାଇଛି।
୨୦୨୨-୨୩ ଆର୍ଥିକ ବର୍ଷର ଏହି ଯୋଜନାରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ସୁଦ୍ଧା ୧୯ କୋଟି ୬୬ ଲକ୍ଷ ୫୫ ହଜାର ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଏଥିରୁ ସମ୍ପୂର୍ଣ୍ଣ ଅର୍ଥ ବ୍ୟୟ କରାଯାଇଛି। ସେପ୍ଟେମ୍ବର ୨୦୨୨ ମଧ୍ୟରେ ୭ ଲକ୍ଷ ୮୫ ହଜାର ୫୮୮(ଧାର୍ଯ୍ୟ ଲକ୍ଷଠାରୁ ଅଧିକ)ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା। ଏଥିରେ ୧୦ ହଜାର ୪୨୧ଟି ପରିବାର ପଞ୍ଜୀକୃତ ହୋଇଥିବା ବେଳେ ୮ ହଜାର ୫୩୦ଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି। ମୋଟ ୨୭୦୯ ପରିବାର ୧୦୦ ଦିନର କାର୍ଯ୍ୟ ପୂରଣ କରିଛନ୍ତି। ଏଥିରେ ମୋଟ ୩୭୭୩ ପ୍ରକଳ୍ପରୁ ୧୨୫୬ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଥିବା ଏହି ଜନଶୁଣାଣିରେ ଉପସ୍ଥାପିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରର କବାଟ, ଝରକା ଲାଗି ନ ଥିବା ସହ ମେଜିଆ ଓ ପ୍ଲାଷ୍ଟର ହୋଇ ନ ଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ କାମ ଚାଲୁଥିବାବେଳେ କାର୍ଯ୍ୟ ଫଳକ ନ ଥିବା ନେଇ ତଥ୍ୟ ଉପସ୍ଥାପନ କରାଯାଇଛି। ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ଆଦିବାସୀ ଉନ୍ନୟନ ସଂସ୍ଥାର କୌଣସି ଅଧିକାରୀ ଆସି ନ ଥିଲେ। ନବରଙ୍ଗପୁର ଜିଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ଟାଲି ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ତ୍ରୁଟି ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନଦେବାକୁ କହିଥିଲେ। ଏଥିରେ ବିଡିଓ ଶରତ ମାଝି, ନବରଙ୍ଗପୁର ଜିଲା ସାମାଜିକ ସମୀକ୍ଷକ ବୈବସୂତ ଚାଲାଣ, ଜିଲା ପ୍ରାକୃତିକ ସମ୍ବଳ ପରିଚାଳନା ସଂଯୋଜକ ରାମ ଖିଲ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଜୋନ୍-୧ ଧନସିଂ ଭତ୍ରା, ଜନଶୁଣାଣି କମିଟି ସଭ୍ୟ ସୁରେନ୍ଦ୍ର ମିଶ୍ର ଓ ପ୍ରଜ୍ଞାରଞ୍ଜନ ପରିଡ଼ା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣବାସ ନାୟକ, ବନପାଳ ମଧୁସୂଦନ ପାତ୍ର, ବ୍ଲକ ସାମାଜିକ ସମୀକ୍ଷକ ଶାରଦା ତ୍ରିପାଠୀ, ପିଇଓ ଏ.ଡି. ପ୍ରସାଦ, ବନପାଳ ମଧୁସୂଦନ ପାତ୍ର, ଉଦ୍ୟାନ କର୍ମଚାରୀ ଜଳେନ୍ଦ୍ର ଅମାନାତ୍ୟ, ବିପିସି ଯୋଗେନ୍ଦ୍ର ମାଝି, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏମ୍ଜିଏନ୍ଆର୍ଇଜିଏସ୍ ସହାୟକ ବିଦ୍ୟାଧର ବିଷୋୟୀ ପରିଚାଳନା କରିଥିଲେ।
Posted inHome Left, ଆମ ଜିଲା ଖବର, ନବରଙ୍ଗପୁର View All
ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…
ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...
ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ
ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...
‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା
କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...
ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍…
ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...
ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା
ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...
ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି
ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...
ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...
ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...
Archives


