ଟିକ୍‌ଟକ୍‌ ଉପରେ ୧ କୋଟିରୁ ଊର୍ଦ୍ଧ୍ୱ ଜରିମାନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୬ା୭: ଶର୍ଟ ଭିଡିଓ ପ୍ରସ୍ତୁତ ପ୍ଲାଟଫର୍ମ ତଥା ଟିକ୍‌ଟକ୍‌ ଆପ୍‌କୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ନିଷେଧ ସତ୍ତ୍ୱେ ଚାଇନିଜ୍‌ ଆପ୍‌ ବିରୋଧରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଆପ୍‌ ଉପରେ ଦକ୍ଷିଣ କୋରିଆରେ ଜରିମାନା କରାଯାଇଛି। ଅଭିଯୋଗ ହୋଇଛି ଯେ, ଟିକ୍‌ଟକ୍‌ ପିଲାମାନଙ୍କ ସହ ଜଡ଼ିତ ତଥ୍ୟର ଅପବ୍ୟବହାର କରିଛି। ଫଳରେ ଏହି ଆପ୍‌ ପ୍ରତି ୧୫୫,୦୦୦ଡଲାର ଜରିମାନା କରାଯାଇଛି।
କୋରିଆ ଯୋଗାଯୋଗ ଆୟୋଗ(କେସିସି) ଚାଇନାର ଏହି କମ୍ପାନୀ ଉପରେ ୧୮୬ ମିଲିୟନ (ପ୍ରାୟ ୧.୧ କୋଟି ଟଙ୍କା) ଜରିମାନା କରିଛି। ତେବେ କୋରିଆରେ ଟେଲିକମ୍‌ ଏବଂ ଡାଟା ସମ୍ବନ୍ଧୀୟ କ୍ଷେତ୍ରଗୁଡିକରେ କେସିସି ପ୍ରକୃତରେ ନିୟନ୍ତ୍ରକ ଭାବରେ କାର୍ଯ୍ୟ କରେ ଏବଂ ଉପଭୋକ୍ତାମାନଙ୍କ ସହ ଜଡ଼ିତ ତଥ୍ୟ ଉପରେ ନଜର ରଖିବାର ଦାୟିତ୍ୱ ମଧ୍ୟ ଅଛି। କମ୍ପାନୀ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ରଖିପାରି ନ ଥିବାରୁ ଟିକ୍‌ଟକ୍‌ ଉପରେ ଏପରି ଦଣ୍ଡବିଧାନ କରାଯାଇଛି।
ବିଶେଷକରି ପିଲାମାନଙ୍କ ତଥ୍ୟକୁ ନେଇ ଟିକ୍‌ଟକ୍‌ରେ ଭୁଲ୍‌ ତଥ୍ୟ ପ୍ରକାଶ ପାଇଛି। ୧୪ ବର୍ଷରୁ କମ୍‌ ପିଲାମାନଙ୍କ ମାତାପିତାଙ୍କ ବିନା ଅନୁମତିରେ ତଥ୍ୟ ସଂଗ୍ରହ କରୁଛି ଏବଂ ଏହାର ଅପବ୍ୟବହାର କରୁଛି।

କେସିସି ଅନୁଯାୟୀ, ୩୧ ମେ’ ୨୦୧୭ରୁ ୬ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଅତି କମ୍‌ରେ ୬,୦୦୦୭ ଶିଶୁଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହା ବ୍ୟତୀତ ଟିକ୍‌ଟକ୍‌ ବ୍ୟବହାରକାରୀଙ୍କୁ ମଧ୍ୟ ଏହା କହି ନ ଥିଲା କି ସେମାନଙ୍କର ତଥ୍ୟ ଅନ୍ୟ ଦେଶକୁ ପଠାଯାଉଛି ବୋଲି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କମ୍ପାନୀ ୪ଟି କ୍ଲାଉଡ୍‌ ସେବା ଆଲିବାବା କ୍ଲାଉଡ, ଫାଷ୍ଟଲି, ଏଜ୍‌କାଷ୍ଟ ଏବଂ ଫାୟାରବେସ୍‌ର ବ୍ୟବହାର କରେ। ପୁଣି ଥରେ ଏହି ଆପ୍‌ ପ୍ରତି ଅଙ୍ଗୁଳି ଉଠିଛି। ଯାହା ତାକୁ ଅସୁବିଧାରେ ପକାଇପାରେ।

Share