Posted inଜାତୀୟ

ଚେନ୍ନାଇ ଉପକୂଳରେ ହଜାରେରୁ ଅଧିକ ଅଲିଭ୍‌ ରିଡ୍‌ଲେ ମୃତ

ଚେନ୍ନାଇ, ୨୮ା୧: ତାମିଲନାଡ଼ୁର ଚେନ୍ନାଇ ଉପକୂଳରେ ଗତ ମାସେ ମଧ୍ୟରେ ୧ ହଜାରରୁ ଅଧିକ ଅଲିଭ୍‌ ରିଡ୍‌ଲେ ପ୍ରଜାତିର କଇଁଛଙ୍କର ମୃତଦେହ ମିଳିଛି, ଯାହାକୁ ନେଇ କଇଁଛ ସରକ୍ଷଣ କର୍ମୀ ଓ ପ୍ରାଣୀ ଅଧିକାର କର୍ମୀଙ୍କ ମଧ୍ୟରେ ବ୍ୟାପକ ଚିନ୍ତା ପ୍ରକାଶ ପାଇଛି। ଘଟଣାକୁ ନେଇ ବିଭିନ୍ନ କଇଁଛ ସଂରକ୍ଷଣ କର୍ମୀ କହିଛନ୍ତି, ସମୁଦ୍ରର ଢେଉରେ ଧୋଇ ହୋଇ ଆସୁଥିବା କଇଁଛଙ୍କର ମୃତଦେହଗୁଡ଼ିକ ମୋଟ ମୃତ୍ୟୁର ମାତ୍ର ୧୦% ହୋଇପାରେ। ସହରର ଉପକୂଳରେ ଗତ ମାସେ ମଧ୍ୟରେ ୫ରୁ ୧୦ ହଜାର ଅଲିଭ୍‌ ରିଡ୍‌ଲେ କଇଁଛଙ୍କର ମୃତ୍ୟୁ ହୋଇଥିବା ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ପ୍ରାଣୀ ଅଧିକାର କର୍ମୀ ଆଣ୍ଟୋନି ରୁବିନ କହିଛନ୍ତି, ମୃତ କଇଁଛ ମାନଙ୍କର ବାହାରକୁ ଆସି ଯାଇଥିବା ବେକ ଓ ଆଖିରୁ ସ୍ପଷ୍ଟ ସଙ୍କେତ ମିଳୁଛି, ବୁଡ଼ିଯାଇଥିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଛି। ସାଧାରଣତଃ ଅଲିଭ ରିଡ୍‌ଲେ କଇଁଛମାନେ ୪୫ ମିନିଟ ପର୍ଯ୍ୟନ୍ତ ସେମାନଙ୍କର ନିଃଶ୍ୱାସ ରୋକି ପାରିଥାନ୍ତି ବୋଲି ରୁବିନ କହିଛନ୍ତି। ପ୍ରକାଶ ଯେ, ପ୍ରତିବର୍ଷ ଶୀତ ଋତୁରେ ତାମିଲନାଡ଼ୁ ଉପକୂଳରେ ବସା ପ୍ରସ୍ତୁତ କରିବାକୁ ୭ ହଜାର କି.ମି. ପର୍ଯ୍ୟନ୍ତ ଦୂରରୁ ଅଲିଭ୍‌ ରିଡ୍‌ଲେ କଇଁଛମାନେ ଆସି ଚେନ୍ନାଇ ଉପକୂଳରେ ପହଞ୍ଚିଥାନ୍ତି।ସାମୁଦ୍ରିକ ଇକୋ ସିଷ୍ଟମରେ ସନ୍ତୁଳନ ବଜାୟ ରଖିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri