୩ ବର୍ଷରେ ୫ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୭।୮: (ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆରଆଇଏଲ)ର ବାର୍ଷିକ ଫଳାଫଳ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆରଆଇଏଲ ବିଗତ ତିନି ବର୍ଷରେ ମୋଟ ୫.୬୫୩ ଲକ୍ଷ କୋଟି ଟଙ୍କା ସରକାରୀ ରାଜକୋଷରେ ଜମା କରିଛି। ବିଶେଷ କରି କମ୍ପାନୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସମେତ ସ୍ପେକ୍ଟ୍ରମ୍‌ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆରଆଇଏଲ ଏହି ଟଙ୍କା ସରକାରୀ ରାଜକୋଷର ଜମା କରିଛି। ସେହିଭଳି ୨୦୨୨-୨୩ ଆର୍ଥତ୍କ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। ଏପରିକି କମ୍ପାନୀର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପୂର୍ବରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଅଗଷ୍ଟ ୨୮ରେ ଅନୁଷ୍ଠିତ ହେବାକୁ ଯାଉଛି।

ବିଗତ ୩ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି, ତାହା ଭାରତ ସରକାରଙ୍କ ମୋଟ ବଜେଟ୍‌ ବ୍ୟୟର ୫% ରୁ ଅଧିକ ବୋଲି ଆକଳନ କରାଯାଉଛି। ସେହପରି ୨୦୨୧-୨୦୨୨ ଆର୍ଥତ୍କ ବର୍ଷରେ କମ୍ପାନୀ ମୋଟ ୧.୮୮ ଲକ୍ଷ କୋଟି ଟଙ୍କାର ଟିକସ ସରକାରୀ ରାଜକୋଷରେ ଜମା କରିଥିଲା। ଅପରପକ୍ଷରେ କମ୍ପାନୀ ପ୍ରତି ବର୍ଷ ନୂତନ ନିଯୁକ୍ତି ଦେଉଥିବାବେଳେ ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ରିଲାଏନ୍ସ ଏକ ନମ୍ବର ସ୍ଥାନରେ ରହିଛି। ଏପରିକି କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥତ୍କ ବର୍ଷରେ ରିଲାଏନ୍ସ ୯୫,୧୬୭ ନୂଆ ନିଯୁକ୍ତି ସୃଷ୍ଟି କରିଥିଲା। ତାହାକୁ ମିଶାଇ ରିଲାଏନ୍ସର ମୋଟ କର୍ମଚାରୀ ସଂଖ୍ୟା ୩.୮୯ ଲକ୍ଷକୁ ବୃଦ୍ଧି ପାଇଛି । ସେଥିରୁ ୨.୪୫ ଲକ୍ଷ ଲୋକ ରିଲାଏନ୍ସ ରିଟେଲ୍‌ରେ ନିୟୋଜିତ ରହିଛନ୍ତି, ରିଲାଏନ୍ସ ରିଟେଲ୍‌ ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାବେ ଉଭା ହୋଇଛି। ରିଲାଏନ୍ସ ଜିଓରେ ୯୫ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଲଗାତର ତୃତୀୟ ବର୍ଷ ପାଇଁ ରିଲାଏନ୍ସ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି, କୋଭିଡ୍‌ ମହାମାରୀ ସମୟରେ ମଧ୍ୟ କମ୍ପାନୀ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିଲା। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲଗାତର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରି ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ ଭାବେ ପରିଗଣିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri