୮ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ତୃତୀୟ ଦିବସରେ ବିଜ୍ଞାନ ଓ କାରିଗରି ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ ହୋଇଛି ା ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ରାଜିନାମାରେ ବ୍ୟବସ୍ଥା ରହିଛି ା ଆବଲ୍‌ (ଆସୋସିଏଶନ୍‌ ଅଫ୍‌ ବାୟୋଟେକ୍ନୋଲୋଜି ଲେଡ୍‌ ଏଣ୍ଟରପ୍ରାଇଜ୍‌), ଗ୍ଲୋବାଲ୍‌ ନେଟ୍‌ୱର୍କ ଅଫ୍‌ ଏଣ୍ଟ୍ରେପ୍ରିନିୟର୍ସ ଆଣ୍ଡ ପ୍ରଫେସନାଲ୍‌ସ ଫର୍‌ ଓଡ଼ିଶା, ହୁୱେଲ୍‌ ଲାଇଫ୍‌ ସାଇନ୍‌ସେସ୍‌, କ୍ରପ୍‌ଜିନି ଇତ୍ୟାଦି ସଂସ୍ଥା ସହ ଏସବୁ ରାଜିନାମା ସ୍ବାକ୍ଷରିତ ହୋଇଛି ା ରାଜ୍ୟରେ ବାୟୋଟେକ୍ନୋଲୋଜି ବିକାଶ ପାଇଁ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଶନ୍‌, ଗବେଷଣା, ନେଟ୍‌ୱର୍କିଂ ଇତ୍ୟାଦି ନିମନ୍ତେ ଏହି ସଂସ୍ଥାଗୁଡ଼ିକ ସହଯୋଗ କରିବେ ବୋଲି ରାଜିନାମାରେ ଘୋଷଣା କରାଯାଇଛି ା
ହୁୱେଲ୍‌ ଲାଇଫ୍‌ ସାଇନ୍‌ସେସ୍‌ ୫୦ କୋଟି ଟଙ୍କା ଓ କ୍ରପ୍‌ଜିନି ୫୦୦ କୋଟି ଟଙ୍କା ବିନିଯୋଗ କରିବେ ା ଏହି ନିବେଶ ଫଳରେ ୮୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିପାରିବ ା ପୂର୍ବରୁ ଭାରତ ବାୟୋଟେକ୍‌ ଟିକା ଉତ୍ପାଦନ ପାଇଁ ୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିଥିବାବେଳେ ଏବେ ପ୍ରକଳ୍ପ ସଂପ୍ରସାରଣ ପାଇଁ ଆଉ ୭୦୦କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛିି ା ବିଜ୍ଞାନ ଓ କାରିଗରି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ ଯେ ଅପରିସୀମ ଜୈବବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା। ବାୟୋଟେକ୍ନୋଲୋଜି ବିକାଶ ପାଇଁ ଅନନ୍ୟ ା ମିଲେଟ୍‌ ମିଶନର ସଫଳତାର ଦୃଷ୍ଟାନ୍ତ ଦେଇ ମନ୍ତ୍ରୀ ପଣ୍ଡା କହିଲେ, ବାୟୋଟେକ୍ନୋଲୋଜି ମାଧ୍ୟମରେ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଖାଦ୍ୟ ନିରାପତ୍ତା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ। ରାଜ୍ୟ ଶିଳ୍ପନୀତି-୨୦୨୨ରେ ବାୟୋଟେକ୍ନୋଲୋଜିକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି ା ରାଜ୍ୟ ସରକାର ବାୟୋଟେକ୍ନୋଲୋଜି ନୀତି, ଷ୍ଟାର୍ଟଅପ୍‌ ନୀତି ପ୍ରଣୟନ କରିଛନ୍ତି ା ଏସବୁ ନୀତି, ଶିଳ୍ପ-ଶିକ୍ଷାନୁଷ୍ଠାନର ମିଳିତ ଉଦ୍ୟମ ଓ ସହଯୋଗ ସମ୍ପନ୍ନ ପରିବେଶ, ଆଧୁନିକ ଶିଳ୍ପ ସୁବିଧାକୁ ଆଧାର କରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଅନୁକୂଳ ସୁଯୋଗ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ା ବିଭାଗୀୟ ଶାସନ ସଚିବ ଭାସ୍କର ଜ୍ୟୋତିଶର୍ମା ଓ ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର ବକ୍ତବ୍ୟ ରଖିଥିଲେ ା ଉପନିର୍ଦ୍ଦେଶକ ଶଶିକାନ୍ତ ଦାସ ଓ ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ା କାର୍ଯ୍ୟକ୍ରମ ପରେ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri