ରାତିଅଧିଆ ଗାଁକୁ ପଶିିଲେ ୫୦ରୁ ଊର୍ଦ୍ଧ୍ୱ ହାତୀ

ସାରସକଣା,୧୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକ ପୋଖରଡ଼ିହା ପଞ୍ଚାୟତ ଅଧୀନ ବାଙ୍କୀଷୋଳ ଏବଂ ଡୁମୁରଡିହା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ୫୦ରୁ ଊର୍ଦ୍ଧ୍ୱ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ। ଗାଁ ଲୋକେ ହାତୀପଲଙ୍କୁ ଘଉଡାଇବାରୁ ସେମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ପଳାଇଯାଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ।
ଅନ୍ୟପକ୍ଷେ ସାରସକଣା ବ୍ଲକର ବିଭିନ୍ନ ଅଞ୍ଚଳକୁ ହାତୀପଲ ପଶି ଉପଦ୍ରବ ଜାରି ରଖିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପାଟବେଡା, ଡୁମୁରଡିହା ଦେହୁରିସାହି ଆଦି ଗ୍ରାମରେ ହାତୀ ପଲ ପଶି ଘର ଭଙ୍ଗାରୁଜା କରିବା ସହିତ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି। ବାଙ୍ଗିରିପୋଷି ରେଞ୍ଜ ଅଧୀନ ଶୀର୍ଷା ଫରେଷ୍ଟର ଗୁରୁବାରୀ ମାରାଣ୍ଡି କର୍ମଚାରୀଙ୍କ ସହିତ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।